ସାଥୀ ତୁ ଫେରିଆ

୨୦୧୮ର ଓଡ଼ିଆ କଥାଚିତ୍ର

ସାଥୀ ତୁ ଫେରିଆ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିନି ସାମଲ ।[୩][୪][୫] ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୬]

ସାଥୀ ତୁ ଫେରିଆ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକବିନି ସାମଲ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟ ଦାସ ପଟ୍ଟନାୟକ
କାହାଣୀଚିନ୍ମୟ ଦାସ ପଟ୍ଟନାୟକ
କଳାକାରଜ୍ୟୋତି ରଞ୍ଜନ ନାୟକ
ଅନୁଭା ସୌର୍ଯ୍ୟା
ମହାଶ୍ୱେତା ରାୟ
ଶ୍ରୀତମ ଦାସ
ସୁଭାଶିଷ ଶର୍ମା
ଆନିଷା ଶର୍ମା
ପିଙ୍କି ପ୍ରଧାନ
ପ୍ରଜ୍ଞା ଖଟୁଆ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୨୩ ନଭେମ୍ବର ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଅନୁଭା ସୌର୍ଯ୍ୟା ।[୭][୮] ମହାଶ୍ୱେତା ରାୟ, ଶ୍ରୀତମ ଦାସ, ସୁଭାଶିଷ ଶର୍ମା, ଆନିଷା ଶର୍ମା, ପିଙ୍କି ପ୍ରଧାନ, ପ୍ରଜ୍ଞା ଖଟୁଆ, ରାଜୀବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୫]

୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ପ୍ୟାର ଅଲଗା ପ୍ରକାର ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା ।[୧୦]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୫] ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସବିଶେଷ, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ତୋ ଘାଗରା ଉପରେ ଚୋଲି[୧]" ଆଶୁତୋଷ ଓ ଦୀପ୍ତିରେଖା ପାଢ଼ୀ[୮] 
2."ଥରେ କଥା ହେଲେ"ବସନ୍ତରାଜ ସାମଲସବିଶେଷ, ଦୀପ୍ତିରେଖା 
3."ପ୍ରେମର ଅଙ୍ଗନବାଡ଼ି"ସୁବ୍ରତ ସ୍ୱାଇଁଆଶୁତୋଷ, ଦୀପ୍ତିରେଖା ପାଢ଼ୀ 
4."ଶ୍ରାବଣ ଅଛି" ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ 
5."ଜୀବନ"   

ଆଧାର

ବାହାର ଆଧାର