ୟୁରାନସ

⛢ୟୁରାନସ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଦୂରତା ଭିତ୍ତିରେ ଏହା ସପ୍ତମ ଗ୍ରହ ।ଅରୁଣ ବା ୟୁରାନସ ବ୍ୟାସ ହିସାବରେ ସୌରମଣ୍ଡଳର ତୃତୀୟ ଏବଂ ଦ୍ରବ୍ୟମାନରେ ଚତୁର୍ଥ ବଡ଼ ଗ୍ରହ । ଦ୍ରବ୍ୟମାନରେ ଏହା ପୃଥିବୀଠାରୁ ୧୪.୫ ଗୁଣ ଅଧିକ ଭାରୀ ଏବଂ ଆକାରରେ ୬୩ ଗୁଣ ଅଧିକ ବଡ଼ । ୟୁରାନସକୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରେ । ଏହାର ଏତେ ଦୂରରେ ଥିବାରୁ ଏବଂ ମଧ୍ୟମଧରଣର ଆଲୋକ ଦେଉଥିବାରୁ ଏହାକୁ ପ୍ରାଚୀନ ବିଦ୍ୱାନମାନେ ଗ୍ରହ ନ କହି ତାରାର ସଂଜ୍ଞା ଦେଇଥିଲେ । ଟେଲିସ୍କୋପଦ୍ୱାରା ଖୋଜାଯାଇଥିବା ଗ୍ରହମାନଙ୍କ ମଧ୍ୟରେ ଏହା ପ୍ରଥମ । ବିଲିଅମ୍ ହରସେଲ୍ଙ୍କଦ୍ୱାରା ମାର୍ଚ୍ଚ ୧୩ ୧୭୮୧ରେ ଏହାକୁ ଖୋଜାଯାଇଥିଲା ।[୧]

ଆବର୍ତ୍ତନ ପରିକ୍ରମଣ

ୟୁରାନସ ପ୍ରତି ୮୪ ପୃଥ୍ୱୀ ବର୍ଷରେ ଥରେ ସୂର୍ଯ୍ୟର ପରିକ୍ରମଣ ଶେଷକରେ ଅର୍ଥାତ୍ ଇଉରେନସେର ଏକବର୍ଷ ପୃଥିବୀର ୮୪ ବର୍ଷ ସଙ୍ଗେ ସମାନ । ସୂର୍ଯ୍ୟଠାରୁ ଏହାର ଦୂରତା ପ୍ରାୟ ୩ ଅର୍ବ କି.ମି. ଇଉରେନସେର ଆବର୍ତ୍ତନ ସମୟ ପ୍ରାୟ ୧୭ ଘଣ୍ଟା ୧୪ ମିନିଟ ।[୨]

ଆଧାର