ହାଇଡ୍ରୋକ୍ସୋକୋବାଲାମିନ
- ପୃଷ୍ଠା
- ଆଲୋଚନା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
![]() | |
Clinical data | |
---|---|
Synonyms | vitamin B12, vitamin B12a, hydroxycobalamin |
AHFS/Drugs.com | monograph |
MedlinePlus | a605007 |
Pregnancy category |
|
Routes of administration | IM, IV |
ATC code | |
Legal status | |
Legal status |
|
Pharmacokinetic data | |
Protein binding | Very high (90%) |
Metabolism | Primarily liver, cobalamins are absorbed in the ileum and stored in the liver. |
Elimination half-life | ~6 days |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.033.198 ![]() |
Chemical and physical data | |
Formula | C62H89CoN13O15P |
Molar mass | 1346.37 g/mol |
3D model (JSmol) | |
SMILES
| |
InChI
| |
![]() ![]() |
ହାଇଡ୍ରକ୍ସୋକୋବାଲାମିନ (ଇଂରାଜୀ ଭାଷାରେ Hydroxocobalamin, ଅନ୍ୟ ନାମ ଜୀବସାର ଖ୧୨କ ବା vitamin B12a ଓ ହାଇଡ୍ରୋକ୍ସିକୋବାଲାମିନ hydroxycobalamin) ଏକ ଜୀବସାର ବା ଭିଟାମିନ (vitamin) ଯାହା ଖାଦ୍ୟରୁ ମିଳେ ଓ ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବହାର କରାଯାଏ ।[୨] ଖାଦ୍ୟ ଅନୁପୂରକ ଭାବରେ ଏହା ଜୀବସାର କ୧୨ ଅଭାବ (vitamin B12 deficiency) ଥିଲେ ଓ ପର୍ନିସିଅସ ଆନିମିଆରେ (pernicious anemia) ଦିଆଯାଏ ।[୨][୩] ସ୍ୟାନାଇଡ ବିଷକ୍ରିୟା (cyanide poisoning), ଲେବର୍ସ ଅପଟିକ ଆଟ୍ରୋଫି (Leber's optic atrophy) ଓ ଟକ୍ସିକ ଆମ୍ବ୍ଲିଓପିଆ (toxic amblyopia) ରୋଗମାନଙ୍କରେ ମଧ୍ୟ ଏହା ଦିଆଯାଇପାରେ ।[୪][୫] ଏହା ଇଞ୍ଜେକସନ ଆକାରରେ ଶିରାରେ (vein) ବା ମାଂସପେଶୀରେ (injection into a muscle) ଦିଆଯାଏ ।[୩]
ହାଇଡ୍ରୋକ୍ସୋକୋବାଲାମିନର ବହୁତ କମ୍ ପ୍ରତିକ୍ରିୟା ଦେଖାଯାଏ । ତରଳ ଝାଡ଼ା, ସ୍ୱଳ୍ପ ରକ୍ତ ପଟାସିଅମ (low blood potassium), ଆଲର୍ଜି ପ୍ରତିକ୍ରିୟା ଓ ଉଚ୍ଚ ରକ୍ତଚାପ ଇତ୍ୟାଦି ହୋଇପାରେ ।[୩] ନିର୍ଦ୍ଦିଷ୍ଟ ମାତ୍ରାରେ ଦେଲେ ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୧] ହାଇଡ୍ରୋକ୍ସୋକୋବାଲାମିନ ଏକ ପ୍ରାକୃତିକ ଆକାରର ଜୀବସାର ଖ୧୨ ଓ କୋବାଲାମିନ (cobalamin) ପରିବାରର ଏକ ସଦସ୍ୟ ।[୬][୭] ଦେହରେ ଡିଏନଏ (DNA) ପ୍ରସ୍ତୁତ କରିବା ନିମନ୍ତେ ହାଇଡ୍ରୋକ୍ସୋକୋବାଲାମିନ ଆବଶ୍ୟକ ହୁଏ । ମାଂସ, ଅଣ୍ଡା ଓ ଦୁଗ୍ଧଜାତ ଦ୍ରବ୍ୟମାନଙ୍କରେ ଜୀବସାର ଖ୧୨ ପ୍ରାକୃତିକ ଭାବରେ ଥାଏ ।[୭]
ହାଇଡ୍ରୋକ୍ସୋକୋବାଲାମିନ ପ୍ରଥମେ ସନ ୧୯୪୯ରେ ପୃଥକ କରାଯାଇଥିଲା ।[୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୧୨ରୁ ୦.୮୪ ଆମେରିକୀୟ ଡଲାର ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୦.୮୪ ଆମେରିକୀୟ ଡଲାର ।[୧୧] ଅନେକ ପ୍ରକାରର ଜୀବାଣୁରୁ (bacteria) ଏହା ବ୍ୟବସାୟୀକ ଭିତ୍ତିରେ ଏହା ପ୍ରସ୍ତୁତ କରାଯାଏ ।[୧୨]