ଲାକ୍ଟିଟୋଲ


ଲାକ୍ଟିଟୋଲ ହେଉଛି ଏକ ଚିନି ମଦ୍ୟ ଏବଂ ରେଚକ ବା ଲାକ୍ସେଟିଭ ।[୧] ଏକ ରେଚକ ଭାବରେ ଏହା ଅଜ୍ଞାତ କାରଣର ଦୀର୍ଘକାଳୀନ କୋଷ୍ଠକାଠିନ୍ୟ ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ ।[୨] କମ କ୍ୟାଲୋରୀଯୁକ୍ତ ଖାଦ୍ୟରେ ଏହା ଏକ ରିପ୍ଲେସମେଣ୍ଟ ମିଠା ଭାବରେ ମଧ୍ୟ ବ୍ୟବହୃତ ହୁଏ ।[୧]

ଲାକ୍ଟିଟୋଲ
Clinical data
Trade namesImportal, Pizensy, Lacty, others
SynonymsLactit, lactositol, lactobiosit[୧]
data
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
  • US: ℞-only
Identifiers
IUPAC name
  • 4-O-α-D-Galactopyranosyl-D-glucitol
E numberE966 (glazing agents, ...) Edit this at Wikidata
ECHA InfoCard100.008.698 Edit this at Wikidata
Chemical and physical data
FormulaC12H24O11
Molar mass୩୪୪.୩୧ g·mol−1
3D model (JSmol)
Melting point146 °C (295 °F)
SMILES
  • C(C1C(C(C(C(O1)OC(C(CO)O)C(C(CO)O)O)O)O)O)O
InChI
  • InChI=1S/C12H24O11/c13-1-4(16)7(18)11(5(17)2-14)23-12-10(21)9(20)8(19)6(3-15)22-12/h4-21H,1-3H2/t4-,5+,6+,7+,8-,9-,10+,11+,12-/m0/s1
  • Key:VQHSOMBJVWLPSR-JVCRWLNRSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟଫମ୍ପା, ତରଳ ଝାଡ଼ା ଏବଂ ରକ୍ତଚାପ ବୃଦ୍ଧି ହୋଇପାରେ ।[୨] ଏହା ଏକ ଅସୋମୋଟିକ୍ ରେଚକ ଏବଂ କ୍ଷୁଦ୍ର ଅନ୍ତନଳୀରେ ପାଣି ଟାଣି କାମ କରେ ।[୨] ଏଥିରେ ସୁକ୍ରୋଜର ପ୍ରାୟ ୩୦-୪୦% ମିଠା ଅଂଶ ଥାଏ ।[୧]

ଲାକ୍ଟିଟୋଲ ପ୍ରଥମେ ୧୯୨୦ ମସିହାରେ ସେଣ୍ଡେରେନ୍ସଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୧] ୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୨] ଏହା ଯୁକ୍ତରାଷ୍ଟ୍ରରେ ସାଧାରଣତଃ ନିରାପଦ ଭାବରେ ସ୍ୱୀକୃତିପ୍ରାପ୍ତ ଏବଂ ୟୁରୋପରେ ମିଠାକାର (sweetener) ଭାବରେ ଅନୁମତିପ୍ରାପ୍ତ ।[୧] ୨୦୦୯ରେ ଏହା କିଲୋଗ୍ରାମ ପିଛା ପ୍ରାୟ୨.୫ ଡଲାରରେ ବିକ୍ରି ହୋଇଥିଲା ।[୩] ଏହା ଲାକ୍ଟୋଜରୁ ତିଆରି ହୁଏ ।[୧]

ଆଧାର