ରୋଲ୍ସ - ୨୮

୧୯୫୧ର ଓଡ଼ିଆ କଥାଚିତ୍ର

ରୋଲ୍ସ୍ ୨-୮ ଏପ୍ରିଲ ୨୮, ୧୯୫୦ ଶୁକ୍ରବାର ଦିନ କଟକର କ୍ଯାପିଟାଲ ରଙ୍ଗାଳୟରେ ମୁକ୍ତିଲାଭ କରିଥିଲା । ଗ୍ରେଟଇଷ୍ଟର୍ଣ୍ଣ ମୋଭିଟୋନ ଦ୍ବାରା ପ୍ରଯୋଜିତ ଓ କଲ୍ୟାଣ ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହା ହେଲା ଚତୁର୍ଥ ଓଡ଼ିଆ କଥାଚିତ୍ର।

ରୋଲ୍ସ୍ ୨-୮
ନିର୍ଦ୍ଦେଶକକଲ୍ୟାଣ ଗୁପ୍ତା
ପ୍ରଯୋଜକରତିକାନ୍ତ ପାଢ଼ି
ଚିତ୍ରନାଟ୍ୟକଲ୍ୟାଣ ଗୁପ୍ତା
କାହାଣୀକାଳୀଚରଣ ପଟ୍ଟନାୟକ[୧]
କଳାକାରବିମଳା ଦେବୀ, କିଶୋରି ଦେବୀ, ଗିରିଧାରି, ରତିକାନ୍ତ ପାଢ଼ି, ପଙ୍କଜ, ଅନିମା ପେଦିନି, ରାଜେନ୍ଦ୍ର
ସଙ୍ଗୀତଗୌର ଗୋସ୍ୱାମୀ, ସୁରେନ୍ ପାଳ
ମୁକ୍ତିଲାଭ ତାରିଖ
୧୯୫୦
ଦେଶଭାରତ
ଭାଷାଓଡ଼ିଆ

(ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’ ସମ୍ବନ୍ଧରେ ଏପର୍ଯ୍ୟନ୍ତ ସଂପୂର୍ଣ ଓ ନିର୍ଭୁଲ ତଥ୍ୟ ମିଳିନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ଏହାର ମୁକ୍ତିଲାଭ ତାରିଖ ସମ୍ବନ୍ଧରେ ମଧ୍ୟ ଭ୍ରାନ୍ତି ରହିଛି। କାର୍ତ୍ତିକ ଘୋଷଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଇତିହାସ’, ଭୀମ ସିଂହଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ’ ଓ ରଣଧୀର ଦାସଙ୍କ ‘ଜୀବନରଙ୍ଗ ଚଳଚ୍ଚିତ୍ର ବିଶେଷାଙ୍କ’ରେ ‘ରୋଲସ୍ ଟୁ ଏଇଟ୍‌’ର ମୁକ୍ତିଲାଭ ବର୍ଷ ୧୯୫୧ ବୋଲି ଉଲ୍ଲେଖ ରହିଛି, ତାରିଖ କି ମାସର ଉଲ୍ଲେଖ ନାହିଁ।...ପ୍ରଥମ ଓଡ଼ିଆ ସିନେମା ‘ସାତା ବିବାହ’ ଓଡ଼ିଶାରେ ମୁକ୍ତିଲାଭ କରିଥିଲା ସେହି ଏପ୍ରିଲ ୨୮ ତାରିଖରେ, ତାହାର ଚଉଦ ବର୍ଷ ପରେ ସେହି ଏକା ତାରିଖରେ ମୁକ୍ତିଲାଭ କଲା ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲ୍‌ସ ଟୁ ଏଇଟ୍‌’! ସୂର୍ଯ୍ୟ ଦେଓଙ୍କ ଦ୍ବାରା ଅକ୍ଟୋବର ୧୩, ୨୦୨୨ରେ ପ୍ରକାଶିତ ନୂତନ ତଥ୍ୟ [୨])

ସଙ୍ଗୀତ : ଗୌର ଗୋସ୍ୱାମୀ ଓ ସୁରେନ୍ ପାଲ୍‌

ଗୀତ ଗୁଡ଼ିକର ସାରଣୀ [୩]

କ୍ରମଗୀତଗୀତିକାରଗାୟକ / ଗାୟିକା
ନା ଯାନା ଇଂଲଣ୍ଡବ୍ରଜେନ୍ଦ୍ର ନାରାୟଣ ସିଂହଦେଓପ୍ରଫୁଲ୍ଲ କୁମାର ସିଂହଦେଓ ଓ କମଳା ଦେବୀ
ବନଫୁଲ ବନେକାଳୀଚରଣ ପଟ୍ଟନାୟକପ୍ରଫୁଲ୍ଲ କୁମାର ସିଂହଦେଓ
ବସନ୍ତରେ ବସନ୍ତରେକାଳୀଚରଣ ପଟ୍ଟନାୟକକମଳା ଦେବୀ
ମରୁଆ ଫୁଟିଲା ବନେ [୪]ରାଧାରମଣ ରାୟରାଧାରମଣ ରାୟ ଓ କମଳା ଦେବୀ
ମନ ମୋର ସପନରବ୍ରଜେନ୍ଦ୍ର ନାରାୟଣ ସିଂହଦେଓପ୍ରଫୁଲ୍ଲ କୁମାର ସିଂହଦେଓ ଓ କମଳା ଦେବୀ
ରାଜାର କୁମାର ମୋରବ୍ରଜେନ୍ଦ୍ର ନାରାୟଣ ସିଂହଦେଓପ୍ରଫୁଲ୍ଲ କୁମାର ସିଂହଦେଓ ଓ କମଳା ଦେବୀ

ମରୁଆ ଫୁଟିଲା ବନେ [୫]

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ରୋଲ୍ସ ୨-୮’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  • ବିମଳା ଦେବୀ
  • କିଶୋରି ଦେବୀ
  • ଗିରିଧାରି
  • ରତିକାନ୍ତ ପାଢ଼ି
  • ପଙ୍କଜ
  • ଅନିମା ପେଦିନି
  • ରାଜେନ୍ଦ୍ର

ଆଧାର

ବାହାର ଆଧାର