ହୋମର

ହୋମର ଯୂନାନର ଜଣେ ପ୍ରାଚୀନତମ କବି । ତାଙ୍କଦ୍ୱାରା ଲେଖାଯାଇଥିବା କୃତି ସବୁ ଏବେବି ସାଇତା ହୋଇ ରହିଛି । ସେ ନିଜ ସମୟର ସଭ୍ୟତା ତଥା ସଂସ୍କୃତିକୁ ନିଜର ଇଶ୍ୱରଦତ୍ତ କଳା ବଳରେ ମହିମା ମଣ୍ଡିତ କରିପାରିଛନ୍ତି । ଅନ୍ଧ ହୋଇ ବି ତାଙ୍କଦ୍ୱାରା ଦୁଇଗୋଟି ଗ୍ରନ୍ଥ ରଚନା ସମ୍ଭବ ହୋଇ ଅଛି - ଇଲିଆଡ଼ ଏବଂ ଓଡ଼େସୀ ।

ହୋମର
ବ୍ରିଟିଶ ସଂଗ୍ରହାଳୟରେ ଥିବା ହୋମରଙ୍କ ଏକ ଆନୁମାନିକ ପ୍ରତିମୂର୍ତ୍ତୀ
ଜନ୍ମଖ୍ରୀଷ୍ଟ ପୂର୍ବ ୮ମ ଶତାବ୍ଦୀ
କାହାଦେଇ ପ୍ରଭାବିତ
  • Rhapsodic oral poetry
କାହାକୁ ପ୍ରଭାବିତ କରିଛନ୍ତି
  • Classics (Western canon)

ତାଙ୍କ ନିଶ୍ଚିତ ସମୟ ବା କାର୍ଯକାଳ ଈସାଠାରୁ ପ୍ରାୟ ୧୦୦୦ ବର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ତେବେ ଏ ବିଷୟରେ ପ୍ରାଚୀନ କାଳରେ ଯେତିକି ବିବାଦ ଥିଲା ଆଜି ବି ସେତିକି ଅଛି । କିଛି ଲୋକ ତାଙ୍କ ସମୟକୁ ଟ୍ରୋଜନ ଯୁଦ୍ଧ ସମୟ ସହିତ ସମ୍ଭନ୍ଧ ଥିବା କୁହନ୍ତି କିନ୍ତୁ ଏହା ନିଶ୍ଚିତ ଯେ ଇତିହାସର ଏକ ପୂରା କାଳ ହୋମର ଯୁଗ ନାମରେ ନାମିତ ଥିଲା । ୮୫୦ ଈସା ପୂର୍ବଠାରୁ ଟ୍ରୋଜନ ଯୁଦ୍ଧର ତାରିଖ ୧୧୯୪-୧୧୮୪ ଈସା ପୂର୍ବ ଯାଏଁ ଲମ୍ବି ଅଛି ।ଇଲିଆଡ଼ରେ ଟ୍ରୟ ନଗର ରାଜ୍ୟ ସହିତ ଗ୍ରୀକ ଲୋକଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଅଛି । ଏହି ମହାକାବ୍ୟରେ ଟ୍ରୟ ନଗରର ବିଜୟ ଏବଂ ଧ୍ୱଂସର କହାଣୀ ତଥା ଯୂନାନୀ ବୀର ଏକଲିସଙ୍କ ବୀରତା ବିଷୟରେ ଲେଖା ଯାଇ ଅଛି ।ଓଡ଼େସୀରେ ଗ୍ରୀକ୍ ବୀର ଓଡ଼େସିଯସଙ୍କ ଟ୍ରୋଜାନ ଯୁଦ୍ଧ ପରେ ଗୃହ ପ୍ରତ୍ୟାବର୍ତ୍ତନ ଏବଂ ରାଜ୍ୟରେ ପହଞ୍ଚି ଶତୃମାନଙ୍କ କବଳରୁ ରାଣୀ ପେନେଲୋପ୍ଙ୍କ ଉଦ୍ଧାର ଆଦି ବିଷୟ ବର୍ଣ୍ଣନା କରାଯାଇଅଛି ।

ଆଧାର