ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଓଡ଼ିଆ ସାହିତ୍ୟିକ ଓ ଭାଷାବିତ
(Prafulla Kumar Tripathyରୁ ଲେଉଟି ଆସିଛି)

ପ୍ରଫୁଲ୍ଲ କୁମାର ତ୍ରିପାଠୀ (ଜନ୍ମ : ୨୫ ଅଗଷ୍ଟ ୧୯୪୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ସାହିତ୍ୟିକ ଓ ଭାଷାବିତ ଅଟନ୍ତି । ତ୍ରିପାଠୀ ସମାଜରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ନିଜ ଲେଖନୀ ଚାଳନା କରିଛନ୍ତି । ସେହିପରି ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ସେ ବହୁ ପୁସ୍ତକ ରଚନା କରିଛନ୍ତି । ୧୯୭୯ ମସିହାରେ ନିଜ କ୍ଷୁଦ୍ରଗଳ୍ପ ପୁସ୍ତକ "ନିଜ ସିଂହାସନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ଅଧ୍ୟାପନାକୁ ବୃତ୍ତିଭାବରେ ଗ୍ରହଣ କରି, ସେ ସେବାନିବୃତ ହୋଇସାରିଛନ୍ତି ।

ପ୍ରଫୁଲ୍ଲ କୁମାର ତ୍ରିପାଠୀ
ଜନ୍ମ (1945-08-25) ୨୫ ଅଗଷ୍ଟ ୧୯୪୫ (ବୟସ ୭୮)
ଭଟଲି
ଜାତୀୟତାଭାରତୀୟ
ପିତାମାତା(s)ଗୌରାଙ୍ଗ ତ୍ରିପାଠୀ, ରୁକ୍ମିଣୀ ତ୍ରିପାଠୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ପରିବାର

ପ୍ରଫୁଲ୍ଲଙ୍କ ପିତାଙ୍କ ନାମ ଗୌରାଙ୍ଗ ତ୍ରିପାଠୀ ଓ ମାତାଙ୍କ ନାମ ରୁକ୍ମିଣୀ ତ୍ରିପାଠୀ ଥିଲା । ତାଙ୍କର ଅନ୍ୟ ଦୁଇ ଭାଇଙ୍କ ନାମ ପ୍ରମୋଦ କୁମାର ତ୍ରିପାଠୀ ଓ ପ୍ରଦୀପ କୁମାର ତ୍ରିପାଠୀ । ସ୍ୱର୍ଗତ ପ୍ରମୋଦ ଜଣେ ନାଟ୍ୟକାର ଥିଲେ । ତାଙ୍କର ତିନି ଭଉଣୀଙ୍କ ନାମ ବାବି, ମାମି ଓ ଲିଲି ।[୨]

ରଚନାବଳୀ

ପ୍ରଫୁଲ୍ଲଙ୍କର ପ୍ରଥମ ଛପାଯାଇଥିବା କବିତା ଥିଲା କ୍ଷଣଭଙ୍ଗୁର ଜୀବନ । ଏହା ୧୯୫୮ ମସିହାରେ ତାଙ୍କ ସ୍କୁଲର ବାର୍ଷିକ ପତ୍ରିକା ଉଷାରେ ପ୍ରକାଶ ପାଇଥିଲା । ୧୯୬୫ ମସିହାରେ ତାଙ୍କର ପ୍ରଥମ ବହି ଅନ୍ୟ ଇଲାକା ଓ ଅନ୍ୟାନ୍ୟ କବିତା ପ୍ରକାଶ ପାଇଥିଲା । ୧୯୮୭ ମସିହାରେ ସମଲପୁରି ଓଡ଼ିଆ ଶବ୍ଦକୋଷ ପ୍ରକାଶ ପାଇଥିଲା । ଦୀନନାଥ ପାଠୀଙ୍କ ଅବନ୍ତି ପୁସ୍ତକକୁ ସେ ଅନୁବାଦ କରିଥିଲେ ।

ଗଳ୍ପ

  • ଚଢ଼ାଉତୁରା
  • ଆୟତନ
  • ସ୍ଥିରଗତି
  • ନିଜ ସିଂହାସନ
  • ମିଠା ମିଛ

ଭାଷା ଓ ବ୍ୟକରଣ ସମ୍ବନ୍ଧିତ

  • ଶବ୍ଦକୋଷ
  • ଶବ୍ଦଗଠକ କୋଷ
  • ଅର୍ଥବୋଧ
  • ଶବ୍ଦବୋଧ
  • ବର୍ଣ୍ଣ ବିଧାନ
  • ଭାଷା ଭାବନା
  • ସମଲପୁରି ଓଡ଼ିଆ ଶବ୍ଦକୋଷ
  • ସମଲପୁରି କୋଶଳି ବ୍ୟାକରଣ[୩]

ଅନ୍ୟାନ୍ୟ

  • ଅବନ୍ତି
  • ଅନ୍ୟ ଇଲାକା ଓ ଅନ୍ୟାନ୍ୟ କବିତା
  • ଢେଉଗଣା
  • ଜଗତସତ୍ୟ
  • ତ୍ରି
  • ସବୁଗଳ୍ପ
  • ପରିତ୍ରାଣାୟ ସାଧୁନାମ(ପଶ୍ଚିମା ପ୍ରକାଶନ)
  • ଯୁବଲେଖକ[୪]
  • ଅବନ୍ତୀ
  • ଅବତନ[୫]
  • ସପ୍ତାହ ଓ ଅନ୍ୟ ସତ
  • ପାଞ୍ଚାଳୀ
  • ସ୍ୱୟଂ ମୁଁ ନିଜେ
  • ଏ ନଦୀ, ଦେ ନୀର
  • ବର୍ଣ ବିଧାନ(କାହାଣୀ ପ୍ରକାଶନ)
  • ଓଡ଼ିଆ ବନାନଧାରା
  • ଭାଷାଭାବନା
  • ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ[୬]
  • ରଚନା ବିଧି
  • ଶବ୍ଦ ବିଧି[୭]

ସମ୍ମାନ ଓ ପୁରସ୍କାର

ଆଧାର

ଅଧିକ ତଥ୍ୟ