ରୁଦ୍ରାଣୀ

୨୦୨୨ ଓଡ଼ିଆ କଥାଚିତ୍ର

ରୁଦ୍ରାଣୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ରୁଦ୍ରାଣୀ
ନିର୍ଦ୍ଦେଶକକେ. ମୂରଲୀକ୍ରିଷ୍ଣା
ପ୍ରଯୋଜକଝିଲିକ୍ ଭଟ୍ଟାଚାର୍ଯ୍ୟ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟକେ. ମୂରଲୀକ୍ରିଷ୍ଣା
କାହାଣୀକେ. ମୂରଲୀକ୍ରିଷ୍ଣା
କଳାକାରଝିଲିକ୍ ଭଟ୍ଟାଚାର୍ଯ୍ୟ
ସୁଭାଶିଷ ଶର୍ମା
ଟୁଟୁ ନାଏକ
ବବି ମିଶ୍ର
ପିଣ୍ଟୁ ନନ୍ଦ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଇଶ୍ୱର ଚନ୍ଦ୍ର ବାରିକ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୧ ଅକ୍ଟୋବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୪] ସୁଭାଶିଷ ଶର୍ମା, ଟୁଟୁ ନାଏକ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଲୋହିତାକ୍ଷ ପଟ୍ଟନାୟକ, ମୁସ୍କାନ, ଇଲୁ ବାନାର୍ଜୀ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ରତିକାନ୍ତ ବେହେରା, ଧରିତ୍ରୀ ଖଣ୍ଡୁଆଳ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଗୁଡ୍ଡୁ, ଅମର, ବିକି ମିଶ୍ର, ଅମର, ଶୁଭଙ୍କରୀ ଦେବୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨][୫]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୬] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ମଜନୁ ଅଟୋବାଲା"ସତ୍ୟଜିତ ପ୍ରଧାନ 
2."ଫିଲ୍ ମାଇଁ ଦିଲ୍"ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର 
3."ହୀରା ଲୀଳା ମୋତି ମାଣିକ"ଦୀପ୍ତିରେଖା ପାଢ଼ୀ, ଶଶାଙ୍କ ଶେଖର 

ଆଧାର

ବାହାର ଆଧାର