ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନ
ହିରାଖଣ୍ଡ ଏକ୍ସପ୍ରେସ, ଟ୍ରେନଟି ଛତିଶଗଡ଼ର ଜଗଦଲପୁରଠାରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରେ ।[୧] ପ୍ରଥମେ ରାୟଗଡ଼ାରୁ ବିଜୟନଗରମ ହୋଇ ଓ ଭୁବନେଶ୍ୱର ଯାଏଁ ଚାଲୁଥିଲା । କ୍ରମେ ଏହା କୋରାପୁଟ ପର୍ଯ୍ୟନ୍ତ ଚାଲିଲା । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଅଲଗା ରୁଟ ଦେଇ ଜଗଦଲପୁରଠାରୁ ଭୁବନେଶ୍ୱର ଯାଏ ଚାଲୁଛି ।[୨]
![](http://upload.wikimedia.org/wikipedia/commons/thumb/0/0d/Hirakhand_Express_%28BBS-Jagdalpur%29_Route_map.jpg/220px-Hirakhand_Express_%28BBS-Jagdalpur%29_Route_map.jpg)
ସମୟ ତାଲିକା
ହିରାଖଣ୍ଡ ଏକ୍ସପ୍ରେସ ପ୍ରତ୍ୟହ ଭୁବନେଶ୍ୱରରୁ ୧୯.୩୫ ବା ସନ୍ଧ୍ୟା ୭.୩୫ରେ ଛାଡି ଗନ୍ତବ୍ୟ ସ୍ଥଳ ଜଗଦଲପୁରରେ ପରଦିନ ୧୩.୩୦ ବା ଦିନ ୧.୩୦ରେ ପହଞ୍ଚେ । ପୁଣି ଜଗଦଲପୁରରୁ ୧୪.୩୦ ବା ଦିନ ୨.୩୦ରେ ଛାଡି ଭୁବନେଶ୍ୱରରେ ପରଦିନ ୦୮.୨୫ ବା ସନ୍ଧ୍ୟା ୮.୨୫ରେ ପହଞ୍ଚେ ।
ମୁଖ୍ୟ ରହଣି
ଜୟପୁର, କୋରାପୁଟ ଜଂକ୍ସନ, ରାୟଗଡ଼ା, ବିଜୟନଗରମ, ଶ୍ରୀକାକୁଲମ, ପଲାଶା, ବ୍ରହ୍ମପୁର ଓ ଖୋର୍ଦ୍ଧାରୋଡ଼ ଦେଇ ଏହା ଭୁବନେଶ୍ୱର ଆସେ ।
ବିଚ୍ଛିନ୍ନ ଗତିପଥ
ଅଗଷ୍ଟ ୧୧ , ୨୦୧୨ରୁ ଆଉ ଏକ ଟ୍ରେନ ଜୁନାଗଡ - ଭବାନୀପାଟଣା ରେଳପଥରେ ଚାଲିଲା । ଏହି ଟ୍ରେନଟି ଭାବନିପାଟଣାରୁ ଛାଡି ରାୟଗଡାଠାରେ ମୂଳ ହିରାଖଣ୍ଡ ଏକ୍ସପ୍ରେସ ସହିତ ଯୋଡ଼ା ହେଇ ଭୁବନେଶ୍ୱର ଯାଏ ।