ଚମ୍ପିଆନ

୨୦୧୯ର ଓଡ଼ିଆ କଥାଚିତ୍ର

ଚମ୍ପିଆନ, ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏନ୍. ଗଙ୍ଗାଧର ରେଡ୍ଡୀ ଓ ଦୀପ୍ତି ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨][୩] କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪][୫]

ଚମ୍ପିଆନ
ନିର୍ଦ୍ଦେଶକକେ. ମୂରଲୀକ୍ରିଷ୍ଣା
ପ୍ରଯୋଜକଏନ୍. ଗଙ୍ଗାଧର ରେଡ୍ଡୀ, ଦୀପ୍ତି
ସଂଳାପରଜନୀ ରଞ୍ଜନ
କଳାକାରଅର୍ଚ୍ଚିତା ସାହୁ
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୮ ମାର୍ଚ୍ଚ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ ।[୬] ଅର୍ଚ୍ଚିତା ଏହି କଥାଚିତ୍ରଟିରେ ଜଣେ ଗାଉଁଲି ଚାଷୀର ଝିଅ ଭୂମିକାରେ ଅଭିନୟ କରିଥିଲେ, ଯିଏକି ପରବର୍ତ୍ତୀ ସମୟରେ ସ‌ହରକୁ ଯାଇ ନିଜର ଇଚ୍ଛା ପୂରଣ କରିବାକୁ କିକ୍ ବକ୍ସର ଭାବରେ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୁଅନ୍ତି ।[୪][୭] ମନୋଜ ମିଶ୍ର, ପୃଥ୍ୱୀରାଜ ନାୟକ, ସଲିଲ ମିତ୍ର, କାଳିଆ, ମୌସୁମୀ, ଆଶିଷ, ପ୍ରୀତିରାଜ ଶତପଥୀ, ଇଲୁ ବାନାର୍ଜୀ, ବାବୁ ପ୍ରଧାନ, କୁନି ମିଶ୍ର, ସନ୍ଦୀପ ମନାଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରରେ ଅର୍ଚ୍ଚିତ ୪ଟି ଅଲଗା ଅଲଗା ଶୈଳୀରେ ଅଭିନୟ କରିଥିଲେ ।[୮][୫] ତାଙ୍କୁ ବକ୍ସିଂ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବା ସ‌ହ ସେ ନିୟମିତ ବ୍ୟାୟାମ କରୁଥିବା କଥା ତାଙ୍କର ସୋସିଆଲ ମିଡ଼ିଆ ପୃଷ୍ଠାରେ ଫଟୋ ସ‌ହିତ ସେୟାର କରିଥିଲେ ।[୧]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୧]

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର