ସାଲାଇନ (ଔଷଧ)

ଔଷଧ

ସାଲାଇନ (ଇଂରାଜୀ ଭାଷାରେ Saline, ଅନ୍ୟ ନାମ ସାଲାଇନ ସଲ୍ୟୁସନ/saline solution) ଏକ ଦ୍ରବଣ ଯେଉଁଥିରେ ସୋଡ଼ିଅମ କ୍ଲୋରାଇଡ (sodium chloride) ଓ ପାଣି ମିଶିଥାଏ; ଏହା ଅନେକ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ହୁଏ ।[୧] ଏହା କ୍ଷତ ସଫା କରିବାରେ ସାହାଯ୍ୟ କରେ, କଣ୍ଟାକ୍ଟ ଲେନ୍ସ (contact lens) ବାହାର କରିବାରେ ସାହାଯ୍ୟ କରେ ଓ ଶୁଷ୍କ ଆଖିରେ (dry eyes) ପକାଯାଏ । ନିର୍ଜଳନ (dehydration) ଥିଲେ ବିଶେଷତଃ ପାକଅନ୍ତନଳୀ ପ୍ରଦାହ (gastroenteritis) ଓ ଡାଏବେଟିକ କିଟୋଏସିଡୋସିସ (diabetic ketoacidosis) ନିର୍ଜଳନରେ ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (injection into a vein) ଆକାରରେ ଦିଆଯାଏ । [୨] ଇଞ୍ଜେକସନ ଆକାରରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କୁ ପତଳା କରିବାକୁ ଏହା ମିଶାଯାଏ । [୧]

ସାଲାଇନ
Saline solution for intravenous infusion. The white port at the base of the bag is where additives can be injected. The port with the blue cover is where the bag is spiked with an infusion set.
Clinical data
AHFS/Drugs.comFDA Professional Drug Information
Routes of
administration
intravenous, topical, subcutaneous
ATC code
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
3D model (JSmol)
SMILES
  • [Na+].[Cl-]
InChI
  • InChI=1S/ClH.Na/h1H;/q;+1/p-1
  • Key:FAPWRFPIFSIZLT-UHFFFAOYSA-M

ଅତ୍ୟଧିକ ସାଲାଇନ ଦେଲେ ତରଳ ପଦାର୍ଥ ଓଭରଲୋଡ (fluid overload), ଇଡିମା (swelling), ହାଇପରକ୍ଲୋରେମିକ ଏସିଡୋସିସ (acidosis) ଓ ଅଧିକ ରକ୍ତ ସୋଡ଼ିଅମ (high blood sodium) ହୋଇପାରେ । [୨][୧] ଦୀର୍ଘକାଳୀନ ଅଳ୍ପ ରକ୍ତ ସୋଡ଼ିଅମ (low blood sodium) ଥିବା ରୋଗୀଙ୍କୁ ଅଧିକ ସାଲାଇନ ଦେଲେ ଅସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ (osmotic demyelination syndrome) ହୋଇପାରେ ।[୨] ଏହା ଭଲ୍ୟୁମ ଏକ୍ସପାଣ୍ଡର (crystalloid) ଶ୍ରେଣୀର ଏକ ଔଷଧ ।[୩] ସାଧାରଣତଃ ଏହା ୯ଗ୍ରା:/ଲିଟରର (୦.୯%) ଏକ ସ୍ଟେରାଇଲ ଦ୍ରବଣ (sterile) ଯାହାକୁ ନର୍ମାଲ ସାଲାଇନ (normal saline) କୁହାଯାଏ ।[୧] ଏହାଠାରୁ ଅଧିକ ଗାଢ଼ ବା କମ ଗାଢ଼ ସାଲାଇନ ମଧ୍ୟ ବ୍ୟବ‌ହାର କରାଯାଏ ।[୪][୫]

ଚିକିତ୍ସା କ୍ଷେତ୍ରରେ ସାଲାଇନ ସନ ୧୮୩୧ରୁ ବ୍ୟବ‌ହାର ଆରମ୍ଭ କରାଗଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟରର ହୋଲସେଲ ମୂଲ୍ୟ ୪.୨୦ ଆମେରିକୀୟ ଡଲାର ।[୮]

ଆଧାର