ଜାନ‌କୀ ସବେଶ

ଅଭିନେତ୍ରୀ

ଜାନ‌କୀ ସବେଶ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରନ୍ତି । ସେ ତାଙ୍କ ଚଳଚ୍ଚିତ୍ରମାନଙ୍କରେ ମୁଖ୍ୟତଃ ମାଆ ଭୂମିକାରେ ଅଭିନୟ କରିନ୍ତି ।[୧]

ଜାନ‌କୀ ସବେଶ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୧– ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଜାନ‌କୀ କର୍ଣ୍ଣାଟକର ବାଙ୍ଗାଲୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ନୂଆ ଦିଲ୍ଲୀରୁ ଶେଷ କରିଥିଲେ । ପରେ ପରେ ସେ ଦିଲ୍ଲୀର ଜମିଆ ମିଲ୍ଲିଆରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଏବଂ ମାସ୍ କମୁନିକେସନ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । [୨]

ଅଭିନୟ ଜୀବନ

୧୯୯୧ ମସିହାରେ ଜାନ‌କୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ସ‌ହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ରାଜୀବ ଗାନ୍ଧୀଙ୍କ ଉପରେ ନିର୍ମିତ ହୋଇଥିବା ଏହି ଡକୁମେଣ୍ଟରୀ ଚଳଚ୍ଚିତ୍ରର ନାମ ହେଉଛି India's Rajiv[୨] ଏହାପରେ ୧୯୯୭ରେ ପ୍ରଭୁ ଦେବା, ଅରବିନ୍ଦ ସ୍ୱାମୀ ଏବଂ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ କାଜଲଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ମିନ୍ସର କନୁଭାରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ନନ୍ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ମାଆ ଭୂମିକାରେ ଅନ୍ୟ ଏକ ତାମିଲ ଚଳଚ୍ଚିତ୍ର ଜିନ୍ସରେ ଅଭିନୟ କରିଥିଲେ । ତା ପରଠାରୁ ସେ ପ୍ରାୟତଃ ନାୟକ ନାୟିକାମାନଙ୍କର ମାଆ ଭୂମିକାରେ ଅଭିନୟ କରିଛନ୍ତି । ଜାନ‌କୀ ପାଖାପାଖି ୨୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସୂର୍ଯ୍ୟ ଶିବକୁମାରଙ୍କର ଅଭିନୀତ ଚଳଚ୍ଚିତ୍ର ସିଙ୍ଘମର ତିନୋଟିଯାକ ସଂସ୍କରଣରେ ସେ ନାୟିକାଙ୍କର ମାଆ ଭାବରେ ଏକ ବିଶେଷ ପରିଚୟ ପାଇଥିଲେ । ସେ ୟୁଟ୍ୟୁବ୍‌ରେ "Black Sheep" ନାମକ ଏକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ଜାନ‌କୀ ମଧ୍ୟ ଫେସବୁକରେ "Golpo - Tales Unlimited" ନାମକ ଗୋଟିଏ ପୃଷ୍ଠାରେ କିଛି ଗପ ଲେଖି ଅପଲୋଡ଼ କରନ୍ତି । ଏହି ପୃଷ୍ଠାଟିର ଶୀର୍ଷକର ଅର୍ଥ ଓଡ଼ିଆରେ ହେଉଛି ଗଳ୍ପ । ଏହା ହେଉଛ ଏକ ବଙ୍ଗାଳୀ ଶବ୍ଦ । ତାଙ୍କର ଏହି ଲେଖାଗୁଡ଼ିକ ମଧ୍ୟରେ ଗୀତ, କାହାଣୀ ଏବଂ କିଛି ସାମାଜିକ କଥାକୁ ନେଇ ବର୍ଣ୍ଣିତ ହୋଇଥାଏ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାଭାଷା
୧୯୯୭Minsaara Kanavuନନ୍ତାମିଲ
୧୯୯୮Jeansମଧୁମିତାର ମାଆତାମିଲ
୧୯୯୯Jodiଅତିଥି କଳାକାରତାମିଲ
୨୦୦୧Kushiଜେନିଫରର ମାଆତାମିଲ
୨୦୦୧Kushiସିଦ୍ଧାର୍ଥର ମାଆତେଲୁଗୁ
Minnaleରାଜିବ ସାମୁଏଲର ମାଆତାମିଲ
Poovellam Un Vasamଚିନ୍ନାର ମାଆତାମିଲ
୨୦୦୨Runଶିବାର ମାଆତାମିଲ
୨୦୦୩Boysରେଣୁକାତାମିଲ
Enakku 20 Unakku 18ଅତିଥି କଳାକାରତାମିଲ
Nee Manasu Naaku Telusuଅତିଥି କଳାକାରତେଲୁଗୁ
୨୦୦୪Ghilliଶ୍ରବଣର ମାଆତାମିଲ
Vaanam Vasappadumପୁଙ୍ଗକୋଥାଇର ମାଆତାମିଲ
୨୦୦୬Vettaiyaadu Vilaiyaaduଜାନ‌କୀତାମିଲ
୨୦୦୭Shankar Dada Zindabadସାଦାର ମାଆତେଲୁଗୁ
୨୦୦୮Dhaam Dhoomତାମିଲ
୨୦୦୯Ayanତାମିଲ
୨୦୧୦Singamକାବ୍ୟାର ମାଆତାମିଲ
Maro Charitraତେଲୁଗୁ
୨୦୧୧Nootrenbadhuଆନ୍ନାଲକ୍ଷ୍ମୀତାମିଲ
180 Rulesଅର୍ଣ୍ଣପୂର୍ଣ୍ଣାତେଲୁଗୁ
୨୦୧୨Billa 2ଡେଭିଡ୍‌ର ଭଉଣୀତାମିଲ
୨୦୧୩Singam 2କାବ୍ୟାର ମାଆତାମିଲ
୨୦୧୪Poojaiଦିବ୍ୟାର ମାଆତାମିଲ
୨୦୧୭Si3କାବ୍ୟାର ମାଆତାମିଲ

ଆଧାର