ସମ୍ପୂର୍ଣ୍ଣ ରକ୍ତ

ସମ୍ପୁର୍ଣ୍ଣ ରକ୍ତ ବା ହୋଲ ବ୍ଲଡ (ଇଂରାଜୀ ଭାଷାରେ Whole blood ବା WB) କ‌ହିଲେ ରକ୍ତଦାନ ହୋଇଥିବା ସମ୍ପୁର୍ଣ୍ଣ ରକ୍ତକୁ (blood) ବୁଝାଏ ।[୧] ଅତ୍ୟଧିକ ରକ୍ତସ୍ରାବ (massive bleeding), ବିନିମୟ ଟ୍ରାନ୍ସଫ୍ୟୁଜନ (exchange transfusion) ଓ ନିଜକୁ ରକ୍ତଦାନ (donate blood to themselves) କରିବା ନିମନ୍ତେ ଏହା ବ୍ୟବ‌ହାର କରାଯାଏ ।[୨][୧] ଏକ ୟୁନିଟ ଏହି ରକ୍ତଦାନ‌ଦ୍ୱାରା ହେମୋଗ୍ଲୋବିନ ସ୍ତର ୧୦ଗ୍ରା/ଲି ଅଧିକ ହୋଇଯାଏ ।[୩] ରକ୍ତଦାନ ପୂର୍ବରୁ (କ୍ରସ ମ୍ୟାଚିଙ୍ଗ) Cross matching ସର୍ବଦା ଆବଶ୍ୟକ ।[୨][୪] ଏହା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[୫]

ସମ୍ପୁର୍ଣ୍ଣ ରକ୍ତ
A Red Cross whole blood donation
Clinical data
Routes of
administration
IV
ATC code
Identifiers
ChemSpider
  • none

ଏହାର ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା, ହେମୋଲାଇସିସ (red blood cell breakdown), ଅଧିକ ମାତ୍ରାର ପୋଟାସିଅମ (high blood potassium), ସଂକ୍ରମଣ (‌infection), ଅତ୍ୟଧିକ ପରିମାଣ ଲୋଡ (volume overload) ଓ ଫୁସଫୁସ ଆଘାତ (lung injury) ହୋଇପାରେ ।[୨][୩] ସମ୍ପୁର୍ଣ୍ଣ ରକ୍ତରେ ଲୋହିତ ରକ୍ତ କଣିକା (red blood cells), ଶ୍ୱେତ ରକ୍ତ କଣିକା (white blood cells), ଅଣୁଚକ୍ରିକା (platelets) ଓ ରକ୍ତ ପ୍ଲାଜମା (blood plasma) ଥାଏ ।[୩] ସଂଗ୍ରହ କରିବା ଦିନ ବ୍ୟବ‌ହାର କରିବା ବିଧେୟ, କିନ୍ତୁ ୩ ସପ୍ତାହ ପର୍ଯ୍ୟନ୍ତ ବ୍ୟବ‌ହାର କରିହୁଏ । [୪][୩][୬] ରକ୍ତ ସଂଗ୍ରହ ସମୟରେ ଆଣ୍ଟକୋଆଗୁଲାଣ୍ଟ (anticoagulant) ଓ ପ୍ରିଜରଭେଟିଭ (preservative) ସ‌ହିତ ମିଶେଇ ଦିଆଯାଇଥାଏ ।[୭]

ସର୍ବପ୍ରଥମେ ସନ୧୮୧୮ରେ ସମ୍ପୁର୍ଣ୍ଣ ରକ୍ତ ଟ୍ରାନସଫ୍ୟୁଜନ କରାଯାଇଥିଲା କିନ୍ତୁ ପ୍ରଥମ ବିଶ୍ୱ ଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଏହା ସାଧାରଣ ଭାବରେ ବ୍ୟବ‌ହାର କରାଗଲା । First Second World War.[୪][୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ୟୁନିଟର ମୂଲ୍ୟ ୫୦ ଆମେରିକୀୟ ଡଲାର ।[୧୦] ବିକାଶଶୀଳ ଦେଶମାନଙ୍କ (developing world) ଓ ମିଲିଟାରୀ (military) ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ସାଧାରଣତଃ ଏହି ହୋଲବ୍ଲଡ ଆଉ ଦିଆଯାଉନାହିଁ ।[୨] ଏହାଠାରୁ ଅନେକ ରକ୍ତଜାତୀୟ ପଦାର୍ଥ (blood products) ଯେପରିକି ପ୍ୟକ୍‌ଡ ରେଡ ବ୍ଲଡ ସେଲସ (packed red blood cells), ପ୍ଲାଟେଲେଟ କନସେଣ୍ଟ୍ରେଟ (platelet concentrate), କ୍ରାୟୋ ପ୍ରେସିପିଟେଟ (cryoprecipitate), ଓ ଫ୍ରେସ ଫ୍ରୋଜନ ପ୍ଲାଜମା ପ୍ରସ୍ତୁତ କରାଯାଏ ।[୧]

ଆଧାର