ରେଟିନାଇଟିସ ପିଗମେଣ୍ଟୋସା

ରେଟିନାର ପିଗମେଣ୍ଟ ଏପିଥେଲିଅମ ବା ଫୋଟୋରିସେପ୍ଟର ଅବକ୍ଷୟ ହୁଏ ।

ରେଟିନାଇଟିସ ପିଗମେଣ୍ଟୋସା (Retinitis pigmentosa/RP) ଏକ ଜେନେଟିକ (Genetic) ବେମାରୀ ଯାହାଦ୍ୱାରା ମାନବ ଚକ୍ଷୁର (eye) ଦୃଷ୍ଟିହାନୀ ହୁଏ ।[୧] ଏହି ରୋଗରେ ରାତିରେ ଦୃଷ୍ଟି ସମସ୍ୟା (Trouble seeing at night), କମ୍ ପାର୍ଶ୍ୱ ଦୃଷ୍ଟି (peripheral vision) ଇତ୍ୟାଦି ଲକ୍ଷଣ ଦେଖାଦିଏ ।[୧] ଲକ୍ଷଣ ଗୁଡ଼ିକ ଧୀରେ ଧୀରେ ଆସେ ।[୨] ପାର୍ଶ୍ୱ ଦୃଷ୍ଟି ଅଧିକ କମିଗଲେ ଟନେଲ ଦୃଷ୍ଟି (tunnel vision) ଅନୁଭବ ହୁଏ ।[୧] ସମ୍ପୁର୍ଣ୍ଣ ଅନ୍ଧତ୍ୱ ସାଧାରଣ ନୁହେଁ । [୨]

ରେଟିନାଇଟିସ ପିଗମେଣ୍ଟୋସା (Retinitis pigmentosa)
ଜଣେ ରେଟିନାଇଟିସ ପିଗମେଣ୍ଟୋସା ରୋଗୀର ଚକ୍ଷୁ ଅଭ୍ୟନ୍ତରର ପଛ ପାଖ ।
ବିଭାଗଚକ୍ଷୁ ରୋଗ ବିଜ୍ଞାନ (Ophthalmology)
ଲକ୍ଷଣରାତିରେ ଦୃଷ୍ଟି ସମସ୍ୟା (Trouble seeing at night), କମ୍ ପାର୍ଶ୍ୱ ଦୃଷ୍ଟି (peripheral vision)[୧]
ଆକ୍ରାନ୍ତ ସମୟଶୈଶବ[୧]
କାରଣଜେନେଟିକ (Genetic)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଚକ୍ଷୁ ପରୀକ୍ଷା (Eye examination)[୧]
ଔଷଧଭିଟାମିନ ଏ ପାମିଟେଟ (Vitamin A palmitate)[୧]
ଚିକିତ୍ସାନିମ୍ନ ଦୃଷ୍ଟି ସାହାଯ୍ୟ (Low vision aids), ବ‌ହନୀୟ ଆଲୋକ, ଗାଇଡ଼ କୁକୁର (guide dog)[୧]
ପୁନଃପୌନିକ୪,୦୦୦ ଲୋକରେ ଜଣେ ।[୧]

ରେଟିନାଇଟିସ ପିଗମେଣ୍ଟୋସା ସାଧାରଣତଃ ପିତାମାତାଙ୍କଠାରୁ ବଂଶାନୁକ୍ରମରେ inherited from a person's parents ଆସିଥାଏ ।[୧] ପ୍ରାୟ ୫୦ରୁ ଅଧିକ ଜିନରୁ (en:gene) ଗୋଟିଏ ମ୍ୟୁଟେସନ ହୋଇ ଏ ରୋଗ ହୁଏ ।[୧] ଏହି ରୋଗ ହେଲେ ରେଟିନାରେ (back of the eye) ଥିବା ରଡ଼ ଜୀବକୋଷଗୁଡ଼ିକ (rod photoreceptor cells) ପ୍ରଗତିଶୀଳ ଭାବରେ ନଷ୍ଟ ହୋଇଯାଏ ।[୧] ଏହା ପରେ ପରେ କୋନ ଜୀବକୋଷଗୁଡ଼ିକ (cone photoreceptor cells) ମଧ୍ୟ କ୍ଷୟ ପ୍ରାପ୍ତ ହୁଏ ।[୧] ଚକ୍ଷୁ ପରୀକ୍ଷାରେ ରେଟିନାରେ (examination of the retina) କଳା ପିଗମେଣ୍ଟ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ଇଲେକ୍ଟ୍ରରେଟିନୋଗ୍ରାମ electroretinogram, ଭିଜୁଅଲ ଫିଲ୍ଡ ଟେଷ୍ଟିଙ୍ଗ visual field testing ବା ଜେନେଟିକ ଟେଷ୍ଟିଙ୍ଗ genetic testing ଭଳି ପରୀକ୍ଷା ଏହି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରେ ।[୧]

ରେଟିନାଇଟିସ ପିଗମେଣ୍ଟୋସା ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[୨] ନିମ୍ନ ଦୃଷ୍ଟି ସାହାଯ୍ୟ (Low vision aids) ଯଥା:- ବ‌ହନୀୟ ଆଲୋକ, ଗାଇଡ଼ କୁକୁର (guide dog) ସାହାଯ୍ୟ ନେଇ ରୋଗୀକୁ ସାହାଯ୍ୟ କରାଯାଏ ।[୧] ଭିଟାମିନ ଏ ପାମିଟେଟ (Vitamin A palmitate) ପରିପୂରକ ଦେଲେ ଖରାପ ଦିଗର ଗତି ଧୀରେ ହୋଇଯାଏ ।[୧] ଅବସ୍ଥା ସାଂଘାତିକ ହେଲେ ଭିଜୁଆଲ ପ୍ରୋସଥେସିସ (visual prosthesis ଦିଆଯାଇପାରେ । [୧] ପ୍ରାୟ ୪,୦୦୦ ଲୋକରେ ଜଣେ ଏହି ରୋଗାକ୍ରାନ୍ତ ହୁଏ ।[୧] ଏହା ଶୈଶବ ରୋଗ ହୋଇଥିଲେ ମଧ୍ୟ ଅନେକ ସମୟରେ ଯୁବାବସ୍ଥାରେ ହୋଇପାରେ। [୧][୨]

ଏହା ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ