ସାବତ ମାଆ (ଓଡ଼ିଆ କଥାଚିତ୍ର)‌

୨୦୦୩ର ଓଡ଼ିଆ କଥାଚିତ୍ର
(ସାବତ ମାଆରୁ ଲେଉଟି ଆସିଛି)

ସାବତ ମାଆ, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା ଓ ଜ୍ଞାନ ପଟ୍ଟନାୟକ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶିଶିର ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ସାବତ ମାଆ
ନିର୍ଦ୍ଦେଶକଶିଶିର ମିଶ୍ର
ପ୍ରଯୋଜକଅଶୋକ କୁମାର ଲେଙ୍କା,
ଜ୍ଞାନ ପଟ୍ଟନାୟକ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟଶିଶିର ମିଶ୍ର
କାହାଣୀଶିଶିର ମିଶ୍ର
କଳାକାରମହାଶ୍ୱେତା ରାୟ
ବିଜୟ ମହାନ୍ତି
ବର୍ଷା ପ୍ରିୟଦର୍ଶିନୀ
ଅନୁ ଚୌଧୁରୀ
ହର ପଟ୍ଟନାୟକ
ଶ୍ରୀତମ ଦାସ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣକାଦର ଆର୍. ଖାନ୍
ସମ୍ପାଦକଗୁଡ୍ଡୁ ଜାଫେରୀ
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ମହାଶ୍ୱେତା ରାୟ, ବିଜୟ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅନୁ ଚୌଧୁରୀ, ହର ପଟ୍ଟନାୟକ, ଶ୍ରୀତମ ଦାସ, ଦୀପକ ପରିଡ଼ା, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ସୌଦାମିନି, ବିନାୟକ ମିଶ୍ର, ସାଧନା ପରିଜା, ନିମାନନ୍ଦ ପାତ୍ର, ବିଜୟ ମିଶ୍ର, ଗୀତାଞ୍ଜଳି କର, ନିରଞ୍ଜନ ପାଣ୍ଡେ, ଜୁଲିଆ, ଶ୍ୱେତା ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ପ୍ରକୃତି ମିଶ୍ର ଏହି କଥାଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମନ୍ତ୍ରୀ, ମନ୍ମଥ ମିଶ୍ର, ସୁବୋଧ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପଙ୍କଜ ଜାଲ୍, ମନ୍ମଥ ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ଅରବିନ୍ଦ ମୁଦୁଲି, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର