ସିନ୍ଦୂର | |
---|---|
ନିର୍ଦ୍ଦେଶକ | ଶୈଳେନ୍ଦ୍ର ପରିଡ଼ା |
ପ୍ରଯୋଜକ | ପ୍ରେମାଞ୍ଜନ ପରିଡ଼ା |
ସଂଳାପ | ବାପୁ ଗୋସ୍ୱାମୀ |
ଚିତ୍ରନାଟ୍ୟ | ଶୈଳେନ୍ଦ୍ର ପରିଡ଼ା |
କାହାଣୀ | ଭାଗ୍ୟବତୀ ନାୟକ |
କଳାକାର | ସୁଭାଶିଷ ଶର୍ମା ସୂର୍ଯ୍ୟମୟୀ ମହାପାତ୍ର ଅଙ୍କିତ କୁମାର ପ୍ରେମାଞ୍ଜନ ପରିଡ଼ା |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ସୁଦର୍ଶନ ସେନାପତି |
ସମ୍ପାଦକ | ପିଣ୍ଟୁ ନାୟକ |
ମୁକ୍ତିଲାଭ ତାରିଖ | ୨୯ ମଇ ୨୦୨୩ |
ଦେଶ | ![]() |
ଭାଷା | ଓଡ଼ିଆ |
ସିନ୍ଦୂର ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରେମାଞ୍ଜନ ପରିଡ଼ା, ଯାହାକି ପିପି ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା ।[୧] ଭାଗ୍ୟବତୀ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ବାପୁ ଗୋସ୍ୱାମୀ । ନିର୍ଦ୍ଦେଶକ ଶୈଳେନ୍ଦ୍ର ପରିଡ଼ା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, ସୂର୍ଯ୍ୟମୟୀ ମହାପାତ୍ର ଓ ଅଙ୍କିତ କୁମାର ।[୨] ପ୍ରେମାଞ୍ଜନ ପରିଡ଼ା, ଲୀଳା, ଲିପି, ସସ୍ମିତା, ଅମର, କାଳିଆ ଷଣ୍ଢ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୨୩ ମସିହାର ମଇ ୨୯ ତାରିଖରେ ଏହି କଥାଚିତ୍ରଟିର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲା, ଯେଉଁଠି କଥାଚିତ୍ର ଜଗତ ସହିତ କିଛି ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।[୧]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୧]
କ୍ରମ | ଗୀତ | ସମୟ |
---|