୨୦୧୯ ଭାରତୀୟ ସାଧାରଣ ନିର୍ବାଚନ

୧୭ଶ ଲୋକ ସଭା ପାଇଁ ଭାରତୀୟ ନିର୍ବାଚନ

ଭାରତୀୟ ସାଧାରଣ ନିର୍ବାଚନ ୧୭ତମ ଲୋକ ସଭା ସଦସ୍ୟମାନଙ୍କୁ ନିର୍ବାଚିତ କରିବାକୁ ୨୦୧୯ ମସିହା ଅପ୍ରେଲ ମାସ ୧୧ ତାରିଖରୁ ଆରମ୍ଭ କରି ମଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ମଇ ମାସ ୨୩ ତାରିଖରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇଥିଲା ।[୧][୨]

ଭାରତୀୟ ସାଧାରଣ ନିର୍ବାଚନ, ୨୦୧୯

← ୨୦୧୪ଅପ୍ରେଲ-ମଇ ୨୦୧୯୨୦୨୪ →

ଲୋକ ସଭାରେ ୫୪୩ଟି ସ୍ଥାନ
୨୭୨ seats needed for a majority
Opinion polls
 
Leaderନରେନ୍ଦ୍ର ମୋଦୀରାହୁଳ ଗାନ୍ଧୀ
Partyଭାଜପାକଂଗ୍ରେସ
Allianceରାଷ୍ଟ୍ରୀୟ ଗଣତାନ୍ତ୍ରିକ ସଙ୍ଗଠନସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନ
Leader since୧୩ ସେପ୍ଟେମ୍ବର ୨୦୧୩୧୧ ଡିସେମ୍ବର ୨୦୧୭
Leader's seatବାରଣାସୀ ଲୋକ ସଭା ନିର୍ବାଚନ ମଣ୍ଡଳିAmethi (Lok Sabha constituency)
Last election୨୮୨୪୪
Seats needed-Increase ୨୨୮


Incumbent ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀ
ଭାଜପା



ବିଧାନ ସଭା ନିର୍ବାଚନ ମଧ୍ୟ ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ଏହି ସମୟରେ ଏକା ସାଙ୍ଗରେ ହୋଇଥିଲା: ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ[୩] ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ୧୧, ୧୮, ୨୩ ଏବଂ ୨୯ ଅପ୍ରେଲ ମାସରେ ନିର୍ବାଚନ ହୋଇଥିଲା ।[୪]

ନିର୍ବାଚନ ବ୍ୟବସ୍ଥା

୫୪୩ ଜଣ ସାଂସଦଙ୍କୁ ଭାରତୀୟ ନାଗରିକଗଣ ଭୋଟ ଦେଇ ୫୪୩ଟି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ କରନ୍ତି । ବାକି ୨ ଜଣ ସାଂସଦଙ୍କୁ ଭାରତର ରାଷ୍ଟ୍ରପତି ଚାହିଁଲେ ଅଙ୍ଗ୍ଲୋ-ଇଣ୍ଡିଆନଙ୍କମଧ୍ୟରୁ ମନୋନୀତ କରନ୍ତି । [୫][୬]

ଓଡ଼ିଶାରେ ହେବାକୁ ଥିବା ଲୋକ ସଭା ନିର୍ବାଚନର କାର୍ଯ୍ୟକ୍ରମ ସୂଚୀ

ପୂର୍ବଥର ୧୬ଶ ଭାରତୀୟ ସାଧାରଣ ନିର୍ବାଚନ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲାବେଳେ ଏହି ଥର ଏହା ସୁବିଧାରେ ପରିଚାଳନା କରିବାକୁ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।[୭] ଓଡ଼ିଶା ବିଧାନ ସଭା ନିର୍ବାଚନ ସୂଚୀ ଅଲଗା ଭାବରେ ପ୍ରକାଶ ପାଇବ ।[୪][୮]

ପର୍ଯ୍ୟାୟ ଅନୁଯାୟୀ ୨୦୧୯ ନିର୍ବାଚନ ଚିତ୍ର
ନିର୍ବାଚନ ପର୍ଯ୍ୟାୟନିର୍ବାଚନ ତାରିଖଲୋକ ସଭା ନିର୍ବାଚନ ମଣ୍ଡଳୀ
ପ୍ରଥମ୧୧ ଅପ୍ରେଲ ୨୦୧୯କଳାହାଣ୍ଡି
ନବରଙ୍ଗପୁର
ବ୍ରହ୍ମପୁର
କୋରାପୁଟ
ଦ୍ୱିତୀୟ୧୮ ଅପ୍ରେଲ ୨୦୧୯ବରଗଡ଼
ସୁନ୍ଦରଗଡ଼
ବଲାଙ୍ଗୀର
କନ୍ଧମାଳ
ଆସିକା
ତୃତୀୟ୨୩ ଅପ୍ରେଲ ୨୦୧୯ସମ୍ବଲପୁର
କେନ୍ଦୁଝର
ଢେଙ୍କାନାଳ
କଟକ
ପୁରୀ
ଭୁବନେଶ୍ୱର
ଚତୁର୍ଥ୨୯ ଅପ୍ରେଲ ୨୦୧୯ମୟୂରଭଞ୍ଜ
ବାଲେଶ୍ୱର
ଭଦ୍ରକ
ଯାଜପୁର
କେନ୍ଦ୍ରାପଡ଼ା
ଜଗତସିଂହପୁର

ଭାରତର ଅନ୍ୟ ପ୍ରାନ୍ତଗୁଡ଼ିକ ସହ ଓଡ଼ିଶାର ମଧ୍ୟ ଲୋକ ସଭା ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ରେ ପ୍ରକାଶ ପାଇବ ।

ନିର୍ବାଚନ କମିଶନର

ନିର୍ବାଚନ ହେଉଛନ୍ତି ଏକ ସ୍ୱାଧୀନ ସଂସ୍ଥା ଯିଏ କି ଭାରତରେ ନିର୍ବାଚନ ଆୟୋଜନ କରିଥାନ୍ତି ଏବଂ ଫଳାଫଳ ମଧ୍ୟ ଘୋଷଣା କରନ୍ତି ।

୨୦୧୯ ଲୋକ ସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ଏବଂ ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କହିଥିଲେ ।[୯]

  • ନିର୍ବାଚନ କମିଶନଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀମାନେ ସେମାନଙ୍କର ଦେଶ ଭିତରେ ଥିବା ସମ୍ପତ୍ତି ସହିତ ବିଦେଶ ସମ୍ପତ୍ତି ସଂପର୍କରେ ମଧ୍ୟ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ । ଆୟକର ବିଭାଗ ଏ ବାବଦ ତଥ୍ୟର ଯାଞ୍ଚ କରିବ ଏବଂ କୌଣସି ଅନିୟମିତତା ମିଳିଲେ ତୁରନ୍ତ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଏହାକୁ ଅପ୍‌ଲୋଡ କରାଯିବ ଏବଂ ବିହୀତ କାର୍ଯ୍ୟାନୁଷ୍ଠାନ ହେବ ।
  • ହିଂସା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ବରଦାସ୍ତ କରାଯିବ ନାହିଁ ଏବଂ ରାଜ୍ୟମାନଙ୍କର ଡିଜିପି ଏବଂ ମୁଖ୍ୟ ସଚିବ ଏ ବାବଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବେ ।
  • ଏଥର ନିର୍ବାଚନରେ ସି ଭିଜିଲ୍‌ ଆପ୍‌ ପ୍ରଚଳନ ହେବ । ଏହାକୁ ପ୍ରଥମେ ପାଇଲଟ୍‌ ପ୍ରକଳ୍ପ ଭାବେ କର୍ଣ୍ଣାଟକରେ ଆରମ୍ଭ କରାଯିବ। ଏହି ପ୍ରକ୍ରିୟାରେ ନିର୍ବାଚନ ସଂପର୍କିତ ଅଭିଯୋଗକୁ ଏହି ଆପ୍‌ ମାଧ୍ୟମରେ ଜନସାଧାରଣ ଦାଖଲ କରିବେ ।
  • ସୋସିଆଲ ମିଡିଆ ଉପରେ ମଧ୍ୟ ନିର୍ବାଚନ କମିଶନ ସତର୍କ ନଜର ରଖିବେ ।
  • ଦେଶର ସମସ୍ତ ୧, ୬୩,୩୩୧ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଭିଭିପିଏଟି ମେସିନ ବ୍ୟବହାର ହେବ ।

ପୃଷ୍ଠଭୂମି

ପୂର୍ବ ଲୋକ ସଭା ନିର୍ବାଚନ ଅପ୍ରେଲ-ମଇ ମାସ ୨୦୧୪ ମସିହାରେ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏନଡିଏ ଜୟଲାଭ କରିଥିଲା । ଏହି ଦଳର ନେତାରୂପେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଇତିହାସରେ ଦେଖିବାକୁ ଗଲେ ଭାରତର ପ୍ରଥମ ଲୋକ ସଭା ନିର୍ବାଚନ ୧୯୫୧-୫୨ ମସିହାରେ ହୋଇଥିଲା ।

ପ୍ରଚାର

୨୦୧୯ ମସିହା, ଜାନୁୟାରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ ଥର ସରକାର ଗଢ଼ିବାକୁ ବିଜେପି ତରଫରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ।[୧୦] ଏହା ପ୍ରାୟ ଜଣାଯାଉଛି ଯେ ବିଜେପି ହିନ୍ଦୁ-ଜାତୀୟତାକୁ ଗୂଢ଼କରି ନିର୍ବାଚନ ପ୍ରଚାର କରିବ ।[୧୧][୧୨]

ଠିକ ସେହିଦିନ ମାୟାବତୀ (ବହୁଜନ ସମାଜବାଦୀ ପାର୍ଟିର ସଭାପତି ) ଏବଂ ଅଖିଲେଶ ଯାଦବ (ସମାଜବାଦୀ ପାର୍ଟିର ସଭାପତି) ଏକ ଗଠବନ୍ଧନ କରି ଉତ୍ତର ପ୍ରଦେଶର ୮୦ଟି ଆସନରୁ ୭୬ଟିରେ ପ୍ରାଥୀ ଦେବେବୋଲି ଘୋଷଣା କରିଥିଲେ । ଅମେଥି ଏବଂ ରାଏବରେଲୀରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଛିଡ଼ା ହେଉଥିବାରୁ, ଏହି ଗଠବନ୍ଧନ ଏହି ଦୁଇ ସ୍ଥାନରେ ପ୍ରାଥୀ ଦେବନାହିଁ ବୋଲି ଘୋଷଣା କରିଥିଲେ ।[୧୩]

ପ୍ରସଙ୍ଗଗୁଡ଼ିକ

ବେକାରୀ ସମସ୍ୟାରୁ ଆରମ୍ଭକରି ଚାଷୀ ଅସନ୍ତୋଷ ପର୍ଯ୍ୟନ୍ତ ଏହି ଲୋକ ସଭା ନିର୍ବାଚନରେ ଅନେକ ପ୍ରସଙ୍ଗ ରହିଛି । .

ଚାଷବାସ ଜନିତ ଅସନ୍ତୋଷ

ଖାଦ୍ୟର ମୁଦ୍ରାସ୍ଫୀତି ହାର ହ୍ରାସ[୧୪] ଏବଂ କୃଷି କ୍ଷେତ୍ରରେ କମ ଅଭିବୃଦ୍ଧି[୧୫] ଚାଷବାସ କ୍ଷେତ୍ରରେ ଗଭୀର ଅସନ୍ତୋଷର କାରଣ ହୋଇଛି ।[୧୬] ଏହି ଅସନ୍ତୋଷ ଯୋଗୁଁ ଦେଶସାରା ନାନାଦି ସ୍ଥାନରେ ଚାଷୀମାନେ ଧାରଣା ଏବଂ ଆନ୍ଦୋଳନ କରିଆସୁଛନ୍ତି ।[୧୭][୧୮] [୧୯] [୨୦] ଚାଷୀମାନଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ଯାଇ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ବଢାଇଥିଲେ, ହେଲେ ଏହାକୁ ଅନେକ ସ୍ଥାନରୁ ସମାଲୋଚନା ମିଳିଥିଲା ।[୨୧][୨୨][୨୩] [୨୪][୨୫] କେନ୍ଦ୍ରରେ ସରକାର ଗଢ଼ିଲେ, ଗରିବ ଚାଷୀମାନଙ୍କୁ କଂଗ୍ରେସ ବାର୍ଷିକ ୭୨,୦୦୦ ଦେବ ବୋଲି ତାଙ୍କର ନିର୍ବାଚନ ଇସ୍ତିହାରରେ ଘୋଷଣା କରିଛି ।[୨୬]

ବେକାରୀ ସମସ୍ୟା

ବେକାରୀ ସମସ୍ୟା ଭାରତରେ ଏବେ ଗମ୍ଭୀରତାର ରୂପ ନେଇଛି ।[୨୭] ଗତ ୪୫ ବର୍ଷରେ ବର୍ତ୍ତମାନର ବେକାରୀ ହାର ସର୍ବାଧିକ ୬.୧% ହୋଇଛି ।[୨୮][୨୯][୩୦] ନୋଟବନ୍ଦୀ ଯୋଗୁଁ ୧୫ ଲକ୍ଷ୍ୟ ବ୍ୟକ୍ତି ବେକାର ହୋଇଯାଇଥିଲେ । [୩୧] ଜିଏସଟି ଯୋଗୁଁ ମଧ୍ୟ ବେକାରୀ ସଂଖ୍ୟାରେ ବୃଦ୍ଧି ଘଟିଥିଲା ।[୩୨][୩୩]

ଗଣତାନ୍ତ୍ରିକ ସଂସ୍ଥା ଏବଂ ଅନୁଷ୍ଠାନଗୁଡିକୁ ଏବଂ ପ୍ରକ୍ରିୟାର ଅଣଦେଖା

ବିରୋଧୀ ଦଳ ମତଦେଉଛନ୍ତି ଯେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି ।[୩୪] ଜୁଡ଼ିସିଆରି, ନ୍ୟାୟତନ୍ତ୍ର[୩୫][୩୬], ସଂସଦ[୩୫], ମିଡ଼ିଆ[୩୫], ଭାରତୀୟ ରିଜର୍ଭ ବ୍ୟାଙ୍କ [୩୭], ସିବିଆଇ[୩୮][୩୯] ଏବଂ ସୂଚନା ଅଧିକାର ଆଇନ[୩୮] ସରକାରଙ୍କଦ୍ୱାରା ଅଣଦେଖା କରାଯାଉଛି ବୋଲି କୁହାଯାଉଛି । ଏହି ପ୍ରସଙ୍ଗନେଇ ବିରୋଧୀଦଳଗୁଡିକ ପ୍ରଚୁର ମାତ୍ରାରେ ନିର୍ବାଚନ ପ୍ରଚାର କରୁଛନ୍ତି ।[୪୦]

ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ବିରୁଦ୍ଧରେ ତୃଣମୂଳ କଂଗ୍ରେସର ସଭାପତି ମମତା ବାନାର୍ଜୀ ୩ ଫେବୃୟାରୀ ୨୦୧୯ ଦିନ ପଶ୍ଚିମବଙ୍ଗଠାରେ ସମ୍ବିଧାନ ବଞ୍ଚାଅ ଧାରଣା ଦେଇଥିଲେ ।[୪୧][୪୨] ବିଜେପି ମତରେ ଏହି ଧାରଣା କେବଳ ଚିଟ ଫଣ୍ଡ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପରଦାରେ ରଖିବାକୁ କରାଯାଇଥିଲା ।[୪୩] ଭାରତୀୟ ଜାତୀୟ କଂଗ୍ରେସ, ଆମ ଆଦମୀ ପାର୍ଟି, ତେଲୁଗୁ ଦେଶମ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଜମ୍ମୁ ଓ କାଶ୍ମୀର ଜାତୀୟ କନଫରେନ୍ସ, ଦ୍ରାବିଡ଼ ମୁନେତ୍ରା କାଗମ ଦଳଗୁଡ଼ିକ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ।[୪୪] ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ଧାରଣା ୫ ଫେବୃୟାରୀ ୨୦୧୯ ତାରିଖରେ ବନ୍ଦ ହୋଇଥିଲା ।[୪୫]

ରାମ ମନ୍ଦିର

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପି ସମର୍ଥନ କରୁଅଛି । ଏହା ଦେଖାଯାଇଛି ଯେ ଦଳ ଏହି ପ୍ରସଙ୍ଗକୁ ନେଇ ଜୋରସୋରରେ ନିର୍ବାଚନ ପ୍ରଚାର କରିବ । ଏହା ଦେଖାଯାଇଛି ଯେ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ହିନ୍ଦୁ ଭୋଟ ପାଇବା ଆଶାରେ ଏହି ମନ୍ଦିର ଗଢ଼ିବା ପ୍ରସଙ୍ଗ ଉଠାଉଛନ୍ତି ।[୪୬][୪୭] [୪୮]

ରାଫେଲ ବିମାନ ଚୁକ୍ତି

ବିରୋଧୀ ଦଳଗୁଡ଼ିକ ରାଫେଲ ବିମାନ କିଣା ଚୁକ୍ତିର ମୂଲ୍ୟବୃଦ୍ଧି ଏବଂ କେତେକ ନିର୍ଦ୍ଧିଷ୍ଟ କମ୍ପାନୀଗୁଡିକୁ ଅଧିକ ପକ୍ଷପାତ ହେଉଛି ବୋଲି ଆଙ୍ଗୁଳି ଉଠାଇଛନ୍ତି ।[୪୯][୫୦] ଅନ୍ୟ ପକ୍ଷ୍ୟରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ଏହି ସବୁ ଆରୋପକୁ ଏଡ଼ାଇଦେଇଛନ୍ତି ।[୫୧][୫୨][୫୩][୫୪][୫୫]

ଭାରତୀୟ ଜାତୀୟ କଂଗ୍ରେସ ଏକ ସାମୁହିକ ସଂସଦୀୟ କମିଟି ଗଠନ କରିବାକୁ ଦାବି କରିଛନ୍ତି । [୫୬][୫୭] ସିଏଜି ରିପୋର୍ଟ ହିସାବରେ କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫାଲ ରାଜିନାମାଠାରୁ ଏନଡିଏ ସରକାରଙ୍କ ଅମଳରେ ହୋଇଥିବା ରାଫେଲ ମୂଲଚାଲ ୨.୮% ଶସ୍ତା ବୋଲି କୁହାଯାଇଛି ।[୫୮]

ନାଗରିକ ସଂଶୋଧନ ବିଲ

ବେଆଇନ ଅନୁପ୍ରବେଶକାରୀମାନଙ୍କର ସଂଜ୍ଞା ପରିବର୍ତ୍ତନ କରିବାକୁ ସଂସଦ ନାଗରିକ ସଂଶୋଧନ ବିଲ ଜରିଆରେ ଚେଷ୍ଟା କରୁଛି ।.[୫୯] ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ଆସାମରେ ଏହା ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ।[୬୦][୬୧][୬୨]

ବିଭିନ୍ନ ଦଳ ଏବଂ ଗଠବନ୍ଧନ

ବି. ଦ୍ର. : ନିମ୍ନଲିଖିତ ତଥ୍ୟ କେବଳ କିଛି ନିର୍ଦ୍ଧିଷ୍ଟ ରାଜ୍ୟ ପାଇଁ ସମସ୍ତ ଦେଶର ତଥ୍ୟ ନୁଁହେ ।

ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ

ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନରେ ଥିବା ଦଳଗୁଡିକ: [୬୩]

ଦଳରାଜ୍ୟସ୍ଥାନ
ଲଢ଼ିଥିଲେଜିତିଥିଲେ
ଭାରତୀୟ ଜନତା ପାର୍ଟିଅନେକ ରାଜ୍ୟ
ଜନତା ଦଳ(ସଂଯୁକ୍ତ)ବିହାର୧୭
ଶିରୋମଣୀ ଅକାଳୀ ଦଳପଞ୍ଜାବ୧୦
ଲୋକ ଜନଶକ୍ତି ପାର୍ଟିବିହାର
ଶିବ ସେନା[୬୪]ମହାରାଷ୍ଟ୍ର୨୩
ଏଆଇଡିଏମକେ + ପିଏମକେତାମିଲନାଡୁ ଏବଂ ପଣ୍ଡିଚେରୀ୩୫[୬୫]

ରାଷ୍ଟ୍ରୀୟ ଲୋକ ସମତା ପାର୍ଟି

ଟିକଟ ବଣ୍ଟାକୁ ହେଇଥିବା ବିବାଦ ଯୋଗୁଁ ଏହି ଦଳ, ଗଠବନ୍ଧନରୁ ୧୦ ଡିସେମ୍ବର ୨୦୧୮ରେ ବାହାରିଯାଇଥିଲା ।[୬୬]

ଆସାମ ଗଣ ପରିଷଦ

ନାଗରିକ ସଂଶୋଧନ ବିଲ ବିରୋଧରେ ଆନ୍ଦୋଳନ କରି ଏହି ଦଳ ଗଠବନ୍ଧନରୁ ଓହରି ଆସିଥିଲା ।[୬୭]

ଗୋର୍ଖା ଜନମୁକ୍ତି ମୋର୍ଚ୍ଚା

ନିଜର ଦାବିଗୁଡ଼ିକ ପୁରଣନହେବାରୁ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ୨୧ ଜାନୁୟାରୀ ୨୦୧୯ରେ ଗଠବନ୍ଧନରୁ ବାହାରିଆସି ତୃତୀୟ ଗଠବନ୍ଧନରେ ଯୋଗଦାନ କରିଥଲେ ।[୬୮]

ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନରେ ଥିବା ଦଳଗୁଡ଼ିକର ତାଲିକା:[୬୯]

ଦଳରାଜ୍ୟସ୍ଥାନ
ଲଢ଼ିଥିଲେଜିତିଥିଲେ
ଭାରତୀୟ ଜାତୀୟ କଂଗ୍ରେସଅନେକ ରାଜ୍ୟ
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିଅନେକ ରାଜ୍ୟ୨୪
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାଝାଡ଼ଖଣ୍ଡ
ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ପ୍ରଜାତନ୍ତ୍ରୀକ)ଝାଡ଼ଖଣ୍ଡ
ଡିଏମକେତାମିଲନାଡୁ୩୦[୬୫]
ରାଷ୍ଟ୍ରୀୟ ଜନତା ଦଳବିହାର

ମହାଗଠବନ୍ଧନ

ଦଳରାଜ୍ୟସ୍ଥାନ
ଲଢ଼ିଥିଲେଜିତିଥିଲେ
ବହୁଜନ ସମାଜ ପାର୍ଟି [୧୩]ଅନେକ ରାଜ୍ୟ୬୮
ସମାଜବାଦୀ ପାର୍ଟି [୧୩]ଅନେକ ରାଜ୍ୟ୪୧
ରାଷ୍ଟ୍ରୀୟ ଲୋକ ଦଳ[୭୦]ଉତ୍ତରପ୍ରଦେଶ

ଓଡ଼ିଶାର ପ୍ରାର୍ଥୀ ତାଲିକା

ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ଛିଡାହୋଇଥିବା ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ।[୭୧][୭୨][୭୩][୭୪][୭୫][୭୬][୭୭][୭୮]

କ୍ରମାଙ୍କଲୋକ ସଭା ନିର୍ବାଚନ ମଣ୍ଡଳୀବିଜେତାବିଜୁ ଜନତା ଦଳ ପ୍ରାର୍ଥୀଭାରତୀୟ ଜନତା ପାର୍ଟି ପ୍ରାର୍ଥୀଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀଅନ୍ୟାନ୍ୟ ଦଳ ପ୍ରାର୍ଥସ୍ୱାଧୀନ ପ୍ରାର୍ଥ
ଆସ୍କାପ୍ରମିଳା ବିଶୋଇପ୍ରମିଳା ବିଶୋଇଅନିତା ପ୍ରିୟଦର୍ଶିନୀ
କଟକଭର୍ତ୍ତୃହରି ମହତାବଭର୍ତ୍ତୃହରି ମହତାବପ୍ରକାଶ ମିଶ୍ର
କନ୍ଧମାଳଅଚ୍ୟୁତ ସାମନ୍ତଅଚ୍ୟୁତ ସାମନ୍ତଐରଖାରବେଳ ସ୍ବାଇଁମନୋଜ କୁମାର ଆଚାର୍ଯ୍ୟ
କଳାହାଣ୍ଡିବସନ୍ତ କୁମାର ପଣ୍ଡାପୁଷ୍ପେନ୍ଦ୍ର ସିଂହଦେଓବସନ୍ତ କୁମାର ପଣ୍ଡାଭକ୍ତ ଚରଣ ଦାସ
କେନ୍ଦୁଝର (ସଂ)ଚନ୍ଦ୍ରାଣି ମୁର୍ମୁଚନ୍ଦ୍ରାଣି ମୁର୍ମୁଅନନ୍ତ ନାୟକ
କେନ୍ଦ୍ରାପଡ଼ାଅନୁଭବ ମହାନ୍ତିଅନୁଭବ ମହାନ୍ତିବୈଜୟନ୍ତ ପଣ୍ଡା
କୋରାପୁଟ(ସଂ)ସପ୍ତଗିରି ଶଙ୍କର ଉଲ୍ଲାକାକୌଶଲ୍ୟା ହିକ୍‌କାଜୟରାମ ପାଙ୍ଗିସପ୍ତଗିରି ଶଙ୍କର ଉଲ୍ଲାକା
ଜଗତସିଂହପୁରରାଜଶ୍ରୀ ମଲ୍ଲିକରାଜଶ୍ରୀ ମଲ୍ଲିକ
ଢେଙ୍କାନାଳମହେଶ ସାହୁମହେଶ ସାହୁରୁଦ୍ର ନାରାୟଣ ପାଣିକାମାକ୍ଷାପ୍ରସାଦ ସିଂଦେଓ[୭୯]
୧୦ନବରଙ୍ଗପୁର(ସଂ)ରମେଶ ଚନ୍ଦ୍ର ମାଝିରମେଶ ଚନ୍ଦ୍ର ମାଝିବଳଭଦ୍ର ମାଝିପ୍ରଦୀପ ମାଝି
୧୧ପୁରୀପିନାକୀ ମିଶ୍ରପିନାକୀ ମିଶ୍ରସମ୍ବିତ ପାତ୍ର
୧୨ବରଗଡ଼ସୁରେଶ ପୂଜାରୀପ୍ରସନ୍ନ ଆଚାର୍ଯ୍ୟସୁରେଶ ପୂଜାରୀପ୍ରଦୀପ କୁମାର ଦେବତା
୧୩ବଲାଙ୍ଗୀରସଙ୍ଗୀତା କୁମାରୀ ସିଂହଦେଓକଳିକେଶ ନାରାୟଣ ସିଂହଦେଓସଙ୍ଗୀତା କୁମାରୀ ସିଂହଦେଓ
୧୪ବାଲେଶ୍ୱରପ୍ରତାପ ଷଡ଼ଙ୍ଗୀରବୀନ୍ଦ୍ର ଜେନାପ୍ରତାପ ଷଡ଼ଙ୍ଗୀ
୧୫ବ୍ରହ୍ମପୁରଚନ୍ଦ୍ରଶେଖର ସାହୁଚନ୍ଦ୍ରଶେଖର ସାହୁବ୍ରୁଘୁ ବକ୍ସିପାତ୍ରଭି ଚନ୍ଦ୍ରଶେଖର ନାଇଡୁ
୧୬ଭଦ୍ରକମଞ୍ଜୁଲତା ମଣ୍ଡଳମଞ୍ଜୁଲତା ମଣ୍ଡଳଅଭିମନ୍ୟୁ ସେଠୀ
୧୭ଭୁବନେଶ୍ୱରଅପରାଜିତା ଷଡ଼ଙ୍ଗୀଅରୂପ ପଟ୍ଟନାୟକଅପରାଜିତା ଷଡ଼ଙ୍ଗୀ
୧୮ମୟୁରଭଞ୍ଜବିଶ୍ୱେଶ୍ୱର ଟୁଡ଼ୁଦେବାଶିଷ ମାରାଣ୍ଡିବିଶ୍ୱେଶ୍ୱର ଟୁଡ଼ୁ
୧୯ଯାଜପୁରଶର୍ମିଷ୍ଠା ସେଠୀଶର୍ମିଷ୍ଠା ସେଠୀଅମିୟ ମଲ୍ଲିକ
୨୦ସମ୍ବଲପୁରନୀତେଶ ଗଙ୍ଗ ଦେବନଳିନୀ ପ୍ରଧାନନୀତେଶ ଗଙ୍ଗ ଦେବଶରତ ପଟ୍ଟନାୟକ
୨୧ସୁନ୍ଦରଗଡ଼ (ସଂ)ଜୁଏଲ ଓରାମସୁନୀତା ବିଶ୍ୱାଳଜୁଏଲ ଓରାମଜର୍ଜ ତିର୍କୀ

(ସଂ): ଅନୁସୂଚିତ ଜାତି ବା ଜନଜାତି ସଂରକ୍ଷିତ ଆସନ

ଜନମତ ସର୍ବେକ୍ଷଣ

ଆଗାମୀ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ସଂସ୍ଥା ଜନମତ ସର୍ବେକ୍ଷଣ ନେଇ ଲୋକମାନଙ୍କର ମତ ଆଗୁଆ ଜାଣିବାକୁ ଚେଷ୍ଟା କରୁଛନ୍ତି । ସେହି ସବୁ ସର୍ବେକ୍ଷଣର ଫଳାଫଳ ନିମ୍ନରେ ଦର୍ଶାଗଲା । ଗତ ୨୦୧୪ ନିର୍ବାଚନରୁ ଜାନୁୟାରୀ ୨୦୧୯ ଯାଏଁ ଏହି ତଥ୍ୟ ଅନ୍ତର୍ଭୁକ୍ତ । [୮୦]

Date publishedPolling agencyOthersLeadαMajority
NDAUPA
ଫେବୃୟାରୀ ୨୦୧୯VDP Associates୨୪୨୧୪୮୧୫୩୯୪ଝୁଲା
Jan 2019Times Now-VMR252147144105Hung
Jan 2019Deccan Herald160-175180-200160-18040-5Hung
Jan 2019ABP News -Cvoter Archived 2019-04-29 at the Wayback Machine.23316714366Hung
Jan 2019India Today -Karvy23716614067Hung
Jan 2019VDP Associates22516715058Hung
Dec 2018India Today257146140111Hung
Dec 2018ABP News - C Voter Archived 2019-09-15 at the Wayback Machine.24717112576Hung
Dec 2018India TV - CNX2811241381579
Nov 2018ABP News - C Voter Archived 2019-04-29 at the Wayback Machine.261119163142Hung
Oct 2018ABP News-CSDS Archived 2019-04-29 at the Wayback Machine.2761121551644
Aug 2018India Today- Karvy2811221401599
May 2018ABP News-CSDS2741641051102
Jan 2018Republic-CVoter Archived 2018-06-29 at the Wayback Machine.3358911924663
Jan 2018India Today30910213220737
Aug 2017India Today3497511927677
Jan 2017India Today3706012331098
Aug 2016India Today3049414521032
Feb 2016India Today28611014717614
Aug 2015India Today2888117420716
April–May 2014General election results3366011327664
ମଇ ୨୦୧୯ରିପବ୍ଲିକ ଏବଂ ସି ଭୋଟର   ୨୮୭୧୨୮୧୨୭୧୫୯
ଟାଇମସ ନାଓ ଏବଂ ଭିଏମଆର୍‌୩୯୬୧୩୨୧୦୪୨୬୪
ଜନ କି ବାତ୍‌୩୦୫୧୨୪୧୧୩୧୮୧
ଚାଣକ୍ୟ   ୩୪୦୭୦୧୩୩୨୦୭
ଆଜତକ୍‌ ଆକ୍ସିସ୍‌ ଇଣ୍ଡିଆ  ୧୭୫-୧୮୮୭୩-୯୬  ୩୭-୫୨୧୦୨-୧୧୫

ଓଡ଼ିଶା

ଓଡ଼ିଶାର ୨୧ଟି ଆସନରେ ହୋଇଥିବା ଏକଜିଟ ପୋଲ:[୮୧]

ସଂସ୍ଥାର ନାମବିଜେଡିବିଜେପିକଂଗ୍ରେସ +
ସମ୍ବାଦ-କନକ ନ୍ୟୁଜ୍‌<୧୦୦୮-୧୨୦୦
ରିପବ୍ଲିକ -ସି ଭୋଟର୧୦୧୧୦୦
ଏନଡିଟିଭି ପୋଲସ ଅଫ ପୋଲ୧୦୧୦୦୧
ଜନ କି ବାତ୍‌୦୮୧୨୦୧
ଟାଇମସ ନାଓ ଭିଏମଆର୍‌୦୮୧୨୦୧
ଇଣ୍ଡିଆଟିଭି  ୧୫୦୬୦୦

ଫଳାଫଳ

୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ନିର୍ବାଚିତ ୧୭ତମ ଲୋକ ସଭାର ବିଜେଡିର ସଦସ୍ୟଗଣ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ

ନିର୍ବାଚନ ପରେ ଜଣାପଡ଼ିବ ।

ଆହୁରି ପଢ଼ନ୍ତୁ

ବାହ୍ୟ ଆଧାର

ଆଧାର