ଇସ୍କ ତୁ ହି ତୁ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ[୧] |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କାହାଣୀ | ତାପସ ସରଘରିଆ |
କଳାକାର | ଅରିନ୍ଦମ ରାୟ ଏଲିନା ସାମନ୍ତରାୟ ମିହିର ଦାସ ପ୍ରିୟଙ୍କା ମହାପାତ୍ର ଅପରାଜିତା ମହାନ୍ତି ମୀନକେତନ ପ୍ରଜ୍ଞା ଖଟୁଆ ସମରେଶ ରାଉତରାୟ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୪ ଜାନୁଆରୀ ୨୦୧୫ |
ଦେଶ | ![]() |
ଭାଷା | ଓଡ଼ିଆ |
ଇସ୍କ ତୁ ହି ତୁ, ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ଫିଲ୍ମ ପ୍ରଡ଼କ୍ସନ ତରଫରୁ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରାଯାଇଥିଲା ।[୨] ଏହି ଚଳଚ୍ଚିତ୍ରଟିର ନାୟିକା ଏକ ଦୂରଦର୍ଶନ କାର୍ଯ୍ୟକ୍ରମ ଜରିଆରେ ବଛାଯାଇଥିଲା ।[୩] ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ ଜରିଆରେ ଏହି ଚଳଚ୍ଚିତ୍ରଟିର ନାୟିକା ଭୂମିକାରେ ଅଭିନୟ ପାଇଁ ଏଲିନା ସାମନ୍ତରାୟଙ୍କୁ ବଛାଯାଇଥିଲା ।[୪] ସେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫][୬]
ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ତାପସ ସରଘରିଆ କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୭] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଏଲିନା ସାମନ୍ତରାୟ ।[୮][୯] ମିହିର ଦାସ, ମୀନକେତନ, ପ୍ରଜ୍ଞା ଖଟୁଆ, ସମରେଶ ରାଉତରାୟ, ଅପରାଜିତା ମହାନ୍ତି, ବିକାଶ ଦାସ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।
କ୍ରମ | ଗୀତ | ସମୟ |
---|---|---|
1. | "ଇସ୍କ ତୁ ହି ତୁ" | |
2. | "ଜୋତ୍ସ୍ନା ସେ ରୂପସୀ ଜହ୍ନ" | |
3. | "ନ ଥିଲା ଭାଗ୍ୟରେ" | |
4. | "ଓରେ ପ୍ରିୟାରେ" | |
5. | "ତୁ ନ ହେଲୁ ନାହିଁ" | |
6. | "ଦୁନିଆ ପଥର" | |
7. | "ହାଏ ତୋ ଶାହାରୁଖ ବାଲା ଷ୍ଟାଇଲ" |