ସର୍ଜିକାଲ ମାସ୍କ

ସର୍ଜିକାଲ ମାସ୍କ ଶଲ୍ୟ ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ବ୍ୟବହାର କରାଯାଉଥିବା ଏକ ବ୍ୟକ୍ତିଗତ ସୁରକ୍ଷା ସାଧନ ଅଟେ । ଏହା ରୋଗୀର ପାଟି ଓ ନାକରୁ ନିର୍ଗତ ହେଉଥିବା ରୋଗଜନକ ପଦାର୍ଥରୁ ସୁରକ୍ଷା ପ୍ରଦାନ କରିଥାଏ ।[୧] ବ୍ୟବହାରକାରୀକୁ ଜୀବାଣୁଭୂତାଣୁଠାରୁ ରକ୍ଷା କରିବାକୁ ଅସକ୍ଷମ ହୋଇଥିବାରୁ ଏହା ଅନ୍ୟ ମାସ୍କ ବା ଶ୍ୱାସଯନ୍ତ୍ରମାନଙ୍କଠାରୁ ନିକୃଷ୍ଟତର ।[୨]

ସର୍ଜିକାଲ ମାସ୍କ ପିନ୍ଧିଥିବା ସ୍ୱାସ୍ଥ୍ୟକର୍ମୀ

ବ୍ୟବହାର

ସ୍ୱାସ୍ଥ୍ୟକର୍ମୀ

କରୋନାଭୂତାଣୁ ରୋଗ ୨୦୧୯ରୁ ସୁରକ୍ଷା ପାଇଁ ବ୍ୟବହୃତ ବିଭିନ୍ନ ପ୍ରକାର ମାସ୍କର ତୁଳନା

ସର୍ଜିକାଲ ମାସ୍କ ଚିକିତ୍ସକମାନଙ୍କଦ୍ୱାରା ଶଲ୍ୟ ଏବଂ ଅନ୍ୟ ଚିକିତ୍ସାଜନିତ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ।[୩] ଏହା ରୋଗୀ ନାକ ଓ ପାଟିରୁ ନିର୍ଗତ ତରଳ ପଦାର୍ଥ ଓ ଏରୋସଲରୁ ରକ୍ଷା କରେ ଯଦିଓ ସର୍ଜରୀ ପରେ ହେଉଥିବା ସଂକ୍ରମଣରୁ ଏହି ମାସ୍କ ରକ୍ଷା କରିବାର କୌଣସି ସଠିକ ପ୍ରମାଣ ନାହିଁ ।[୪]

ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ସର୍ଜିକାଲ ମାସ୍କକୁ ପିନ୍ଧିବା ଏବଂ ପ୍ରତ୍ୟେକ ବ୍ୟବହାର ପରେ ନଷ୍ଟ କରିବାର ଅଭ୍ୟାସ କରାଯାଏ । ଠିକଭାବେ ଫିଟ ହେଉଥିବା ଏବଂ ପରୀକ୍ଷଣ କରାଯାଇଥିବା ଏନ୯୫ ବା ଏଫଏଫଏଫ୩ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ ଯାହାଦ୍ୱାରା ସଂକ୍ରମଣରୁ ନିଜକୁ ସୁରକ୍ଷା ମିଳିଥାଏ ।

ଜନସାଧାରଣ

ସାଧାରଣତଃ ଘର ବାହାରରେ ଏପରି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଏନାହିଁ ।[୫] ପୂର୍ବ-ଏସୀୟ ଦେଶମାନଙ୍କରେ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ସାଧାରଣ କଥା ଅଟେ । ଚୀନ, ଦକ୍ଷିଣ କୋରିଆ ଏବଂ ତାଇୱାନ ପରି ଦେଶରେ ବାୟୁଦ୍ୱାରା ସଂକ୍ରମିତ ରୋଗମାନଙ୍କଠାରୁ ନିଜକୁ ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରାୟ ଲୋକମାନେ ମାସ୍କ ପିନ୍ଧନ୍ତି । ଏହାଦ୍ୱାରା ବାୟୁ ପ୍ରଦୂଷଣ କାରଣରୁ ଉତ୍ପନ୍ନ ଧୂଳିଧୂଆଁରୁ ବଞ୍ଚିବା ସହ ସହଜରେ ନିଶ୍ୱାସ ନେବା ସମ୍ଭବ ହୁଏ ।[୬]

ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଧୂଆଁ ଏବଂ ପ୍ରଦୂଷଣର ବୃଦ୍ଧି ହେତୁ ଭାରତ, ନେପାଳ, ଥାଇଲାଣ୍ଡର ପ୍ରମୁଖ ସହରରେ ମଧ୍ୟ ଏହି ମାସ୍କର ବ୍ୟବହାର କରାଯାଉଛି ।[୭][୮] ଏହାବ୍ୟତୀତ ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁରରେ ଦକ୍ଷିଣ-ପୂର୍ବ ଏସିଆ ଗ୍ରୀଷ୍ମଋତୁରେ ଏହାର ବ୍ୟବହାର ଦେଖିବାକୁ ମିଳେ । ନିଶ୍ୱାସବାୟୁରୁ ପରିଷ୍କୃତ କରୁଥିବା ସର୍ଜିକାଲ ମାସ୍କର ବ୍ୟବହାରର ଚାହିଦା ଏସିଆରେ ବହୁତ ଅଧିକ ହୋଇଥିବାରୁ କମ୍ପାନୀମାନେ ସାଧା ମାସ୍କ ସହ ସୁନ୍ଦର ଡିଜାଇନ ଥିବା ମାସ୍କ ପ୍ରସ୍ତୁତ କରି ବିକିଥାନ୍ତି ।[୯]

ଆଧାର