ରୋମିଓ ଜୁଲିଏଟ

୨୦୧୭ର ଓଡ଼ିଆ କଥାଚିତ୍ର

ରୋମିଓ ଜୁଲିଏଟ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ।[୩][୪][୫] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୬] ନିର୍ଦ୍ଦେଶକ ସୁଧାକର ବସନ୍ତ ଏହାର ନିର୍ଦ୍ଦେଶନା ଦେଇଥିଲେ ।[୭][୨] ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଥିଲେ ।[୮] ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟି ରଜ ସମୟରେ ମୁକ୍ତିଲାଭ କରିବା ପାଇଁ ଚାରିଆଡ଼େ ଚର୍ଚ୍ଚା ହେଉଥିଲା, ମାତ୍ର ରଜର ଠିକ୍ ମାସେ ପରେ ଅର୍ଥାତ ଜୁଲାଇ ୧୪ରେ ମୁକ୍ତିଲାଭ କରିଥିଲା ।[୧] ଏ ମନ ମାନେନା ଏବଂ ପର୍ଶୁରାମ ଚଳଚ୍ଚିତ୍ର ପରେ ଅରିନ୍ଦମ ଏବଂ ବର୍ଷାଙ୍କର ଏହା ଥିଲା ତୃତୀୟ ଚଳଚ୍ଚିତ୍ର ।[୯]

ରୋମିଓ ଜୁଲିଏଟ
ନିର୍ଦ୍ଦେଶକସୁଧାରକ ବସନ୍ତ
ପ୍ରଯୋଜକରମେଶ ବାରିକ
ସଂଳାପଦୀପକ
କଳାକାରଅରିନ୍ଦମ
ବର୍ଷା ପ୍ରିୟଦର୍ଶିନୀ
ସଙ୍ଗୀତପ୍ରେମ ଆନନ୍ଦ[୧]
ଚିତ୍ରଗ୍ରହଣଭାସ୍କର ଭି ରେଡ୍ଡି
ସମ୍ପାଦକଚନ୍ଦ୍ର ମିଶ୍ର
ମୁକ୍ତିଲାଭ ତାରିଖ
୧୪ ଜୁଲାଇ ୨୦୧୭[୨]
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟିରେ ବିଗତ ଦିନର ସୁପ୍ରସିଦ୍ଧ ଗୀତ 'ନାହିଁ ମୋ ପାଦେ ଆଜି ଘୁଙ୍ଗୁର'କୁ ମଧ୍ୟ ସ୍ଥାନୀତ କରାଯାଇଛି । ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ନାୟକ ।[୧୪] ଚଳଚ୍ଚିତ୍ରର ଗୀତଗୁଡ଼ିକର କଣ୍ଠଦାନ କରିଥିଲେ ଅନନ୍ୟା ଶ୍ରୀତନ ନନ୍ଦ, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର ଏବଂ ସବିଶେସ ।

ଗୀତ

କ୍ରମଗୀତଗାୟକସମୟ
1."ନାହିଁ ମୋ ପାଦେ"ଅନନ୍ୟା ଶ୍ରୀତମ ନନ୍ଦ୦୩:୪୬
2."ତୁ ମୋର ଆଖି"ଦିପ୍ତୀରେଖା୦୪:୨୨
3."ରହିଯା ରଘୁଆ ଖାଇକି ଯିବୁ"ସବିଶେସ, ଦୀପ୍ତିରେଖା ପାଢ଼ୀ୦୩:୫୫
4."ତୁ କ‌ହିବୁ ତ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୭:୦୦
5."ଓରେ ପ୍ରିୟା ୟେ କ୍ୟା ହୋ ଗେୟା" ୦୫:୦୨
6."ରୋମିଓ ଜୁଲିଏଟ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୪:୨୯
7."ବେଳେ ବେଳେ ଭଲ ଲାଗେ"ସବିଶେସ, ଦୀପ୍ତିରେଖା ପାଢ଼ୀ୦୪:୪୭
8."ତୋ ସାଥିରେ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୩:୫୭

ପୁରସ୍କାର

  • ଶ୍ରେଷ୍ଠ ନାୟକ - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌- ୨୦୧୮ [୧୫]

ଆଧାର

ବାହାର ଆଧାର