ସଇଁତଳା

ଭାରତରେ ଗ୍ରାମ

ସଇନ୍ତଳା ଓଡ଼ିଶାର ବଲାଙ୍ଗିର ଜିଲ୍ଲ।ର ଗୋଟିଏ ବ୍ଲକ ତଥା ସହର ଅଟେ ।[୧]

ସଇନ୍ତଳା
ବ୍ଲକ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗିର
ଭାଷାଓଡ଼ିଆ, ଇଂରାଜୀ
Area
 • ସମୁଦାୟ3,634 km2 (1,403 sq mi)
Population
 (୨୦୧୧)
 • Total୧୦୮୭୫୬
Time zoneIST (+୫.୩୦)
ଡାକ କୋଡ଼
୭୬୭୦୩୨
Area code+୦୬୬୫୫
ଯାନବାହାନ ପଞ୍ଚୀକରଣOD-୦୩

ଭୌଗଳିକ ଅବସ୍ଥିତି

ସଇଁତଳା ଲାନ୍ଥ ନଦୀ କୂଳରେ ଅବସ୍ଥିତ।

ପ୍ରଶାସନ

ଏଠାରେ ପଞ୍ଚାୟତ ସମିତି,ତହସିଲ,ପୋଲିସ କାର୍ଯ୍ୟାଳୟ ରହିଛି ।

ଜନଗଣନା

ସଇନ୍ତଲା ବ୍ଲକରେ କନ୍ଧ, କରଣ, କୁମ୍ଭାର, ଗଉଡ଼, ଚୌହାଣ, ତେଲି, ବ୍ରାହ୍ମଣ, ପାଇକ, ମାଳି, ହରିଜନ, ରାଜପୁତ ଆଜି ଜାତିର ମୋଟ ୧,୦୮,୭୫୬ ଜଣ ଅଧିବାସୀ ବାସକରନ୍ତି ।[ଆଧାର ଲୋଡ଼ା]

ଶିକ୍ଷା

ଏଠାରେ ଅନେକ ଶିକ୍ଷାନୁଷ୍ଠାନ ରହିଛି ।

  • ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ
  • ସରକାରୀ ବାଳିକା ବିଦ୍ୟାଳୟ
  • ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର
  • ପଞ୍ଚାୟତ ସମିତି ମହାବିଦ୍ୟାଳୟ

ସ୍ୱାସ୍ଥ୍ୟ

ଏଠାରେ ଗୋଟିଏ ସରକାରୀ ଡାକ୍ତରଖାନା ଅଛି ।

ପର୍ଯ୍ୟଟନ

ଏଠାରେ ଚଣ୍ଡେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ରହିଛି । ଏହି ମନ୍ଦିରରେ ସେ ମହିଷାମର୍ଦ୍ଦିନୀ ବେଶରେ ମଧ୍ୟ ପୂଜା ପାଆନ୍ତି ।

ବଲାଙ୍ଗୀର ଗୋଳାବାରୁଦ କାରଖାନା

ସଇନ୍ତଳା ବ୍ଲକର ବଡମାଲରେ ଭାରତ ସରକାରଙ୍କ ସେନା ଅଧୀନରେ ଏକ ଗୋଳାବାରୁଦ କାରଖାନା ରହିଛି ।[୨]

ପର୍ବପର୍ବାଣି

ସଇନ୍ତଳାର ଅଧିବାସୀମାନେ ଓଡ଼ିଶାର ସମସ୍ତ ମୁଖ୍ୟ ପର୍ବପର୍ବାଣି ଯଥା ନୂଆଖାଇ, ରଥଯାତ୍ରା, ଦୀପାବଳୀ, ଗଜଲକ୍ଷ୍ମୀ ପୂଜା, ମାଣବସା ଗୁରୁବାର, ସାବିତ୍ରୀ ବ୍ରତ, ମକର ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା, ହୋଲି, ରକ୍ଷାବନ୍ଧନ, କାର୍ତ୍ତିକ ପୂର୍ଣ୍ଣିମା, ପୁଅ ଜିଉନ୍ତିଆ, ଭାଇ ଜିଉନ୍ତିଆ, ଜନ୍ମାଷ୍ଟମୀ, ରାମ ନବମୀ, ସରସ୍ୱତୀ ପୂଜା, ଗଣେଶ ପୂଜା ଆଦି ପାଳିଥାନ୍ତି ।

ଆଧାର