ସଲିଲ ମିତ୍ର

ଓଡ଼ିଆ ହାସ୍ୟ ଅଭିନେତା

ସଲିଲ୍ ମିତ୍ର (୭ ଅପ୍ରେଲ ୧୯୬୭ - ୪ ଜୁନ ୨୦୧୯) ଜଣେ ଓଡ଼ିଆ ହାସ୍ୟ ଅଭିନେତା ଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଦୂରଦର୍ଶନ ଓ ବିଭିନ୍ନ ମଞ୍ଚରେ ଅଭିନୟ କରୁଥିଲେ । କରଞ୍ଜିଆ, ମୟୂରଭଞ୍ଜରେ ଜନ୍ମିତ ସଲିଲ ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ କଥାଚିତ୍ର, ଧାରାବାହିକ, ଆଧୁନିକ ଗୀତ, ଭଜନ, ନାଟକ ଆଦିରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ବଡ଼ ଘର ବଡ଼ ଗୁମର କଥା ଭଳି କିଛି ଧାରାବାହିକରେ ସେ ଖଳନାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୨ ମଇ ୨୦୧୯ରେ ସେ ଏକ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ୪ ଜୁନ ୨୦୧୯ରେ ସେ ମୃତ୍ୟୁବରଣ କରିଥିଲେ ।[୧]

ସଲିଲ୍ କୁମାର ମିତ୍ର
ଜନ୍ମ
ସଲୀଳ କୁମାର ମିତ୍ର

(1967-04-07)ଅପ୍ରେଲ ୭, ୧୯୬୭
କଟକ
ମୃତ୍ୟୁ୪ ଜୁନ ୨୦୧୯(2019-06-04) (ବୟସ ୫୨)
କିମ୍‌ସ ହସ୍ପିଟାଲ, ଭୁବନେଶ୍ୱର
ବୃତ୍ତି(ଓଡ଼ିଆ) ହାସ୍ୟ ଅଭିନେତା
ସକ୍ରିୟ ବର୍ଷ୧୯୯୯ - ୨୦୧୯
ପିତାମାତାବଙ୍କିମ ମିତ୍ର

ଜନ୍ମ ଓ ପରିବାର

ସଲିଲ ମିତ୍ର ୧୯୬୭ ମସିହାର ଅପ୍ରେଲ ମାସ ୭ ତାରିଖ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଙ୍କିମ ମିତ୍ର ।

ଅଭିନୟ ଜୀବନ

ସଲିଲ ମିତ୍ର ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨] ତାଙ୍କ ଅଭନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ପୁଅ ଭାଙ୍ଗିଦେଲା ସୁନା ସଂସାର । ଏହାପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ମଞ୍ଚ ନାଟକ ଆଦିରେ ଅଭିନୟ କରିଥିଲେ । ଏଥି ସହ ସେ କିଛି ଓଡ଼ିଆ ଆଧୁନିକ ଆଲ୍‌ବମ୍ ଓ ଭଜନ ଆଦିରେ ଅଭିନୟ କରିଥିଲେ ।

ତାଙ୍କ ଅଭିନୀତ କିଛି ଓଡ଼ିଆ କଥାଚିତ୍ରଗୁଡ଼ିକ ହେଲା; ରହିଚି ରହିବି ତୋରି ପାଇଁ, ସାଥିରେ, ଅର୍ଜୁନ, ରକତେ ଲେଖିଚି ନାଁ, କାଳୀ ଶଙ୍କର, ନାରୀ ନୁହେଁ ତୁ ନାରାୟଣୀ, ଛାତି ଚିରିଦେଲେ ତୁ, ଆକାଶେ କି ରଙ୍ଗ ଲାଗିଲା, ଶୁଭ ବିବାହ, ତୁ ମୋ ଆଖିର ତାରା, ଓମ୍ ନମଃ ଶିବାୟ, ହିରୋ, ବାଳୁଙ୍ଗା ଟୋକା, କେବେ ତୁମେ ନାହଁ କେବେ ମୁଁ ନାହିଁ, ତୁ ମୋ ଆରମ୍ଭ ତୁ ମୋ ଶେଷ, ମେଟ୍ରିକ ଫେଲ, ଇଡିଅଟ, ଗଞ୍ଜା ଲଢ଼େଇ, ଲଭ୍ ମାଷ୍ଟର, ଚଉକା ଛକା, ସମଥିଙ୍ଗ୍ ସମଥିଙ୍ଗ୍ ୨, ଗପ ହେଲେ ବି ସତ, ଲଭ୍ ଷ୍ଟେସନ, ଅଗସ୍ତ୍ୟ, ସିଷ୍ଟର ଶ୍ରୀଦେବୀ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାରପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୨ରହିଚି ରହିବି ତୋରି ପାଇଁ
୨୦୦୪ସାଥୀରେ
୨୦୦୫ପ୍ରଥମ ପ୍ରେମ
ଅର୍ଜୁନ
୨୦୦୬ପ୍ରିୟା ମୋ ଆସିବ ଫେରି
ରକତେ ଲେଖିଚି ନାଁ
୨୦୦୭କାଳୀଶଙ୍କର
ନାରୀ ନୁହେଁ ତୁ ନାରାୟଣୀ
ମୁଁ ତତେ ଲଭ୍ କରୁଚି
୨୦୦୮ସତ୍ୟ ମେବ ଜୟତେ
ଛାତି ଚିରି ଦେଲେ ତୁ
୨୦୦୯ଆକାଶେ କି ରଙ୍ଗ ଲାଗିଲା
ତୁ ମୋରି ପାଇଁ
୨୦୧୦ଶୁଭ ବିବାହ
ତୋ' ଆଖିରେ ମୁଁ
ଓଁ ନମଃ ଶିବାୟବେଙ୍ଗ
୨୦୧୧ହିରୋକନେଷ୍ଟବଳ ଗୋବରା
କ୍ରିମିନାଲ୍
ଚାନ୍ଦିନୀ ଆଇ ମିସ ୟୁ
ବାଳୁଙ୍ଗା ଟୋକା
୨୦୧୨କେବେ ତମେ ନାହଁ କେବେ ମୁଁ ନାହିଁ
ଶପଥ
ତୁ ମୋ ଆରମ୍ଭ ତୁ ମୋ ଶେଷ
ମେଟ୍ରିକ୍ ଫେଲ୍
ଇଡିଅଟ୍
ବ୍ୟାଡ଼୍ ଗାର୍ଲ
ଲଭ୍ ମାଷ୍ଟର
୨୦୧୩ମୋ' ଦୁନିଆ ତୁ ହିଁ ତୁ
ମୁଁ ଆଶିକ୍ ମୁଁ ଆୱାରା
ଚଉକା ଛକା
ହାତ ଧରି ଚାଲୁଥା
ହରି ଓମ ହରି
ତୁ ମୋ ଦେହର ଛାଇ
କେହି ଜଣେ ଭଲ ଲାଗେରେ
୨୦୧୪ତୁ ଆଉ ମୁଁ
ସ୍ମାଇଲ୍ ପ୍ଲିଜ୍
ହରି ବୋଲ ନୁହେଁ ଟଙ୍କା ବୋଲ
ଓମ୍
ସମଥିଙ୍ଗ୍ ସମଥିଙ୍ଗ୍ ୨
ମେଣ୍ଟାଲ
ଗଞ୍ଜା ଲଢ଼େଇ
୨୦୧୫ଲଭ୍ ୟୁ ହମେଶା
ଗପ ହେଲେ ବି ସତ
ମାୟା
୨୦୧୬ଗୋଟେ ଶୁଆ ଗୋଟେ ଶାରୀ
ଟାଇଗର
ଲଭ୍ ଷ୍ଟେସନ୍ଜଗନ୍ନାଥ
ଅଗସ୍ତ୍ୟ
ଝିଅଟା ବିଗିଡ଼ିଗଲା
୨୦୧୭ସିଷ୍ଟର ଶ୍ରୀଦେବୀ
କଥାଦେଲି ମଥା ଛୁଇଁ
ହେ ପ୍ରଭୁ ଦେଖା ଦେ
ମୁଁ ଖାଣ୍ଟି ଓଡ଼ିଆ ଝିଅ
ରୁଦ୍ର
ତୁ ମୋ ଦେହର ଛାଇ
ରଙ୍ଗିଲା ଟୋକା
ମହାନାୟକ
ଟୋକାଟା ଫସିଗଲା
ଚମ୍ପିଆନ
ଏକ୍ସକ୍ୟୁଜ ମି
ଶ୍ରୀମାନ୍ ସୁର୍‌ଦାସ
କୁଳାଙ୍ଗାର
ସେଲଫିସ୍ ଦିଲ୍

ଅଭିନୀତ ଧାରାବାହିକ

  • ବଡ଼ ଘର ବଡ଼ ଗୁମର କଥା - ଇ ଟିଭି ଓଡ଼ିଆ

ମୃତ୍ୟୁ

ସଲିଲ ମିତ୍ର ୨୦୧୯ ମସିହାର ଜୁନ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ୧୨ ମଇ ୨୦୧୯ରେ ସେ କେନ୍ଦୁଝରରୁ ଏକ ସୁଟିଂ ସାରି ଫେରୁଥିବାବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।[୪] ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନାରେ ଏବଂ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ଛାତିରେ ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱରର କିମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ୪ ଜୁନ ୨୦୧୯ର ରାତି ୧୨ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଛାତିର ପଞ୍ଜରା ହାଡ଼ ଦବିଯାଇ ହୃତ୍‌ପିଣ୍ଡ ପାଖରେ ଲାଗିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରମାନେ ମତ ଦେଇଥିଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା [୬]

ଆଧାର

ବାହାର ଆଧାର