ଚନ୍ଦନ କର
ଓଡ଼ିଆ ଅଭିନେତା
ଚନ୍ଦନ କର ଭାରତର ଓଡ଼ିଶାରେ ଜଣେ ଜଣାଶୁଣା ଓଡ଼ିଆ ଅଭିନେତା । [୧][୨] ସେ ୨୦୦୬ରେ ବାବୁ ଆଇ ଲଭ ୟୁ ସିନେମାରୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବିପକ୍ଷରେ ନିଜ କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । [୩][୪][୫]
ଚନ୍ଦନ କର | |
---|---|
Background information | |
ଜନ୍ମ | ୧୬ ସେପ୍ଟେମ୍ବର ୧୯୮୧ କଟକ |
ପେଷା | ଓଡ଼ିଆ ସିନେମା ଅଭିନେତା |
କାର୍ଯ୍ୟକାଳ | ୨୦୦୬-ଏବେଯାଏଁ |
ବାଲ୍ୟ ଜୀବନ
ଚନ୍ଦନ କର କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରମାକାନ୍ତ କର ଜଣେ ସେବା ନିବୃତ ସରକାରୀ ଯନ୍ତ୍ରୀ ଅଟନ୍ତି । ସେ ଡି.ଏ.ଭି ପବ୍ଲିକ୍ ସ୍କୁଲ୍, ୟୁନିଟ୍-୪, ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଚନ୍ଦନ ୨୦୦୩ ମସିହାରେ ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ ଟେଲିକମ୍ୟୁନିକେସନ୍ ଡିପାର୍ଟମେଣ୍ଟ୍ରେ ଓଡ଼ିଶା ଇଞ୍ଜିନିୟରିଂ କଲେଜରୁ ବିଟେକ୍ରେ ସ୍ନାତକ ଉପାଧି ହାସଲ କରିଛନ୍ତି ।
କର୍ମ ଜୀବନ
ଚନ୍ଦନ କର ପେଷାରେ ଜଣେ ସପ୍ଟବେର୍ ଇଞ୍ଜିନିୟର । ସେ ଏକ ବହୁରାଷ୍ଟ୍ରିୟ ଆଇ.ଟି କମ୍ପାନିରେ କାର୍ଯ୍ୟରତ ।
ସିନେମା
- ୨୦୦୬ - ବାବୁ ଆଇ ଲଭ ୟୁ
- ୨୦୦୬ - ଦେ ମା ଶକ୍ତୀ ଦେ
- ୨୦୦୮ - ମତେ ଆଣିଦେଲ ଲକ୍ଷେ ଫଗୁଣ
- ୨୦୦୮ - ଛାତି ଚିରି ଦେଲେ ତୁ
- ୨୦୦୯ - ଧିରେ ଧିରେ ପ୍ରେମ ହେଲା
- ୨୦୦୯ - କେଉଁ ଦୁନିଆଁରୁ ଆସିଲ ବନ୍ଧୁ
- ୨୦୦୯ - ପାଗଳ କରିଛି ପାଉଁଜି ତୋର
- ୨୦୦୯ - ଶନି ଦେବ
- ୨୦୧୦ - ଏଇ ମିଳନ ଯୁଗ ଯୁଗର
- ୨୦୧୦ - ଛାତିରେ ଲେଖିଛି ତୋରି ନାଁ
- ୨୦୧୧ - ହିରୋ - ପ୍ରେମ କଥା
- ୨୦୧୧ - ପ୍ଳଟ ନଂ,୧୦୪ (ମୁକ୍ତି ଅପେକ୍ଷାରେ)
- ୨୦୧୨ - ଟଙ୍କା ତୁଝେ ସଲାମ୍ (ନିର୍ମାଣାଧୀନ)
- ୨୦୨୩* - କଳାପାହାଡ଼[୬]
- ୨୦୨୩ - ମହର୍ଷି[୭]
ଟେଲିଭିଜନ
- ଏଇତ ଜୀବନ (ଓଟିଭି)
- ଫୋନ୍ ଇନ୍ (ଇଟିଭି)
- ସେଲିବ୍ରିଟି ସୋ (ତରଙ୍ଗ)
- ଡେ ବିଥ୍ ଏ ଷ୍ଟାର୍ (ତରଙ୍ଗ)
- ଷ୍ଟାର୍ ଚଏସ୍ (ତରଙ୍ଗ)
- ଷ୍ଟାର୍ ଟେଷ୍ଟ (ତରଙ୍ଗ)
- ବେଷ୍ଟ ଇନ୍ ଓଡ଼ିଶା (ତରଙ୍ଗ)
- କିଛିକଥା କିଛିଗୀତ (ତରଙ୍ଗ)
ମାନ ସମ୍ମାନ
ବର୍ଷ | ପୁରସ୍କାର | ବିଭାଗ | ଚଳଚ୍ଚିତ୍ର | ପରିଣାମ |
---|---|---|---|---|
୨୦୦୬ | ଓମ୍ ଶ୍ରୀ ପୁରସ୍କାର | ନବାଗତ ଅଭିନେତା - ପୁରୁଷ | ବାବୁ ଆଇ ଲଭ ୟୁ | ଜିତିଛନ୍ତି |
୨୦୦୬ | ଶୁଭମ୍ ପୁରସ୍କାର | ନବାଗତ ଅଭିନେତା - ପୁରୁଷ | ବାବୁ ଆଇ ଲଭ ୟୁ | ଜିତିଛନ୍ତି |
୨୦୦୯ | ମୁନ୍ ଟିଭି ପୁରସ୍କାର | ଖଳନାୟକ ଚରିତ୍ର - ପୁରୁଷ | ''ମତେ ଆଣିଦେଲ ଲକ୍ଷେ ଫଗୁଣ'' | ଜିତିଛନ୍ତି |
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଚନ୍ଦନ କର
- www.welcomeorissa.com profile Archived 2008-12-23 at the Wayback Machine.
- www.izeans.com Archived 2008-09-26 at the Wayback Machine.
ଉଇକିମିଡ଼ିଆ କମନ୍ସରେ ଚନ୍ଦନ କରବାବଦରେ ମାଧ୍ୟମ ରହିଛି ।
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ