ୟାମି ଗୌତମ
- ପୃଷ୍ଠା
- ଆଲୋଚନା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
ୟାମି ଗୌତମ | |
---|---|
ଜନ୍ମ | (1988-11-28) ୨୮ ନଭେମ୍ବର ୧୯୮୮ (ବୟସ ୩୫) |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ପିତାମାତା(s) | ମୁକେଶ ଗୌତମ ଅଞ୍ଜଳି ଗୌତମ |
ପରିବାର | ସୁରିଲୀ ଗୌତମ (ସାନ ଭଉଣୀ) |
ୟାମି ଗୌତମ (ଜନ୍ମ: ୨୮ ନଭେମ୍ବର ୧୯୮୮)[୪] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ[୫] ଏବଂ ମଡେଲ । ସେ ହିନ୍ଦୀ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରନ୍ତି । ଏତଦ ବ୍ୟତୀତ ସେ ତାମିଲ, କନ୍ନଡ଼, ମାଲାୟଲମ୍ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଅଭିନୟ ବ୍ୟତୀତ ସେ କିଛି ଜିନିଷ ପାଇଁ ମଧ୍ୟ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି ।
୨୦୧୨ରେ ଅଭିନେତା ଆୟୁଷମାନ ଖୁରାନାଙ୍କ ପ୍ରଥମ ଚଳଚ୍ଚିତ୍ର ବିକି ଡୋନରରେ ୟାମି ମଧ୍ୟ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬][୭] ଏହା ପରେ ସେ ଆକ୍ସନ ଜାକ୍ସନ, ବଦଲାପୁର, ସନମ୍ ରେ, କାବିଲ୍ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି ।
ୟାମି ୨୮ ନଭେମ୍ବର ୧୯୮୮ରେ ହିମାଚଳ ପ୍ରଦେଶର ବିଳାସପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜନ୍ମହେବା ପରେ ଚଣ୍ଡିଗଡ଼କୁ ସ୍ଥାନାନ୍ତରିତ ହୋଇଯାଇଥିଲେ ।[୧][୮] ତାଙ୍କ ବାପା ମୁକେଶ ଗୌତମ ଜଣେ ପଞ୍ଜାବୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ମାଆ ଅଞ୍ଜଳୀ ଗୋତମ ।[୯] ୟାମିଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି, ସୁରିଲୀ ଗୌତମ ଯିଏକି ପଞ୍ଜାବୀ ଚଳଚ୍ଚିତ୍ର ପାୱାର କଟ୍ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧୦][୧୧][୧୨] ୟାମି ନିୟମିତ ବିଦ୍ୟାଳୟ ଶିକ୍ଷା ପରେ ଆଇନରେ ସ୍ନାତକ ହାସଲ କରିଥିଲେ । ସେ ଭାରତୀୟ ପ୍ରଶାସନିକ ସେବା (IAS)ରେ ଯୋଗ ଦେବାକୁ ଚାହୁଁଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ଅଭିନୟକୁ ତାଙ୍କର ପେଶା ଭାବରେ ବାଛିବାକୁ ନିଷ୍ପତ୍ତି ନେଇଥିଲେ ।[୧୩] ସେତେବେଳେ ସେ ସ୍ନାତକ ହାସଲ ପାଇଁ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ଥିଲେ, ମାତ୍ର ଅଭିନୟରେ ଯୋଗ ଦେବା ପାଇଁ ସେ ମହାବିଦ୍ୟାଳୟ ତ୍ୟାଗ କରିଥିଲେ । ପରେ ସେ ମୁମ୍ବାଇର ଏକ ମହାବିଦ୍ୟାଳୟରେ ସ୍ନାତକ ପାଇଁ ଯୋଗ ଦେଇଥିଲେ ।[୧୪]
ୟାମି କୋଡ଼ିଏ ବର୍ଷ ବୟସରେ ଚଳଚ୍ଚିତ୍ରରେ ଅଭିନୟ ପାଇଁ ମୁମ୍ବାଇ ଯାଇଥିଲେ ।[୧୫] ସେଠାରେ ସେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଅଭିନେତା ରାଜକୁମାର ଆର୍ଯ୍ୟନଙ୍କ ସହ ୟାମି ଚାନ୍ଦ କେ ପାର୍ ଚଲୋ ଧାରାବାହିକ ଜରିଆରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ । ପରେ ସେ କଲର୍ସ ଟିଭିରେ ପ୍ରସାରିତ[୧୬] ଧାରାବାହିକ ୟେ ପ୍ୟାର୍ ନା ହୋଗା କମ୍ ଧାରାବାହିକରେ ଅଭିନୟ କରିଥିଲେ ।[୧୭] ପରେ ସେ ଦୂରଦର୍ଶନ କାର୍ଯ୍ୟକ୍ରମ ମିଠି ଚୋରୀ ନଂ ୧ ଏବଂ କିଚେନ ଚମ୍ପିଆନ-୧ ଆଦିରେ ଯୋଗଦାନ କରିଥିଲେ ।
ୟାମି ୨୦୦୯ରେ ଏକ କନ୍ନଡ଼ ଚଳଚ୍ଚିତ୍ର ଉଲ୍ଲାସ ଉତ୍ସାହ ଜରିଆରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇନଥିଲେ ମଧ୍ୟ ୟାମିଙ୍କ ଅଭିନୟକୁ ସଭିଏଁ ପସନ୍ଦ କରିଥିଲେ ।[୧୮]
ଏହାପରେ ସେ ୨୦୧୧ରେ ପଞ୍ଜାବୀ ଚଳଚ୍ଚିତ୍ର ଏକ ନୁର୍ ଜରିଆରେ ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏବଂ ତେଲୁଗୁ ଚଳଚ୍ଚିତ୍ର ନୁଭିଲ୍ଲା ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
୨୦୧୨ ହିନ୍ଦୀ କଥାଚିତ୍ର ବିକି ଡୋନର ଜରିଆରେ ୟାମି ଅଭିନେତା ଆୟୁଷମାନ ଖୁରାନାଙ୍କ ସହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୯] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହେବା ସହ ୟାମିଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୬][୭][୨୦][୨୧]
୨୦୧୨ରେ ୟାମି ମାଲାୟଲମ୍ କଥାଚିତ୍ର ହିରୋ ଜରିଆରେ ମାଲାୟଲମ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୩ରେ ୟାମି ଗୌରବମ୍ କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିଥିଲା ।
୨୦୧୪ରେ ୟାମି ଅଭିନେତା ଅଜୟ ଦେବଗନଙ୍କ ସହ ହିନ୍ଦୀ କଥାଚିତ୍ର ଆକ୍ସନ ଜାକ୍ସନ ଏବଂ ଟୋଟାଲ ସିୟାପ୍ପାରେ ଅଭିନୟ କରିଥିଲେ । ୨୦୧୫ରେ ସେ ଅଭିନେତା ବରୁଣ ଧବନଙ୍କ ସହ ବଦ୍ଲାପୁର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପରେ ପରେ ୨୦୧୬ରେ ୟାମିଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ସନମ୍ ରେ ଏବଂ ୨୦୧୭ରେ ଅଭିନେତା ହ୍ରିତିକ ରୋଶନଙ୍କ କାବୀଲ୍ ବ୍ୟବସାୟିକ ସଫଳ ହେବା ସହ ୟାମିଙ୍କୁ ପ୍ରସିଦ୍ଧିଲାଭ କରାଇଥିଲା ।[୨୨][୨୩]
୨୦୧୫ରେ ୟାମି ତେଲୁଗୁ ଚଳଚ୍ଚିତ୍ର କୋରିଅର୍ ବୟ୍ କଲ୍ୟାଣରେ ଅଭିନେତା ନିତୀନଙ୍କ ସହ ସଫଳ ହୋଇଥିଲା ।[୨୪][୨୫] ୨୦୧୬ରେ ୟାମିଙ୍କ ଅନ୍ୟ ଏକ ହିନ୍ଦୀ କଥାଚିତ୍ର ୟୁନୁନିୟାତ୍ ମୁକ୍ତିଲାଭ କରିଥିଲା ।[୨୬]
ଅକ୍ଟୋବର ୨୦୧୬ରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ସରକାର ଚଳଚ୍ଚିତ୍ରର ୩ୟ ଭାଗ ସରକାର-୩ ପାଇଁ ୟାମିଙ୍କ ସହ ଚୁକ୍ତି କରିଥିଲେ ।[୨୭][୨୮][୨୯]
ୟାମି ଫେୟାର ଆଣ୍ଡ ଲଭ୍ଲି, 'କର୍ଣ୍ଣେଟୋ ଆଇସ୍କ୍ରିମ୍, ସାମସଙ୍ଗ ମୋବାଇଲ, ଚେଭ୍ରୋଲେଟ୍ ଭଳି ଜିନିଷର ବିଜ୍ଞାପନରେ ଅଭିନୟ କରିଥିଲେ ।[୩୦]