ବାବୁଶାନ୍
ଓଡ଼ିଆ ଅଭିନେତା
ତନ୍ମୟ ମହାନ୍ତି (ଜନ୍ମ: ୩୦ ଜୁଲାଇ ୧୯୯୦; ମଞ୍ଚନାମ ବାବୁଶାନ୍) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[୨] ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା, ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ ଭାବରେ କାମ କରୁଛନ୍ତି । ସେ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି ।
ବାବୁଶାନ୍ ମହାନ୍ତି | |
---|---|
ଜନ୍ମ | ତନ୍ମୟ ମହାନ୍ତି ଜୁଲାଇ ୩୦, ୧୯୮୯[୧] |
ଶିକ୍ଷାନୁଷ୍ଠାନ | କିଟ୍ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଅଭିନେତା, ପ୍ରଚ୍ଛଦପଟ ଗାୟକ, ଗୀତିକାର |
ସକ୍ରିୟ ବର୍ଷ | ୨୦୦୯ - ଏବେଯାଏଁ |
ବୈବାହିକ-ସାଥୀ | ତ୍ରୁପ୍ତୀ ସତପଥୀ |
ପିତାମାତା(s) | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି |
ୱେବସାଇଟ | www.babusanmohanty.com |
ବାବୁଶାନ୍ଙ୍କୁ ତାଙ୍କ ପିତାମାତା ଜଣେ ସଫଳ ପ୍ରଚ୍ଛଦପଟ ଗାୟକ ରୂପେ ଗଢ଼ି ତୋଳିବାକୁ ଚାହୁଁଥିଲେ । ସେଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମେ ରୋମିଓ ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସେତେଟା ସଫଳ ହୋଇନଥିଲା ।[୧]
୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତ ପାଇଁ ପ୍ରଯୋଜନା ଆରମ୍ଭ କରିଥିଲେ ବାବୁଶାନ୍ । ସୁନାପିଲା- ଟିକେ ସ୍କୃ ଢିଲା ଚଳଚ୍ଚିତ୍ରରେ ସେ ନାୟକ ଏବଂ ପ୍ରଥମ ପ୍ରଯୋଜକ ସାଜିଥିଲେ ।[୩]
ସୁପର ମିଛୁଆ ହେଉଛି ବାବୁଶାନ୍ଙ୍କର ସବୁଠୁ ବେଶୀ ପାରିଶ୍ରମିକ ମିଳିଥିବା ଓଡ଼ିଆ ଫିଲ୍ମ ।[୪]
କଥାଚିତ୍ରରେ ଭୂମିକା
ଅଭିନେତା ଭାବରେ
ମସିହା | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୯ | ରୋମିଓ | ସଞ୍ଜୁ | |
୨୦୧୦ | ତୋ ଆଖିରେ ମୁଁ | ସୂର୍ଯ୍ୟ/ପ୍ରକାଶ | |
୨୦୧୦ | ପ୍ରେମ ଅଢେଇ ଅକ୍ଷର | ||
୨୦୧୦ | ସଞ୍ଜୁ ଆଉ ସଞ୍ଜନା | ସଞ୍ଜୁ | |
୨୦୧୧ | ଲୋଫର୍ | ସଞ୍ଜୁ | |
୨୦୧୧ | ଚକୋଲେଟ | ବଣ୍ଟି/ଡ. ଶୌରଭ ଦାସ | |
୨୦୧୧ | ୧୪୩ ଆଇ ଲଭ୍ ୟୁ | ସଞ୍ଜୟ | |
୨୦୧୧ | ଦୋସ୍ତି | ଆକାଶ | |
୨୦୧୨ | ଥୁକୁଲ୍ | ପଞ୍ଚମ୍ | |
୨୦୧୨ | ଲୁଚକାଳି | ତନ୍ମୟ | |
୨୦୧୨ | ଇଡିଅଟ୍ | ସଞ୍ଜୟ | |
୨୦୧୨ | ଲଭ୍ ମାଷ୍ଟର | ଜିତ୍ | |
୨୦୧୩ | ଦିୱାନା ଦିୱାନି | ସଞ୍ଜୟ | |
୨୦୧୩ | ଡାହା ବାଳୁଙ୍ଗା | ଓମ୍କାର | |
୨୦୧୪ | ଆଖିରେ ଆଖିରେ | ରାହୁଲ | |
୨୦୧୪ | ଲେଖୁ ଲେଖୁ ଲେଖିଦେଲି | ଅଜୟ | |
୨୦୧୫ | ଯିଏ ଯାହା କହୁ ମୋର ଢୋ | ରାଜା | |
୨୦୧୫ | ସୁପର ମିଛୁଆ | ରୋମିଓ | |
୨୦୧୫ | ଭଲପାଏ ତତେ ୧୦୦ରୁ ୧୦୦ | ||
୨୦୧୬ | ତୁ ଯେ ସେଇ | ||
୨୦୧୬ | ଲଭ୍ ଷ୍ଟେସନ | ସଞ୍ଜୁ | |
୨୦୧୬ | ଝିଅଟା ବିଗିଡ଼ିଗଲା | ||
୨୦୧୬ | ଜବରଦସ୍ତ ପ୍ରେମିକ | ସଞ୍ଜୁ | |
୨୦୧୬ | ଲଭ୍ ପାଇଁ କୁଛ୍ ଭି କରେଗା | ||
୨୦୧୬ | ସୁଇଟ୍ ହାର୍ଟ | ||
୨୦୧୭ | ଦିଲ୍ ଦିୱାନା ହେଇଗଲା | ||
୨୦୧୭ | ସିଷ୍ଟର ଶ୍ରୀଦେବୀ | [୫] | |
୨୦୧୭ | ସୁନାପିଲା- ଟିକେ ସ୍କୃ ଢିଲା | କୁଞ୍ଜ[୬] | |
୨୦୨୨ | ଦମନ[୭] |
ପ୍ରଚ୍ଛଦପଟ ଗାୟକ ଭାବରେ
- ଲୋଫର (୨୦୧୧)
- ରୋମିଓ (୨୦୦୯)
- ଡାହା ବାଳୁଙ୍ଗା (୨୦୧୩)
ଗୀତିକାର ଭାବରେ
- ଚକୋଲେଟ (୨୦୧୧)
ଆଧାର
ଅଧିକ ତଥ୍ୟ
ଉଇକିମିଡ଼ିଆ କମନ୍ସରେ ବାବୁଶାନ୍ ମହାନ୍ତିବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ବାବୁଶାନ୍
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ