ବର୍ଷା ପ୍ରିୟଦର୍ଶିନୀ
ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୧୯୮୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସହିତ କିଛି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
ବର୍ଷା ପ୍ରିୟଦର୍ଶିନୀ | |
---|---|
ଜନ୍ମ | ବର୍ଷା ପ୍ରିୟଦର୍ଶିନୀ ଅଗଷ୍ଟ ୭, ୧୯୮୪ |
ବୃତ୍ତି | ଓଡ଼ିଆ ଓ ବଙ୍ଗଳା କଥାଚିତ୍ର ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ବୈବାହିକ-ସାଥୀ | ଅନୁଭବ ମହାନ୍ତି |
ପିତାମାତା | ଦୀପା ସାହୁ[୧] |
ପରିବାର
ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ଝିଅ ।[୨]
କଥାଚିତ୍ର ଜୀବନ
୨୦୦୩ ମସିହାରେ ସେ ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ ମା ଏବଂ ଗୋଲାମଗିରି ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ଇ-ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ପଣତକାନିରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ ।[୩] ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
ରାଜନୈତିକ ଜୀବନ
ବର୍ଷା ପ୍ରିୟଦର୍ଶିନୀ ୨୦୨୪ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।[୫] ସେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି ।[୬] ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୫,୬୧୬ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅମର କୁମାର ନାୟକଙ୍କ ଠାରୁ ୬,୩୧୦ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୭]
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ବର୍ଷା ପ୍ରିୟଦର୍ଶିନୀ