ଲିନ ଲୈଶରାମ

ଭାରତୀୟ ଅଭିନେତ୍ରୀ, ମଡେଲ

ଲିନ୍ଥୋଇଙ୍ଗାମ୍ବି "ଲିନ" ଲଲୈଶରାମ ଜଣେ ଭାରତୀୟ ମଡେଲ, ଅଭିନେତ୍ରୀ ଏବଂ ମଣିପୁରର ବ୍ୟବସାୟୀ । ସେ ମୁମ୍ବାଇରେ ଅବସ୍ଥାପିତ ଭାରତୀୟ ମଡେଲିଂ ଏଜେନ୍ସି ଇଲାଇଟ‌ଦ୍ୱାରା ପ୍ରଥମ କରି ମଡେଲିଂ ଦୁନିଆରେ କାମ କରିଥିଲେ ଏବଂ ଇଣ୍ଡିଆ ଫ୍ୟାଶନ ଉଇକ୍, ନ୍ୟୁୟର୍କ ବ୍ରାଇଡାଲ ଉଇକ୍ ଭଳି ଫ୍ୟାଶନ କାର୍ଯ୍ୟକ୍ରମରେ ନିୟମିତ ଭାବରେ କାମ କରିଥିଲେ । ସେ ଭାରତ ତଥା ଭାରତ ବାହାରେ ପ୍ରଦର୍ଶିତ ବିଭିନ୍ନ ଦୂରଦର୍ଶନ ବିଜ୍ଞାପନ ଓ ମୁଦ୍ରିତ ମିଡ଼ିଆର ବିଜ୍ଞାପନରେ କାମ କରନ୍ତି ।

ଲିନ ଲୈଶରାମ
ଜନ୍ମ
Linthoingambi Laishram

(1985-12-19) ୧୯ ଡିସେମ୍ବର ୧୯୮୫ (ବୟସ ୩୮)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ମଡେଲ, ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭—ଏବେଯାଏଁ
ବୈବାହିକ-ସାଥୀ
(m. ୨୦୨୩)
[୧][୨] [୩]

ପେଷା

ଲିନ ଲୈଶରାମ ପ୍ରଥମେ ଶାହାରୁଖ ଖାଁଙ୍କ ଅଭିନୀତ ଓମ୍ ଶାନ୍ତି ଓମ୍ରେ ଜଣେ ଅତିରିକ୍ତ କଳାକାର ଭାବରେ କାମ କରିଥିଲେ ।[୪] ସେ ନ୍ୟୁୟର୍କ ଭିତ୍ତିକ ଅଳଙ୍କାର ବ୍ରାଣ୍ଡ, ଓଜୋରୋ ଗହଣାର ବ୍ରାଣ୍ଡ ଆମ୍ବାସଡ଼ର ଥିଲେ ।[୫] ସେ ମିସ୍ ନର୍ଥ ଇଷ୍ଟରେ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ୨୦୦୮ ମସିହାରେ ଶିଲଙ୍ଗରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ରନର୍ ଅପ୍ ହୋଇଥିଲେ । ସେ ରିଅଲିଟି ଟିଭି ଶୋ କିଙ୍ଗଫିସର କ୍ୟାଲେଣ୍ଡର ଗାର୍ଲରେ ଅଂଶଗ୍ରହଣ କରିବାକୁ ଯାଇଥିଲେ ଯେଉଁଠାରେ ସେ ତାଙ୍କର ବାହ୍ୟ ଚେହେରା ଏବଂ ଆଥଲେଟିକ୍ ଶରୀର ଗଠନ ଯୋଗୁଁ ପ୍ରଶଂସିତ ହୋଇଥିଲେ । ସେ ହେଉଛନ୍ତି ପ୍ରଥମ ମଣିପୁରୀ ମଡେଲ ଯିଏକି ସ୍ୱିମ୍‌ସୁଟ୍ ପିନ୍ଧି ଜାତୀୟ ଦୂରଦର୍ଶନରେ କାମ କରିଥିଲେ, ଯାହା ପାଇଁ ତାଙ୍କ ସହରରେ ଅନେକ ବିବାଦ ସୃଷ୍ଟି ହୋଇଥିଲା ।[୬]

ଲୈଶରାମ ନ୍ୟୁୟର୍କରେ ରହୁଥିଲେ; ଯେଉଁଠାରେ ସେ ଏକ ପ୍ରିଣ୍ଟ୍ ଏବଂ ଫ୍ୟାଶନ୍ ମଡେଲ୍ ଥିଲେ ଏବଂ ବହୁ ନାମୀ ଫଟୋଗ୍ରାଫରଙ୍କ ସହିତ କାମ କରିଥିଲେ ।[୭]

୨୦୧୪ ମସିହାରେ ସେ ଜାତୀୟ ପୁରସ୍କାର ପ୍ରାପ୍ତ ହିନ୍ଦୀ କଥାଚିତ୍ର ମେରି କମ୍‌ରେ ପ୍ରିୟଙ୍କା ଚୋପ୍ରାଙ୍କ ସହ କାମ କରିଥିଲେ । ସେ କେନି ବାସୁମାଟାରୀଙ୍କ ନିର୍ଦ୍ଦେଶିତ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଏବଂ ପ୍ରଶାନ୍ତ ନାୟାରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଉମ୍ରିକାରେ ପ୍ରତୀକ ବବରଙ୍କ ନାୟିକା ଭୂମିକାରେ ଅଭିନୟ କରିଥିଲେ । ସେ କଙ୍ଗନା ରଣାୱତ, ଶାହିଦ କପୁରସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ରଙ୍ଗୁନ୍‌ରେ ଅଭିନୟ କରିଥିଲେ ।[୮]

ସେ ଜାମସେଦପୁରର ଟାଟା ତୀରନ୍ଦାଜ ଏକାଡେମୀରୁ ତାଲିମପ୍ରାପ୍ତ ତୀରନ୍ଦାଜ ଥିଲେ ଏବଂ ୧୯୯୮ ମସିହାରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ନ୍ୟାସନାଲ୍ ଚମ୍ପିଆନ୍ସରେ ଭାଗ ନେଇଥିଲେ ।[୯]

ସେ ମାର୍ଚ୍ଚ ୨୦୧୭ରେ ଶାମୁ ସାନା ନାମକ ତାଙ୍କର ଏକ ଅଳଙ୍କାର ବ୍ୟବସାୟ ସଂସ୍ଥା ଆରମ୍ଭ କରିଥିଲେ ।[୧୦][୧୧]

ବ୍ୟକ୍ତିଗତ ଜୀବନ

ସେ ୨୯ ନଭେମ୍ବର ୨୦୨୩ରେ ହିନ୍ଦୀ କଥାଚିତ୍ର ଅଭିନେତା ରଣଦୀପ ହୁଡ୍ଡାଙ୍କୁ ବିବାହ କରିଥିଲେ । ସେମାନେ ପ୍ରଥମେ ମୋଟଲି ନାମକ ଥିଏଟର ଗ୍ରୁପରେ ଭେଟିଥିଲେ ।[୧୨]

ଅଭିନୀତ କଥାଚିତ୍ର

  • ଓମ୍ ଶାନ୍ତି ଓମ୍ (୨୦୦୭)
  • ମେରି କମ (୨୦୧୪)
  • ଉମ୍ରିକା (୨୦୧୫)
  • ରେଙ୍ଗୁନ୍ (୨୦୧୭)
  • ଆକ୍ସନ୍ (୨୦୧୯)
  • ଆଭେ ମାରିଆ (୨୦୨୦; କ୍ଷୁଦ୍ର ଚଳଚ୍ଚିତ୍ର)
  • ଜାନେ ଜାନ (୨୦୨୩)

ଲୈଶରାମ ହାଟ୍ରିକ୍ ଏବଂ ମାତ୍ରୁ କି ବିଜଲି କା ମାଣ୍ଡୋଲାରେ ଜଣେ ଅତିରିକ୍ତ କଳାକାର ଭାବରେ ଅଭିନୟ କରିଛନ୍ତି ।[୧୩][୧୪]

ଆଧାର

ବାହାର ଆଧାର