ସଙ୍ଗୀତା କୁମାରୀ ସିଂଦେଓ

ଭାରତୀୟ ରାଜନୀତିଜ୍ଞ

ସଙ୍ଗୀତା କୁମାରୀ ସିଂଦେଓ (ଜନ୍ମ: ୩ ଡିସେମ୍ବର ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ପୂର୍ବରୁ, ସେ ୧୨ଶ, ୧୩ଶ, ୧୪ଶ୧୭ଶ ଲୋକ ସଭାର ସଦସ୍ୟା ଥିଲେ ।

ସଙ୍ଗୀତା କୁମାରୀ ସିଂହଦେଓ
ସାଂସଦ: ୧୭ଶ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀକଳିକେଶ ନାରାୟଣ ସିଂହଦେଓ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ସାଂସଦ: ୧୨ଶ, ୧୩ଶ, ୧୪ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୮ – ୨୦୦୯
ପର ଅଧିକାରୀକଳିକେଶ ନାରାୟଣ ସିଂହଦେଓ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-12-03) ୩ ଡିସେମ୍ବର ୧୯୬୧ (ବୟସ ୬୨)
ନୂଆ ଦିଲ୍ଲୀ, ଦିଲ୍ଲୀ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀକନକ ବର୍ଦ୍ଧନ ସିଂହ ଦେଓ
ସନ୍ତାନନିବୃତ୍ତି କୁମାରୀ ସିଂଦେଓ
ଘରଶୈଳଶ୍ରୀ ପ୍ୟାଲେସ୍, ବଲାଙ୍ଗୀର, ଓଡ଼ିଶା
୩୦ ମଇ, ୨୦୧୯ ସୁଦ୍ଧା
ଆଧାର: [୧]

ଜୀବନୀ

ସେ ବଲାଙ୍ଗୀର ରାଜପରିବାରର ଓ ଅଖିଳ ଭାରତୀୟ ଆୟୁ‌ର୍ବିଜ୍ଞାନ ସଂସ୍ଥାନ, ନୂଆ ଦିଲ୍ଲୀର ପୂର୍ବତନ ପିଆର୍‌ଙ୍କ ଝିଅ । ତାଙ୍କର ସ୍ୱାମୀ କନକ ବର୍ଦ୍ଧନ ସିଂହ ଦେଓ ଜଣେ ରାଜନେତା, ଯିଏକି ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ରାଜନୈତିକ ଜୀବନ

ସଙ୍ଗୀତା ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୧୯୯୮, ୧୯୯୯ ଓ ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ, ସେ ନିଜ ସ୍ୱାମୀଙ୍କ ସମ୍ପର୍କୀୟ କଳିକେଶ ନାରାୟଣ ସିଂହଦେଓଙ୍କଠାରୁ ହାରିଯାଇଥିଲେ ଓ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କୁ ୧୯,୫୧୬ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ, ସେ ସମୁଦାୟ ୬,୧୭,୭୪୪ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କୁ ୧,୩୨,୬୬୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩]

ଅଧିକ ତ‌ଥ୍ୟ