ରୋନାଲ୍ଡ ରେଗନ
ରୋନାଲ୍ଡ ୱିଲଶନ ରେଗନ (/ˈreɪɡən/; ଫେବୃଆରୀ ୬, ୧୯୧୧ – ଜୁନ ୫, ୨୦୦୪) ଜଣେ ଆମେରିକୀୟ ରାଜନେତା, ଅଭିନେତା ଓ ଯୁକ୍ତରାଷ୍ଟ୍ର ଆମେରିକାର ୪୦ତମ ରାଷ୍ଟ୍ରପତି ଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଜଣେ ହଲିଉଡ ଅଭିନେତା, ସଂଘ ନେତା ଓ ୧୯୬୭ରୁ ୧୯୭୫ ଯାଏଁ କାର୍ଲିଫୋନିଆର ରାଜ୍ୟପାଳ ଥିଲେ । [୧][୨]
ପ୍ରାରମ୍ଭିକ ଜୀବନ
ରୋନାଲ୍ଡ ରେଗନଙ୍କ ଜନ୍ମ ୬ ଫେରବୁଆରୀ ୧୯୧୧ରେ ଇଲ୍ଲିୟନିସର ତାମପିକୋଠାରେ ହେଇଥିଲା । ରେଗନଙ୍କ ପ୍ରାରମ୍ଭିକ ଶିକ୍ଷା ଇଲ୍ଲିୟନିସର ଡିକ୍ସନ ବିଦ୍ୟାଳୟରେ ହେଇଥିଲା, ଯେଉଁଠାରେ ସେ କଳା, ଖେଳ ଓ କାହାଣୀ କହିବାର ରୁଚି ବଢେଇଥିଲେ ।[୩] ଜଣେ ଜୀବନରକ୍ଷକ ଭାବେ ସେ ରକ ନଦୀ କୂଳେ ନିଜର ପ୍ରଥମ ପେଶା ଆରମ୍ଭ କରିଥିଲେ । ପରେ ରେଗନ ଇଉରେକା ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । [୪]
ରାଷ୍ଟ୍ରପତି ନିର୍ବାଚନ
ରେଗନ ୨୦ ଜାନୁୟାରୀ ୧୯୮୧ ମସିହାରେ ୬୯ବର୍ଷ ବୟସରେ ଯୁକ୍ତରାଷ୍ଟ୍ର ଆମେରିକାର ରସ୍ଥ୍ରପତି ଭାବେ ଶପଥ ନେଲେ । ନିଜର ପ୍ରଥମ ଭାଷଣରେ ସେ ଦେଶରେ ଥିବା ଆର୍ଥିକ ସଙ୍କଟକୁ ଦର୍ଶାଇ କହିଥିଲେ, ବର୍ତ୍ତମାନ ସ୍ଥିତିରେ ସରକାର ଆର୍ଥିକ ସଙ୍କଟର ଉତ୍ତର ନୁହଁ ବରଂ ସରକାର ନିଜେ ଦାୟୀ । [୫] ୭୩ ବର୍ଷରେ ରେଗନ ୨ୟ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରସ୍ଥ୍ରପତି ଭାବେ ଶପଥ ନେଇଥିଲେ ।