ଡିସୋସିଏଟିଭ ରୋଗ
- ପୃଷ୍ଠା
- ଆଲୋଚନା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
Dissociative disorders | |
---|---|
Video explanation | |
ବିଭାଗ | Psychiatry |
ଲକ୍ଷଣ | Disruption of memory, awareness, identity, or perception[୧][୨] |
ବିପଦ କାରକ | Psychological trauma[୧] |
ସଠିକ ରୋଗ ନିର୍ଣ୍ଣୟ | Effects of medication, sleep disorders, PTSD, acute stress disorder, diseases of the nervous system[୧][୨] |
ଡିସୋସିଏଟିଭ ରୋଗ (ଇଂରାଜୀ ଭାଷାରେ dissociative disorders/ DD ) ହେଉଛି ମାନସିକ ରୋଗ ଗୋଷ୍ଠୀ ଯେଉଁଥିରେ ମଣିଷର ସ୍ମୃତି ଶକ୍ତି, ସଚେତନତା, ପରିଚୟ, କିମ୍ବା ସମ୍ବେଦନଶୀଳତାର ବ୍ୟାଘାତ ହୁଏ ।[୧] [୨] ଏହାର ଲକ୍ଷଣ ମଧ୍ୟରେ ସ୍ମୃତିକ୍ଷୟ (ଆମ୍ନେସିଆ), ବିଭିନ୍ନ ବ୍ୟକ୍ତିତ୍ୱ ସ୍ଥିତି, କିମ୍ବା ଅବାସ୍ତବ ଅନୁଭୂତି ଅନ୍ତର୍ଭୂକ୍ତ ହୋଇପାରେ ।[୧] ଲକ୍ଷଣଗୁଡିକ ସ୍ୱେଚ୍ଛାକୃତ ନିୟନ୍ତ୍ରଣରେ ନ ଥାଏ ଏବଂ ଏକ ସ୍ତରକୁ ଅସେ ଯେଉଁଥିରେ କାର୍ଯ୍ୟ ବ୍ୟାହତ ହୁଏ ।[୧] [୨] ଏହି ଅବସ୍ଥା ପ୍ରାୟ ମାନସିକ ଆଘାତ ସହିତ ଜଡିତ ହୋଇଥାଏ ।[୧]
ଡିଏସଏମ ଚିଠା-୫ରେ (DSM-5) ନିମ୍ନଲିଖିତ ପ୍ରକାରଗୁଡ଼ିକୁ ତାଲିକାଭୁକ୍ତ ହୋଇଛି: [୧]
ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଯେପରିକି ଔଷଧର ପ୍ରଭାବ, ନିଦ୍ରା ବ୍ୟାଘାତ, ଆଘାତୋତ୍ତର ଚାପ ବେମାରୀ, ତୀବ୍ର ଚାପ ବ୍ୟାଧି ଏବଂ ସ୍ନାୟୁ ପ୍ରଣାଳୀର ରୋଗମାନଙ୍କର ଅନୁପସ୍ଥିତ ପ୍ରମାଣ କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] [୨] ଆଇସିଡି-୧୧ (ICD-11) ରୂପାନ୍ତର ବ୍ୟାଧିକୁ ଏକ ବିଚ୍ଛିନ୍ନତା ବ୍ୟାଧି ଭାବରେ ଶ୍ରେଣୀଭୁକ୍ତ କରେ, [୨] ଯେତେବେଳେ ଡିଏସଏମ-୫ (DSM-V )ଏହାକୁ ଏକ ସୋମାଟିକ ଲକ୍ଷଣ ଏବଂ ଆନୁସଙ୍ଗିକ ବ୍ୟାଧି ଭାବରେ ଶ୍ରେଣୀଭୁକ୍ତ କରେ ।[୧] ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର ରୋଗରେ ପ୍ରାୟ ୧.୫% ଲୋକ, ଡିସୋସିଏଟିଭ୍ ଆମ୍ନେସିଆ ପ୍ରାୟ ୧.୮% ଏବଂ DPDR ପ୍ରାୟ ୨% ଲୋକ ପ୍ରଭାବିତ ହୁଅନ୍ତି ।[୧] ମହିଳାମାନଙ୍କ ମଧ୍ୟରେ ଡିସୋସିଏଟିଭ୍ ଆମ୍ନେସିଆ ଅଧିକ ଦେଖାଯାଏ, ଉଭୟ ଲିଙ୍ଗରେ ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର ଏବଂ ଡିପର୍ସୋନାଲାଇଜେସନ୍-ଡିରିଏଲାଇଜେସନ୍ ଡିସଅର୍ଡର୍ ସମାନ ଭାବରେ ଦେଖାଯାଏ | [୧]