ଶିଶିର ମିଶ୍ର

ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ

ଶିଶିର ମିଶ୍ର(ଜନ୍ମ : ୧୯୪୨) ଜଣେ ଓଡ଼ିଆ କଥାଚିତ୍ର ଓ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅଟନ୍ତି ।[୧] ଓଡ଼ିଆ କଥାଚିତ୍ରକୁ ସାମଗ୍ରୀକ ଅବଦାନ ନିମନ୍ତେ ତାଙ୍କୁ ୨୦୦୫ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ୨୦୧୮ରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ଶିଶିର ମିଶ୍ର
ଜନ୍ମ୧୯୪୨
ଜାତୀୟତାଭାରତୀୟ
ପ୍ରସିଦ୍ଧିକଥାଚିତ୍ର ନିର୍ଦ୍ଦେଶନା
ପିତାମାତାପୁରୁଷୋତ୍ତମ ମିଶ୍ର
ପୁରସ୍କାରଜୟଦେବ ପୁରସ୍କାର, ପଦ୍ମଶ୍ରୀ

ଶିଶିର ମିଶ୍ର, ୧୯୪୨ମସିହାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ବୋମକେଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପୁରୁଷୋତ୍ତମ ମିଶ୍ର, ଇଂରେଜ ସରକାରଙ୍କ ଅଧିନରେ ଜଣେ ଇଂଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ଶିଶିର, ଖଲିକୋଟ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଓ ରେଭେନ୍ସା ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାହାସଲ କରିଥିଲେ । ସ୍ୱଳ୍ପ ସମୟ ପାଇଁ ଅଧ୍ୟାପନା କରିବା ପରେ, ସିନେମାରେ କାମ କରିବା ପାଇଁ ମୁମ୍ବାଇକୁ ଚାଲିଯାଇଥିଲେ । ୧୯୬୫ମସିହାରେ ସେ ନିର୍ଦ୍ଦେଶକ ମେହବୁବ୍ ଖାନଙ୍କ ସହନିର୍ଦ୍ଦେଶକ ଭାବରେ କାମ ଆରମ୍ଭ କରିଥିଲେ । ପରେ ଜ୍ୟୋତି ସ୍ୱରୂପଙ୍କ ସହନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] କିଛି ବର୍ଷ ମୁମ୍ବାଇଅରେ ଚଳଚ୍ଚିତ୍ର ନିର୍ଦ୍ଦେଶନା କରିବା ପରେ, ସେ ଓଡ଼ିଶା ଫେରିଆସିଥିଲେ । ୧୯୭୬ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ସିନ୍ଦୁର ବିନ୍ଦୁ ମୁକ୍ତିଲାଭ କରିଥିଲା ।[୪]

ଓଡ଼ିଆ କଥାଚିତ୍ରରେ ଭୂମିକା

କଥାଚିତ୍ରମୁକ୍ତିଲାଭ ବର୍ଷଭୂମିକା
ସାବତ ମା୨୦୦୩ନିର୍ଦ୍ଦେଶକ, କାହାଣୀ, ସଂଳାପ, ପଟ୍ଟଲେଖା
ସୁନା ଭାଉଜ୧୯୯୪ନିର୍ଦ୍ଦେଶକ
ବସ୍ତ୍ର ହରଣ୧୯୯୧ନିର୍ଦ୍ଦେଶକ, କାହାଣୀ, ପଟ୍ଟଲେଖା
ଏଇ ଆମ ସଂସାର୧୯୮୬ନିର୍ଦ୍ଦେଶକ
ସମୟ ବଡ଼ ବଳବାନ୧୯୮୫ନିର୍ଦ୍ଦେଶକ, ଅଭିନେତା
ସୁବର୍ଣ୍ଣ ସୀତା୧୯୮୩ନିର୍ଦ୍ଦେଶକ
ସୁନା ସଂସାର୧୯୭୭ନିର୍ଦ୍ଦେଶକ, ପଟ୍ଟଲେଖା, ଅଭିନେତା
ସିନ୍ଦୁର ବିନ୍ଦୁ୧୯୭୬ନିର୍ଦ୍ଦେଶକ

ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର

  • ଭିଗି ପଲକେଁ[୫]
  • ସମୟ କି ଧାରା[୬]
  • ବିଲ୍ଲୁ ବାଦଶାହା[୭]
  • ଟାଡା
  • ଅସୀମା

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ