ସୁଭାଶିଷ ଶର୍ମା

ଓଡ଼ିଆ ଅଭିନେତା

ସୁଭାଶିଷ ଶର୍ମା ଜଣେ ଓଡ଼ିଆ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଅଭିନେତା । ସେ ଇଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୦ ମସିହାରେ ସେ ପ୍ରେମ ଅଢ଼େଇ ଅକ୍ଷର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ତୁ ମୋ ଆରମ୍ଭ ତୁ ମୋ ଶେଷରେ ପ୍ରଥମ ଥର ପାଇଁ ନାୟକ ଭାବରେ ଅଭିନୟ କରିଥିଲେ ।[୧] ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ସ୍ୱାଭିମାନରେ ସେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଚରିତ୍ର ଅଭିନେତା ଓ ଖଳନାୟକ ଭାବରେ କାମ କରନ୍ତି ।

ସୁଭାଶିଷ ଶର୍ମା
Subhasis Sharma
୨୦୧୮ରେ ସୁଭାଶିଷ (ମଣ୍ଟୁ)
ଜାତୀୟତାଭାରତୀୟ
ଅନ୍ୟ ନାମମଣ୍ଟୁ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୦ – ଏବେଯାଏଁ
ଟେଲିଭିଜନସ୍ୱାଭିମାନ, ଆଇନା, ଦୁର୍ଗା
ବୈବାହିକ-ସାଥୀଆନିଷା ଶର୍ମା (୨୦୧୬ – ଏବେଯାଏଁ)

ଅଭିନୟ ଜୀବନ

ସୁଭାଶିଷ ପ୍ରଥମ ଓଡ଼ିଆ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ଦେବୁ ବୋଷ, ଜୀନା ସାମଲ ଅଭିନୀତ ଇଟିଭି ଓଡ଼ିଆର ଧାରାବାହିକ ଅପାରେ ଏକ ଚରିତ୍ର ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ସ୍ୱାଭିମାନରେ ନାୟକ ଭାବରେ କାମ କରିଥିଲେ । ସେ କଲର୍ସ ଓଡ଼ିଆର ଧାରାବାହିକ ଆଇନା, ତରଙ୍ଗର ଧାରାବାହିକ ଦୁର୍ଗା ଆଦିରେ ଅଭିନୟ କରିଛନ୍ତି ।

୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପ୍ରେମ ଅଢ଼େଇ ଅକ୍ଷର, ଯେଉଁଠି ବାବୁଶାନ୍ଙ୍କ ସାଙ୍ଗ ତଥା ରିୟା ଦେଙ୍କ ହେବାକୁ ଥିବା ପତି ଭୂମିକାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ସେ ନାୟକ ଭାବରେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷରେ ପିଙ୍କି ପ୍ରିୟଦର୍ଶିନୀଙ୍କ ସହିତ ଅଭିନୟ କରିଥିଲେ । ଏହାପରେ ସେ କ୍ରିଷ୍ଣା ଗୋବିନ୍ଦା, ନୂଆ ନୂଆ ପ୍ରେମରେ, କାବୁଲା ବାରବୁଲା, କ୍ରେଜି ଫୋର୍, ଦେଖା ହେଲା ପ୍ରେମ ହେଲା, ସୁପର୍ ବୟ୍, ରୁଦ୍ରାଣୀ, ତୁ ମୋ ଲଭ୍ ଷ୍ଟୋରୀ ୨ ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]

ଅଭିନୀତ କଥାଚିତ୍ର

ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୨୦୧୦ପ୍ରେମ ଅଢ଼େଇ ଅକ୍ଷରପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୨ମେଟ୍ରିକ୍ ଫେଲ୍
ତୁ ମୋ ଆରମ୍ଭ ତୁ ମୋ ଶେଷନାୟକ ଭାବରେ ପ୍ରଥମ କଥାଚିତ୍ର
୨୦୧୩ଟାର୍ଗେଟ୍ସ୍ନେହାର ସାଙ୍ଗ
୨୦୧୪କ୍ରିଷ୍ଣା ଗୋବିନ୍ଦା[୨]
୨୦୧୫ନୂଆ ନୂଆ ପ୍ରେମରେ
୨୦୧୭କାବୁଲା ବାରବୁଲା
ତୁ ମୋ ହିରୋ
୨୦୧୮ସାଥୀ ତୁ ଫେରିଆ
୨୦୧୯ତୁ ମୋ ଲଭ୍ ଷ୍ଟୋରୀ ୨
ଦେଖା ହେଲା ପ୍ରେମ ହେଲା[୩]
ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ
୨୦୨୧ସୁପର୍ ବୟ୍[୪]
ବିସର୍ଜନ[୫][୬]
୨୦୨୨ରୁଦ୍ରାଣୀ[୭]
କ୍ରେଜି ୪
କୋଉ ଆକାଶର ଜହ୍ନ ତୁ
ଆମେ ତ ମିଡିଲ୍ କ୍ଲାସ୍
ପୋଲିସ୍ ବାବୁ
୨୦୨୩ବନ୍ଦିନୀ[୮]
ଧୋକା - ଦି ଗେମ୍ ଅଫ୍ ଲଭ୍[୯]
ସିନ୍ଦୂର[୧୦]

ଅଭିନୀତ ଧାରାବାହିକ

ଧାରାବାହିକଭୂମିକାଚେନାଲ୍ମନ୍ତବ୍ୟ
ଅପାଅପାର ସାନଭାଇଇଟିଭ ଓଡ଼ିଆପ୍ରଥମ ଧାରାବାହିକ
ସ୍ୱାଭିମାନତରଙ୍ଗ ଟିଭିନାୟକ ଭାବରେ ପ୍ରଥମ ଧାରାବାହିକ
ଆଇନାକଲର୍ସ ଓଡ଼ିଆ
ଦୁର୍ଗାତରଙ୍ଗ ଟିଭି

ବ୍ୟକ୍ତିଗତ ଜୀବନ

ସୁଭାଶିଷ ୧୩ ଜୁଲାଇ ୨୦୧୬ରେ ତାଙ୍କ ବାନ୍ଧବୀ ଆନିଷା ଶର୍ମାଙ୍କୁ ବିବାହ କରିଥିଲେ ।[୧୧] ଉଭୟ ସ୍ୱାଭିମାନଆଇନା ଧାରାବାହିକରେ ଏକାଠି କାମ କରୁଥିଲେ ।

ଆଧାର

ବାହାର ଆଧାର