ଶର୍ଦ୍ଦି

ଉର୍ଦ୍ଧ୍ୱ ଶ୍ୱାସନଳୀରେ ହେଉଥିବା ଭୂତାଣୁ ସଂକ୍ରମଣ ।

ଶର୍ଦ୍ଦି, ଇଂରାଜୀ ଭାଷାରେ ଏହାକୁ Common cold ବା cold, କୁହାଯାଏ ଓ ଉର୍ଦ୍ଧ୍ୱ ଶ୍ୱାସନଳୀର ଏହା ଏକ ଭୁତାଣୁ ଜନିତ ସଂକ୍ରମଣ ।[୨][୩] ଅନେକ ଏହାକୁ ନସମ ବା ନଶମ ବା ନସ୍ମ ନାମ ଦିଅନ୍ତି । ଭୁତାଣୁ ସଂସ୍ପର୍ଷରେ ଆସିବାର ୨ ଦିନ ମଧ୍ୟରେ ଏହାର ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ । [୨] ଏହି ରୋଗରେ ନାକରୁ ପାଣି ବୁହେ, କାଶ, ତଣ୍ଟି ଦରଜ, ଛିଙ୍କ, ମୁଣ୍ଡବଥାଜର ହୁଏ ।[୪][୫] ସାଧାରଣତଃ ୭ରୁ ୧୦ ଦିନ ମଧ୍ୟରେ ରୋଗ ଉପଶମ ହୋଇଯାଏ ।[୪] କେତେକ ଲକ୍ଷଣ ୩ ସପ୍ତାହ ପର୍ଯ୍ୟନ୍ତ ରହେ ।[୬] ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିମୋନିଆ ବାହାରିପାରେ ।[୪]

ଶର୍ଦ୍ଦି
nasopharyngitis, rhinopharyngitis, acute coryza, head cold[୧]
A representation of the molecular surface of one variant of human rhinovirus. ଏକ ମାନବ ରାଇନୋଭୁତାଣୁର ରୁପାନ୍ତରିତ ସ୍ୱରୁପ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦J00.{{{3}}}
ଆଇସିଡ଼ି-୯-ସିଏମ୍460
ରୋଗ ଡାଟାବେସ31088
ମେଡ଼ିସିନ-ପ୍ଲସ000678
ଇ-ମେଡ଼ିସିନmed/2339
Patient UKଶର୍ଦ୍ଦି
MeSHD003139

ଦୁଇ ଶହରୁ ଅଧିକ ଭୁତାଣୁ ପ୍ରଜାତି ଏହି ରୋଗ ସୃଷ୍ଟି କରୁଥିଲେ ମଧ୍ୟ ରାଇନୋ ଭୁତାଣୁ ଯୋଗୁ ଏହା ସାଧାରଣତଃ ହୁଏ ।[୭] ଏହା ବାୟୁ ମାଧ୍ୟମରେ ସଞ୍ଚାରିତ ହୁଏ ବା ଭୁତାଣୁ ଥିବା ଜିନିଷ ସ୍ପର୍ଶ କରିବା ପରେ ନାକ ବା ପାଟିରେ ସଞ୍ଚାରିତ ହୁଏ ।[୪] ଦିବାଯତ୍ନ, ନିଦ୍ରାହୀନତା ଓ ମାନସିକ ଚାପ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରେ ।[୨] ଶର୍ଦ୍ଦିର ଲକ୍ଷଣ ସଂକ୍ରମଣ ଜନିତ ତନ୍ତୁ କ୍ଷୟ ଯୋଗୁ ନ ହୋଇ ଇମ୍ମ୍ୟୁନ ପ୍ରତିକ୍ରିୟା ଯୋଗୁ ହୋଇଥାଏ ।[୮] ଇନଫ୍ଲୁଏଞ୍ଜା ରୋଗରେ ଶର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ଶର୍ଦ୍ଦିଠାରୁ ଅଧିକ ସାଂଘାତିକ ହୋଇଥାଏ । [୨]

ଶର୍ଦ୍ଦି ନିମନ୍ତେ କୌଣସି ଟିକା ନାହିଁ । ହସ୍ତ ପ୍ରକ୍ଷାଳନ, ଆଖି, ନାକ ଓ ପାଟିକୁ ହାତ ଧୋଇ ଛୁଇଁବା ଓ ରୋଗୀଠାରୁ ଦୂରରେ ରହିଲେ ଏହି ରୋଗରୁ ରକ୍ଷା ମିଳିପାରିବ ।[୪] ମୁଖା ପିନ୍ଧିଲେ ରକ୍ଷା ମିଳିବାର କିଛି ପ୍ରମାଣ ମିଳୁଛି ।[୯] ଏହି ଆରୋଗ୍ୟ ହୁଏ ନାହିଁ କିନ୍ତୁ ଲକ୍ଷଣ ସମୂହର ଚିକିତ୍ସା କରାଯାଏ ।[୪] କଷ୍ଟ ହେଉଥିଲେ ନନ୍ ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଔଷଧ, (ଏନଏସଏଆଇଡି) ଯେପରିକି ଆଇବୁପ୍ରୋଫେନ୍ ଉପକାର କରିପାରେ ।[୧୦] ଆଣ୍ଟିବାୟୋଟିକ ବ୍ୟବ‌ହାର କରିବା ଉଚିତ ନୁହେଁ ।[୧୧] କାଶ ଔଷଧ ସେବନରେ କୌଣସି ଉପକାରର ପ୍ରମାଣ ମିଳୁନାହିଁ ।[୨]

ମଣିଷ ଦେହରେ ଶର୍ଦ୍ଦି ରୋଗ ଏକ ଅତି ସାଧାରଣ ସଂକ୍ରମଣ ରୋଗ ।[୧୨] ବୟଃପ୍ରାପ୍ତ ଲୋକ ବର୍ଷରେ ୨ରୁ ୪ ଥର ଆକ୍ରନ୍ତ ହୁଏ ଓ ପିଲା ୬ରୁ ୮ଥର ଆକ୍ରନ୍ତ ହୁଏ ।[୧୩] ଶୀତ ଦିନେ ଏହି ରୋଗ ଅଧିକ ହୁଏ । [୪] ପୁରାକାଳରୁ ଏହି ରୋଗ ମାନବ ସ‌ହ ରହିଆସିଛି ।[୧୪]

ଚିହ୍ନ ଓ ଲକ୍ଷଣ

ଶର୍ଦ୍ଦିର ସାଧାରଣ ଲକ୍ଷଣ: ନାକରୁ ଅନବରତ ପାଣି ବୁହେ, ନାକ ଭିତର ରକ୍ତିମ ହୁଏ, ତଣ୍ଟି ଦରଜ ହୁଏ, କାଶ ହୁଏ ଓ ବେଳେ ବେଳେ ମାଂସପେଶୀ ଯନ୍ତ୍ରଣା, ଥକ୍କା ଲାଗିବା, ମୁଣ୍ଡ ବଥା ଓ ଭୋକ ମରିଯିବା[୧୫] । ୪୦ % ଲୋକଙ୍କର ତଣ୍ଟି ଦରଜ ହୁଏ, ୫୦ % ଲୋକଙ୍କର କାଶ ହୁଏ ଓ ୫୦% ଲୋକଙ୍କର ପେଶୀ ଯନ୍ତ୍ରଣା ହୁଏ[୫] । ବଡ଼ ମଣିଷଙ୍କର ଜର ହୁଏ ନାହିଁ କିନ୍ତୁ ପିଲାମାନଙ୍କର ହୁଏ [୫]। ଇନଫ୍ଲୁଏଞ୍ଜା ତୁଳନାରେ କାଶ ବହୁତ ଅଳ୍ପ ହୁଏ । ବଡ଼ ମଣିଷମାନଙ୍କର ଜର ଓ କାଶ ହେଲେ ଇନଫ୍ଲୁଏଞ୍ଜା ନିର୍ଣ୍ଣୟ କରାଯାଏ । ଖଙ୍କାର ରଙ୍ଗ ପରିସ୍କାର, ହଳଦିଆ ବା ଶାଗୁଆ ଦେଖାଯାଏ[୧୬]

ଅଗ୍ରଗତି(‌Progress)

କାରଣ

Coronaviruses are a group of viruses known for causing the common cold. They have a halo, or crown-like (corona) appearance when viewed under an electron microscope.

ବିଭିନ୍ନ ପ୍ରକାରର ଭୁତାଣୁ ଯୋଗୁ ଶର୍ଦ୍ଦି ରୋଗ ହୁଏ । ରାଇନୋ ଭୁତାଣୁ (୩୦-୩୮ %), ୯୯ ରକମର ପିକୋର୍ନା ଭୁତାଣୁ[୧୭][୧୮] । କୋରାନୋ (୧୦-୧୫%), ଆଡେନୋ (୫ %), ହ୍ୟୁମ୍ୟନ୍ ପାରାଇନଫ୍ଲୁଏଞ୍ଜା ଇତ୍ୟାଦି । ଅନେକ ସମୟରେ ଏକାଧିକ ଭୁତାଣୁ ଏକ ସମୟରେ ଆକ୍ରମଣ କରନ୍ତି ।

ସଞ୍ଚାରଣ

ବାୟୁ ମଣ୍ଡଳରେ ଉଡି ବୁଲୁଥିବା ନାସିକା ନିର୍ଗତ ଅଜସ୍ର କଫ/ଖଙ୍କାର କଣିକାରେ ଥିବା ଭୁତାଣୁଦ୍ୱାରା ଏହି ରୋଗ ସଞ୍ଚାରଣ ହୁଏ [୧୯] । ଏହା ଛଡା ସଂସ୍ପର୍ଷରେ ଆସିଲେ ରୋଗ ହୁଏ । ବାୟୁ ମଣ୍ଡଳରେ ପ୍ରାୟ ୧୮ ଘଣ୍ଟା ପର୍ଯ୍ୟନ୍ତ ଭୁତାଣୁ ରହି ପାରନ୍ତି ।

ରୋଗ ନିର୍ଣ୍ଣୟ

ଏହି ରୋଗ ନିଜେ ରୋଗୀ ନିର୍ଣ୍ଣୟ କରେ । ଏହା ଏକ ନାସିକା ପ୍ରଦାହ ରୋଗ । ଭାଇରସ ଚିହ୍ନଟ ଅନାବଶ୍ୟକ ।

ଚିକିତ୍ସା

Poster encouraging citizens to "Consult your Physician" for treatment of the common cold

ଅଧୁନା ଡାକ୍ତରୀ ଶାସ୍ତ୍ରରେ ବା ଅନ୍ୟ କୌଣସି ଶାସ୍ତ୍ରରେ ଶର୍ଦ୍ଦି ରୋଗ ଭୋଗର ସମୟ ସୀମା କମେଇବା ନିମନ୍ତେ ଔଷଧ ନାହିଁ [୨୦]। କଷ୍ଟ ଲାଘବ ନିମନ୍ତେ ଔଷଧ ଦିଆଯାଏ । ବିଶ୍ରାମ, ଜଳ ପାନ, ଉଷୁମ ଲୁଣ ପାଣିରେ କୁଳି କରିବା ଭଳି ସଧାରଣ ଚିକିତ୍ସା କରାଯାଏ । ଏହାର ଯାହାବି ଉପକାର ମିଳେ ତାହାର କୌଣସି ବିଜ୍ଞାନ ସମ୍ମତ ତଥ୍ୟ ନାହିଁ ଓ ଏହାକୁ ପ୍ଲାସେବୋ ଇଫେକ୍ଟ କୁହାଯାଏ [୨୧]

ଲକ୍ଷଣ ଅନୁଯାୟୀ

ଲକ୍ଷଣ ଉପସମ ନିମନ୍ତେ ଆଇବୁପ୍ରୋଫେନ[୨୨] ଓ ପାରାସେଟାମଲ୍[୨୩] ଭଳି ଔଷଧ ଦେଲେ ଯନ୍ତ୍ରଣା ଲାଘବ ହୁଏ । କାଶ ଔଷଧଦ୍ୱାରା ଯନ୍ତ୍ରଣା ଉପସମକାରୀ ଔଷଧ ଅପେକ୍ଷା ଅଧିକ ଉପକାର ମିଳିବାର କୌଣସି ତଥ୍ୟ ନାହିଁ [୨୪] ବରଂ ପିଲାମାନଙ୍କର ହାନିକାରକ ହେବା ପ୍ରମାଣ ଅଛି[୨୫][୨୬] । ବୟସ୍କମାନଙ୍କୁ ନାକରେ ପକେଇବା ଔଷଧ ଦିଆଯାଇ ପାରେ ।

ପୂର୍ବାନୁମାନ

ଏହି ରୋଗ ଆପେ ଆପେ ୭ ଦିନରେ ଭଲ ହୋଇଯାଏ । ଅତି ବୟଷ୍କ, ଅତି ଛୋଟ ପିଲା ଓ ଇମ୍ମ୍ୟୁନିଟି କମ ଥିଲେ ଭୟାବହ ସଂକ୍ରାମକ ରୋଗ ହୁଏ । ଜଟୀଳତା ମଧ୍ୟରେ ଜୀବାଣୁ ଜନିତ ରୋଗ ଯଥା ସାଇନୁସାଇଟିସ୍, ଫାରିଞ୍ଜାଇଟିସ୍ ଓ କାନରେ ପ୍ରଦାହ ହୁଏ ।

ଆଧାର