ହରିହର ମହାପାତ୍ର (ଅଭିନେତା)

ଓଡ଼ିଆ ଅଭିନେତା

ହରିହର ମହାପାତ୍ର, ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ।[୨] ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ । ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଓ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଓ ନିର୍ଦ୍ଦେଶନା କରନ୍ତି ।

ହରିହର ମହାପାତ୍ର
ଜନ୍ମ (1975-12-23) ୨୩ ଡିସେମ୍ବର ୧୯୭୫ (ବୟସ ୪୮)
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ପ୍ରସିଦ୍ଧିଅଭିନେତା
ବୈବାହିକ-ସାଥୀମୋନାଲିସା ମହାପାତ୍ର
ସନ୍ତାନତାବିସି ତନୟା ମହାପାତ୍ର[୧]
ପିତାମାତାଭଗବାନ ମହାପାତ୍ର
ପାର୍ବତୀ ମହାପାତ୍ର
ଦସ୍ତଖତ

ହରିହର ମହାପାତ୍ର, ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାପାତ୍ର ଓ ମାତାଙ୍କ ନାମ ପାର୍ବତୀ ମହାପାତ୍ର ଅଟେ । ପିଲାଦିନରୁ ତାଙ୍କର ନାଟକ ଓ ଅଭିନୟ ପ୍ରତି ଦୂର୍ବଳତା ରହିଥିଲା । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଅଭିନୟ ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ, ସେ ଅଭିନୟକୁ ନିଜର ପେଷାଭାବରେ ଗ୍ରହଣ କରିଛନ୍ତି ।[୩]

ଅଭିନୟ ଜୀବନ

ହରିହର ମହାପାତ୍ର ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସତମିଛ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪]

ଆଧାର

ବାହାର ଆଧାର