ସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)

୧୯୫୦ର ଓଡ଼ିଆ କଥାଚିତ୍ର

ସପ୍ତଶଯ୍ୟା - ୧୯୫୧ ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।ଢେଙ୍କାନାଳ ରାଜପରିବାରର ସଦସ୍ୟ ଶେଷ ପ୍ରତାପ ସିଂହଦେଓ (ନିନି ସାହେବ ଭାବେ ପରିଚିତ) ଏହାର ପ୍ରଯୋଜନା କରିଥିଲେ । କବି ଅନନ୍ତ ପଟ୍ଟନାୟକ ଏହାର କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[୧]

ସପ୍ତଶଯ୍ୟା
ନିର୍ଦ୍ଦେଶକକଲ୍ୟାଣ ଗୁପ୍ତା
ପ୍ରଯୋଜକଶେଷ ପ୍ରତାପ ସିଂହଦେଓ
କଳାକାରବ୍ୟୋମକେଶ ତ୍ରିପାଠୀ, ଅନିମା ପେଦିନି
ମୁକ୍ତିଲାଭ ତାରିଖ
୧୯୫୧
ଦେଶ ଭାରତ
ଭାଷାଓଡ଼ିଆ

(‘ସମାଜ’ରେ ଡିଜିଟାଇଜଡ୍ ହୋଇ କି ଅଛି, ହାର୍ଡ କପି ବି ଅଛି। ‘ସମାଜ’ ଲାଇବ୍ରେରିରେ ୧୯୫୧ ମସିହାର ସବୁତକ ଖବର କାଗଜ ପୃଷ୍ଠା ପରେ ପୃଷ୍ଠା ଖୋଜିଲି। ଡିସେମ୍ବର ୧ ତାରିଖକୁ ପହଞ୍ଚିଲି ତ ‘ସପ୍ତଶଯ୍ୟା’ ମୁକ୍ତିଲାଭ କରିଛି ସେଦିନ । ମୁଁ ତ ସେଇ ପ୍ରକାଶିତ ବିଜ୍ଞାପନ ସଂଗ୍ରହ କରିସାରିଥିଲି ଆଗରୁ। ସୂର୍ଯ୍ୟ ଦେଓ [୨])

(ସିନେ ଓଡ଼ିଶା’ର ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାର ସମୀକ୍ଷା ଥିଲା ତୀକ୍ଷଣ୍ । ଉଦାହରଣ ସ୍ୱରୂପ ଧୀର ବିଶ୍ୱାଳ ଲେଖିଥିବା ‘ସପ୍ତଶଯ୍ୟା’ର ସମୀକ୍ଷା ଧାର ବେଶ ଦାଢ଼ । By ସୂର୍ଯ୍ୟ ଦେଓ On May 22, 2021[୩])

ସଙ୍ଗୀତ - ଉଦୟନାଥ ସାହୁ

ଗୀତ ଗୁଡ଼ିକର ସାରଣୀ

କ୍ରମଗୀତଗୀତିକାରଗାୟକ / ଗାୟିକା
ରଙ୍ଗିଧାନ କିଏ ଲୁଟିଅନନ୍ତ ପଟ୍ଟନାୟକକମଳା ଦେବୀ
ଅନାଇ ନାହିଁ ତାକୁଅନନ୍ତ ପଟ୍ଟନାୟକକମଳା ଦେବୀ
ଆହୁଲାରେଅନନ୍ତ ପଟ୍ଟନାୟକପ୍ରଫୁଲ୍ଲ କୁମାର ସିଂହଦେଓ
ଆରେ ସଙ୍ଗିନୀ ଆରେଅନନ୍ତ ପଟ୍ଟନାୟକକମଳା ଦେବୀ ଓ ଉଦୟନାଥ ସାହୁ
ତୁମ ଶିରେ ଶୋହେ ଫୁଲଅନନ୍ତ ପଟ୍ଟନାୟକକମଳା ଦେବୀ, ଉଦୟନାଥ ସାହୁ, ଓ ଅନ୍ୟ


ଅଭିନୟରେ

ଓଡ଼ିଆ କଥାଚିତ୍ର ‘ସପ୍ତଶଯ୍ୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର

ଅଧିକ ତଥ୍ୟ