ହ୍ୟୁମାନ ସାଗର

ଓଡ଼ିଆ ସିନେମା ଗାୟକ

ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ୍ଟ ଗାୟକ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂ କହି ମଧ୍ୟ ସମ୍ବୋଧନ କରିଥାନ୍ତି । ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ "ଭଏସ ଅଫ ଓଡ଼ିଶା ସିଜନ-୨"ରେ ଜିତିକରି ସେ ଲୋକଲୋଚନକୁ ଆସିଥିଲେ । ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ସେ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ ।[୧]

ହ୍ୟୁମାନ ସାଗର
ଜନ୍ମଟିଟିଲାଗଡ଼, ବଲାଙ୍ଗିର ଜିଲ୍ଲା
ଜନ୍ମସ୍ଥାନଓଡ଼ିଶା
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୨୦୧୫–ବର୍ତ୍ତମାନ

ଜୀବନୀ

ହ୍ୟୁମାନ ତୃତୀୟ ଶ୍ରେଣୀର ଛାତ୍ର ଥିବା ଅବସ୍ଥାରୁ ହିଁ ଗୁରୁ ଶ୍ରୀ ଶୁଭ୍ରାଂଶୁ ମିଶ୍ରଙ୍କର ସହାୟତାରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କ ନିଜ ଘର ବଲାଙ୍ଗୀରର ଜିଲ୍ଲାର ଟିଟଲାଗଡ ସହରରେ । [୧]ପିଲାଟିବେଳୁ ସେ ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତୁଥିଲେ । ତାଙ୍କର ଜେଜେବାପା ବିଭିନ୍ନ ସମ୍ବଲପୁରୀ ଲୋକଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।[୨] ହ୍ୟୁମାନ ତାଙ୍କ ବାନ୍ଧବୀ ଶ୍ରୀୟାଙ୍କ ସହ ବିବାହ କରିଥିଲେ ।[୨][୩] ତାଙ୍କର ବାପା ଜଣେ ଅଲ ଇଣ୍ଡିଆ ରେଡ଼ିଓ 'ବି' ଗ୍ରେଡ଼ ଗାୟକ, ତାଙ୍କ ମାତା ଜଣେ ସଂଗୀତକାର ।[୪]

ସେ ଡାକ୍ତର ହେବା ପାଇଁ ମେଡିକାଲ କଲେଜରେ ଯୋଗ ଦେଇଥିଲେ, ମାତ୍ର ସଂଗୀତ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଏବଂ ନିଶା ଯୋଗୁଁ ପ୍ରଥମ ବର୍ଷରୁହିଁ ସେ ଡାକ୍ତରୀ ପାଠପଢ଼ା ଛାଡିଦେଇ ଚାଲିଆସିଥିଲେ ସଙ୍ଗୀତର ଦୁନିଆକୁ ।[୪]

ସଂଗୀତ ଜୀବନ

ଅଭିଜିତ ମଜୁମଦାରଙ୍କର ନିର୍ଦ୍ଦେଶନାରେ ଇସ୍କ ତୁ ହି ତୁ ଚଳଚ୍ଚିତ୍ରର ମୁଖ୍ୟ ଗୀତଟି ଗାଇଥିଲେ ଯାହା ତାଙ୍କୁ ଶ୍ରୋତାଗଣରେ ଲୋକପ୍ରିୟ କରାଇପାରିଥିଲା ।[୨] ସେ ୨୦୧୭ ମସିହାରେ ଗଜଲ ଗଜଲ ଗୀତ ନିମିତ୍ତ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଚକୋଲେଟ ପୁରସ୍କାର ଜିତିଥିଲେ ।[୫] ସେ ଏକ ହିନ୍ଦୀ ଆଲବମ "ମେରା ୟେ ଜହାଁ "ରେ ମଧ୍ୟ କଣ୍ଠଦାନ କରିଛନ୍ତି ।[୬]

ଗାଇଥିବା ଗୀତର ତାଲିକା

ଗାଇଥିବା ଚଳଚ୍ଚିତ୍ର

ରିଲିଜ ବର୍ଷଚଳଚ୍ଚିତ୍ର
୨୦୧୫ଇସ୍କ ତୁ ହି ତୁ
୨୦୧୫ଗପ ହେଲେ ବି ସତ
୨୦୧୫ରକ ଷ୍ଟାର
୨୦୧୫ଲଭ ୟୁ ହମେଶା
୨୦୧୫ପିଲାଟା ବିଗିଡ଼ିଗଲା
୨୦୧୫ଆଶିକ
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ଗୋଟେ ଶୁଆ ଗୋଟେ ଶାରୀ
୨୦୧୬ଜବରଦସ୍ତ ପ୍ରେମିକ
୨୦୧୬ଅଗସ୍ତ୍ୟ
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୬ବେବି
୨୦୧୬ମୁଁ ଗାନ୍ଧୀ ନୁହେଁ
୨୦୧୬ପ୍ରେମର ନିଶା ନିଆରା ନିଆରା
୨୦୧୭ନିଝୁମ ରାତିର ସାଥୀ
୨୦୧୭ଦିଲ୍ ଦିୱାନା ହେଇଗଲା
୨୦୧୭ସୀତାରାମଙ୍କ ବାହାଘର କଳିଯୁଗରେ
୨୦୧୭ତୁ ମୋ ଲଭ୍ ଷ୍ଟୋରୀ
୨୦୧୭ଟିକେ ଖରା ଟିକେ ଛାଇ
୨୦୧୭ମିଠା ମିଠା
୨୦୧୭ଅଭୟ
୨୦୧୭ରୋମିଓ ଜୁଲିଏଟ
୨୦୧୭ମୁଁ ଖାଣ୍ଟି ଓଡ଼ିଆ ଝିଅ
୨୦୧୭ହିରୋ ନଂ ୱାନ୍
୨୦୧୭ଟିକେ ଅନାଡ଼ି ପୂରା ଖିଲାଡ଼ି
୨୦୧୭ତୋ ପ୍ରେମରେ ପଡ଼ିଲା ପରେ
୨୦୧୭ଲୈଲା ଓ ଲୈଲା
୨୦୧୮ଓନ୍‌ଲି ପ୍ୟାର
୨୦୧୮ହାପି ଲକି
୨୦୧୮ମନର ମାନସୀ
୨୦୧୮ଯୋଗୀ (ଓଡ଼ିଆ କଥାଚିତ୍ର)
୨୦୧୮ଶକ୍ତି (ଓଡ଼ିଆ କଥାଚିତ୍ର)
୨୦୧୮ଲଭ୍ ପ୍ରମିଜ୍
୨୦୧୮ସୁନ୍ଦରଗଡ଼ର ସଲମାନ୍ ଖାନ୍
୨୦୧୮୪ ଇଡିଅଟସ୍
୨୦୧୮ଟୋକାଟା ଫସିଗଲା
୨୦୧୮ଲୋକାଲ ଟୋକା ଲଭ୍ ଚୋଖା
୨୦୧୮ବ୍ଲାକ୍‌ମେଲ୍
୨୦୧୮ଇସ୍କ ପୁଣିଥରେ
୨୦୧୮ପ୍ରେମ୍ କୁମାର

ଗାଇଥିବା କିଛି ପ୍ରସିଦ୍ଧ ଗୀତ

ପ୍ଲେ-ଲିଷ୍ଟ

ଆଧାର

ବାହାର ଆଧାର