ଇସ୍ପାତ ଏକ୍ସପ୍ରେସ ଟ୍ରେନ
- ପୃଷ୍ଠା
- ଆଲୋଚନା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
ଇସ୍ପାତ ଏକ୍ସପ୍ରେସ, ଓଡ଼ିଶାର ଟିଟିଲାଗଡ଼ରୁ କଲିକତା ଦୈନିକ ଚଳାଚଳ କରୁଥିବା ଏକ ସୁପରଫାଷ୍ଟ ଟ୍ରେନ ।[୧] ଏହାର ଯାତ୍ରପଥ ୭୪୫ କିଲୋମିଟର ଲମ୍ବ । ଏହି ଟ୍ରେନ ତାର ଯାତ୍ରପଥରେ ଓଡ଼ିଶାର ପଶ୍ଚିମାଞ୍ଚଳ ଟିଟିଲାଗଡ଼ରୁ ବରଗଡ଼, ସମ୍ବଲପୁର ଦେଇ ବିହାର ଓ ପଶ୍ଚିମବଙ୍ଗ ଦେଇ କଲିକତା ପହଞ୍ଚେ । ପ୍ରାୟତଃ ଦିନ ବେଳା ଯାଉଥିବା ଏହି ଟ୍ରେନରେ ଶୀତତାପ ନିୟନ୍ତ୍ରିତ ଚେୟାର କାର ସମେତ ସାଧାରଣ ଚେୟାର କାର ଉପଲବ୍ଢ । ପାଣ୍ଟ୍ରୀ କାର ଜରିଆରେ ଯାତ୍ରୀମାନଙ୍କୁ ଭୋଜନ ମଧ୍ୟ ମିଳିବାର ବ୍ୟବସ୍ଥା ଥାଏ । ଏହି ଟ୍ରେନ ପାଇଁ ୧୦ ଦିନ ଆଗରୁ ସ୍ଥାନ ସଂରକ୍ଷଣ କରାଯାଇପାରେ । ପ୍ରଥମରୁ ଜମଶେଦପୁର-କଲିକତା ପାଇଁ ଆରମ୍ଭ ହୋଇଥିବା ଏହି ଟ୍ରେନ କ୍ରମଶଃ ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର ଯାଏ ପରିବର୍ଦ୍ଧିତ ହେଇ ବର୍ତ୍ତମାନ ଟିଟିଲାଗଡ଼ ପର୍ଯ୍ୟନ୍ତ ଚାଲୁଛି ।