ସୁସ୍ମିତା ବାଗ୍‌ଚୀ

ଓଡ଼ିଆ ସାହିତ୍ୟିକ

ସୁସ୍ମିତା ବାଗ୍‌ଚୀ (ଜନ୍ମ: ୨୫ ସେପ୍ଟେମ୍ବର ୧୯୬୦) ଜଣେ ଭାରତୀୟ ଓଡ଼ିଆ ଗାଳ୍ପିକା । ସେ ୮ଟି ଉପନ୍ୟାସ, ୭ଟି ଗଳ୍ପ ସଂକଳନ ଓ ଗୋଟିଏ ଭ୍ରମଣ କାହାଣୀର ରଚୟିତା ।[୧] ତାଙ୍କ ରଚନା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ମଧ୍ୟ ହୋଇଛି ।[୨] ତାଙ୍କୁ ତାଙ୍କର ସାହିତ୍ୟ ରଚନା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୩] ୨୦୧୯ ମସିହାରେ ଓଡ଼ିଶା ସରକାର ତାଙ୍କୁ "ମୋସ୍କୁଲ ଅଭିଯାନ"ର ଅଧ୍ୟକ୍ଷା ଭାବରେ ନିଯୁକ୍ତ କରିଥିଲେ ।[୪]

ଜନ୍ମ ଓ ଜନ୍ମସ୍ଥାନ (1960-09-25) ୨୫ ସେପ୍ଟେମ୍ବର ୧୯୬୦ (ବୟସ ୬୩)
ବାସସ୍ଥଳୀଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨
ଜୀବନସାଥୀସୁବ୍ରତ ବାଗଚୀ
ସନ୍ତାନଦୁଇ ଝିଅ
ପିତାମାତାହରିହର ପଣ୍ଡା
ଶକୁନ୍ତଳା ପଣ୍ଡା
ସମ୍ପର୍କୀୟସଞ୍ଜୟ ପଣ୍ଡା (ଭାଇ)

ଜୀବନୀ

ପ୍ରାରମ୍ଭିକ ଜୀବନ

ସୁସ୍ମିତା ବାଗ୍‌ଚି ୧୯୬୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ହରିହର ପଣ୍ଡା ଓ ମାତାଙ୍କ ନାମ ଶକୁନ୍ତଳା ପଣ୍ଡା । ତାଙ୍କ ମାତା ଜଣେ ସାହିତ୍ୟିକା ଓ ପତ୍ରିକା ସମ୍ପାଦିକା ଥିଲେ ଓ ୧୯୭୫ ମସିହାରୁ "ସୁଚରିତା" ପତ୍ରିକାର ସମ୍ପାଦନା କରିଆସୁଥିଲେ । ୧୫ ବର୍ଷ ବୟସରେ ସେ ୧୮ବର୍ଷ ବୟସ୍କ ସୁବ୍ରତ ବାଗଚୀଙ୍କୁ ପ୍ରଥମେ ଭେଟିଥିଲେ ଓ ୪ ବର୍ଷ ବିବାହ କରି ଦିଲ୍ଲୀରେ ରହିବା ଆରମ୍ଭ କରିଥିଲେ । ୮୦ଦଶକରେ ଦୁହେଁ ବାଙ୍ଗାଲୋର ଚାଲି ଯାଇଥିଲେ ।

ସାହିତ୍ୟ ରଚନା

ଘରେ ସାହିତ୍ୟର ପରିବେଶର ପ୍ରଭାବରେ ସୁସ୍ମିତା ବାଗ୍‌ଚି ମାଆଙ୍କୁ ସୁଚରିତା ସମ୍ପାଦନା ଓ ଅନୁବାଦରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ପରେ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ ।

ଅଧ୍ୟାପନା

ସୁସ୍ମିତା ବାଗ୍‌ଚି ଦିଲ୍ଲୀରେ ରହଣି ସମୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ ।[୫]

ରଚନାବଳୀ

ସୁସ୍ମିତା ବାଗ୍‌ଚିଙ୍କର ପ୍ରଥମ ରଚନା ଏକ ଗଳ୍ପ ଥିଲା ଓ ତାହା ୧୯୮୨ ମସିହାରେ ସୁଚରିତାରେ ପ୍ରକାଶ ପାଇଥିଲା । ସ୍ରୋତପର୍ଣ୍ଣାଦେବ ଶିଶୁ ଉପନ୍ୟାସରୁ ସେ ପାଠକୀୟ ସ୍ୱୀକୃତି ପାଇବା ଆରମ୍ଭ କରିଥିଲେ ।

  • ସ୍ରୋତପର୍ଣ୍ଣା (ସୁଚରିତା ପବ୍ଳିକେଶନ) - ୨୦୦୨
  • ଦେବ ଶିଶୁ (ସୁଚରିତା ପବ୍ଳିକେଶନ) - ୨୦୦୨
  • ବସୁଧାର ପ୍ରଶ୍ନ (ସୁଚରିତା ପବ୍ଳିକେଶନ) - ୧୯୯୯
  • ବିମଳା ଦର୍ଶନ (ସୁଚରିତା ପବ୍ଳିକେଶନ) - ୨୦୦୭
  • ନୀଳ ଆକାଶ ଧଳା ମେଘ (ସୁଚରିତା ପବ୍ଳିକେଶନ) - ୨୦୦୩
  • ନୈବେଦ୍ୟ (ସୁଚରିତା ପବ୍ଳିକେଶନ) - ୧୯୯୬
  • ପ୍ରବାସର ପକ୍ଷୀ (ସୁଚରିତା ପବ୍ଳିକେଶନ) - ୧୯୯୮
  • ପ୍ରାଚୀ ପ୍ରତୀଚୀ (ସୁଚରିତା ପବ୍ଳିକେଶନ) - ୨୦୦୯
  • ସ୍ୱପ୍ନ ନିହାରୀକା (ସୁଚରିତା ପବ୍ଳିକେଶନ) - ୨୦୦୩
  • ମୋ ଝର୍କାରୁ ପୃଥିବୀ (ସୁଚରିତା ପବ୍ଳିକେଶନ) - ୧୯୯୫[୬]
  • Beneath a Rougher Sea[୭]
  • Children of a Better God[୮]

ସମ୍ମାନ ଓ ପୁରସ୍କାର

ଆଧାର