ରାଷ୍ଟ୍ରୀୟ ପେନସନ ପ୍ରଣାଳୀ
ରାଷ୍ଟ୍ରୀୟ ପେନସନ ପ୍ରଣାଳୀ କିମ୍ବା ନ୍ୟାସନାଲ ପେନସନ ସ୍କିମ (NPS) ଭାରତ ସରକାରଙ୍କଦ୍ୱାରା ୧ ଜାନୁୟାରୀ ୨୦୦୪ରୁ ଆରମ୍ଭ କରାଯାଇଥିବା ଏକ ପେନସନ ଯୋଜନା ଅଟେ ।
ରାଷ୍ଟ୍ରୀୟ ପେନସନ ପ୍ରଣାଳୀ (NPS) | |
---|---|
Type of project | management pension fund |
Location | Mumbai, Kolkata |
Country | India |
Website | www |
ପ୍ରଥମେ ଏହା କେବଳ ସରକାରୀ କର୍ମଚାରୀମାନଙ୍କର ସୁବିଧା ନିମତେ ଆରମ୍ଭ କରାଯାଇଥିଲା । ପରେ ୨୦୦୯ ମସିହାରେ ୧୮ରୁ ୬୦ ବର୍ଷ ବୟସ୍କ ସମସ୍ତ ଭାରତୀୟ ନାଗରିକମାନଙ୍କର ପାଇଁ ଖୋଲାଯାଇଥିଲା । [୧] I ପିଏଫଆରଡିଏ (Pension Fund Regulatory and Development Authority) ଏହି ଯୋଜନାର ରକ୍ଷଣାବେକ୍ଷଣ କରିଥାଏ । ପରିପକ୍ୱତା ସମୟରେ ସର୍ବମୋଟ ରାଶିର ୪୦% ଭାଗରେ ଆୟକର ପଡ଼େ ନାହିଁ । କିନ୍ତୁ ଏକି ୬୦%ରେ ଆୟକର ଦେବାକୁ ପଡିଥାଏ ।[୨][୩][୪] ସେହି ୬୦% ଟିକସଯୁକ୍ତ ରାଶିରୁ ୪୦% ରାଶିରେ କୌଣସି ଏକ ଆନ୍ୟୁଇଟି ଯୋଜନା କିଣିବା ବାଧ୍ୟତାମୂଳକ ଅଟେ । [୫] ଅର୍ଥାତ ସେହି ୪୦% ରାଶି ଆପଣଙ୍କୁ ମାସକୁ ମାସ ପେନସନ ଆକାରରେ ମିଳିବ, ବାକି ସବୁ ରାଶି ଏକାଥରେ ପରିପକ୍ୱତା ସମୟରେ ମିଳିଯିବ ।
ଖାତା ଖୋଲିବାର ଯୋଗ୍ୟତା
ଉଭୟ ଭାରତୀୟ ନାଗରୀକ ଏବଂ ପ୍ରବାସୀ ଭାରତୀୟ ଏହି ଯୋଜନାରେ ନିଜକୁ ଅନ୍ତର୍ଭୁତ କରିପାରିବେ । କିନ୍ତୁ, ନିମ୍ନରେ କିଛି ସର୍ତ୍ତବଳୀ ଲାଗୁ ହେବ:[୬][୭][୮]
- ନିବେଶକାରୀ ୧୮ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।
- ନିବେଶକାରୀ ଖାତା ଖୋଲିବା ସମୟରେ କେୱାଇସି (Know Your Customer) ଫର୍ମରେ ଥିବା ସମସ୍ତ ସର୍ତ୍ତାବଳୀ ମାନିବାକୁ ବାଧ୍ୟ ।
ନିମ୍ନଲିଖିତ ବ୍ୟକ୍ତିମାନେ ଖାତା ଖୋଲିପାରିବେ ନାହିଁ :
- ଅସୁସ୍ଥ ମାନସିକ ସ୍ଥିତିରେ ଥିବା ନିବେଶକାରୀ ।
- ଦେବାଳିଆ ବ୍ୟକ୍ତି
- ଆଗରୁ ଖାତା ଥିବା ନିବେଶକାରୀ
ହିତାଧିକାରୀ
ଡିସେମ୍ବର ୨୦୧୬ ସୁଦ୍ଧା ୧ କୋଟି ୪୧ ଲକ୍ଷ ଲୋକ ଏହି ଯୋଜନାରେ ନିବେଶ କରିସାରିଲେଣି । ଦିନକୁ ପାଖାପାଖି ୧୦,୦୦୦ ବ୍ୟକ୍ତି ଏହି ଯୋଜନାରେ ଖାତା ଖୋଲୁଛନ୍ତି ।[୯][୧୦][୧୧] ନିମ୍ନରେ ସେପ୍ଟେମ୍ବର ୨୦୧୮ ସୁଦ୍ଧା ଥିବା ପରିସଂଖ୍ୟାନକୁ ଦର୍ଶାଗଲା:[୧୨]
ବିଭାଗ | ମୋଟ ନିବେଶକାରୀ | ମୋଟ ଅର୍ଥ ପରିମାଣ (କୋଟି ଟଙ୍କାରେ) | ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ (କୋଟି ଟଙ୍କାରେ) |
---|---|---|---|
କେନ୍ଦ୍ର ସରକାର | ୧୯,୬୬,୩୭୫ | ୭୦,୧୫୯ | ୯୨,୯୭୯ |
ରାଜ୍ୟ ସରକାର ଗୁଡ଼ିକ | ୪୦,୨୮,୨୭୩ | ୧,୦୬,୭୯୨ | ୧,୨୯,୮୩୪ |
ବେସରକାରୀ ସଂସ୍ଥାଗୁଡ଼ିକ | ୭,୪୦,୨୩୮ | ୨୦,୬୮୧ | ୨୪,୬୩୫ |
ଅଚିହ୍ନିତ ସଂସ୍ଥା | ୭,୪୩,୯୬୮ | ୬,୯୪୫ | ୬,୭୫୦ |
ଏନପିଏସ ସ୍ୱାବଲମ୍ବନ | ୪୩,୮୫,୨୮୧ | ୨,୪୬୯ | ୩,୦୯୨ |
ମୋଟ | ୧,୧୮,୬୪,୧୩୫ | ୨,୦୭,୦୪୭ | ୨,୫୭,୨୯୩ |
ଖାତା କିପରି ଖୋଲିବେ
ଅନଲାଇନ ପ୍ରକ୍ରିୟା
୨୦୧୫ ମସିହାରୁ ଅନଲାଇନରେ ଜଣେ ଚାହିଁଲେ ଏହି ଯୋଜନାରେ ଖାତା ଖୋଲିପାରିବେ । [୧୩][୧୪]
- ଆଧାର କାର୍ଡ଼ ଜନିତ ପଞ୍ଜୀକରଣ କରି ୯୦ ଦିନ ମଧ୍ୟରେ ଏନପିଏସ ଫର୍ମକୁ ବ୍ୟାଙ୍କଦ୍ୱାରା ବା ଡାକ ଯୋଗେ ଏନପିଏସ କାର୍ଯ୍ୟାଳୟକୁ ପଠାଇବାକୁ ପଡ଼େ ।
- ପ୍ୟାନ କାର୍ଡ଼ ଏବଂ ବ୍ୟାଙ୍କ ଖାତା ତଥ୍ୟ ଦେଇ ମଧ୍ୟ ଆପଣ ଏହି ଯୋଜନାରେ ସାମିଲ ହୋଇପାରିବେ ।
ଅଫଲାଇନ ପ୍ରକ୍ରିୟା
ଆପଣଙ୍କୁ ନିକଟସ୍ଥ ପିଏଫଆରଡିଏ ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ ପରିଭ୍ରମଣ କରି ନିବେଦନ କରି ଖାତା ଖୋଲିପାରିବେ ।[୧୫]
ଟଙ୍କା ବାହାର କରିବା
ପରିପକ୍ୱତା ପୂର୍ବରୁ ଅର୍ଥାତ ନିବେଶକାରୀଙ୍କୁ ୬୦ ବର୍ଷ ହେବ ପୂର୍ବରୁ ଯଦି ନିବେଶକାରୀ ଟଙ୍କା କାଢ଼ିବାକୁ ଚାହାନ୍ତି (ଜଣେ ସର୍ବାଧିକ ତିନି ଥର ୬୦ ବର୍ଷ ପୂର୍ବରୁ ଟଙ୍କା କାଢ଼ିପାରିବେ[୧୬]) ତେବେ ମୋଟ ଜମାରାଶିର ୮୦% ଭାଗ ଆପଣଙ୍କୁ କୌଣସି ଏକ ଆନ୍ୟୁଇଟି ଯୋଜନା କିଣିବା ବାଧ୍ୟତାମୂଳକ ଅଟେ । ବାକି ୨୦% ସେ କାଢ଼ିପାରିବେ ।[୧୭] [୧୮]
୨୦୧୬ବି ମସିହାରେ ଯୋଜନାରେ ପରିବର୍ତ୍ତନ ଅଣାଯାଇଥିଲା ଯେଉଁଥିରେ, ଯଦି ଯୋଜନାଟିରେ ୩ ବର୍ଷରୁ ଅଧିକ ସମୟ ଧରି ଜଣେ ନିବେଶ କରିଛନ୍ତି ତେବେ ମୋଟ ଜମାରାଶିର ୨୫% କିଛି ନିର୍ଦ୍ଧିଷ୍ଟ କାରଣ ନିମିତ୍ତ ନିବେଶକାରୀ ଉଠାଇପାରିବେ । ଯଦି ଜମାରାଶି ୨,୦୦,୦୦୦ରୁ କାମ ତେବେ ଜଣେ ସମ୍ପୂର୍ଣ୍ଣ ଅର୍ଥ ଉଠାଇପାରିବେ ।[୧୯]
ଟିକସରେ ସୁବିଧା
- ସେକ୍ସନ ୮୦ସିସିଡି(୧) ଅନୁସାରେ ୧,୫୦,୦୦୦ ଟଙ୍କା ଏହି ଯୋଜନାରେ ଲଗାଇଲେ ସେହି ଅର୍ଥରେ ଆୟକର ଦେବାକୁ ପଡିବ ନାହିଁ ।
- ସେକ୍ସନ ୮୦ସିସିଡି(୧ବି ) ଅନୁସାରେ ୫୦,୦୦୦ ଟଙ୍କା ଏଥିରେ ଥିବା ଟିୟର-୧ ଖାତାରେ ଜମା କଲେ, ୮୦ସିର ୧,୫୦,୦୦୦ ଟଙ୍କାଠାରୁ ଛାଡ଼ିକି ଏହି ୫୦,୦୦୦ ଜମା ରାଶି ଉପରେ ଆୟକର ରିହାତି ମିଳିବ ।[୨୦] ଆପଣ ଯଦି PPFରେ ୧,୫୦,୦୦୦ ରଖିଛନ୍ତି, ଏବଂ ଏଥିରେ ୫୦,୦୦୦ ଟଙ୍କା ଜମା ରଖିଛନ୍ତି ତେବେ ଉଭୟରେ ଆପଣଙ୍କୁ ଆୟକର ରିହାତି ମିଳିବ ଅର୍ଥାତ ସବୁ ଅର୍ଥ ୨,୦୦,୦୦୦ ଟଙ୍କା ଆପଣଙ୍କର ଆୟକର ଛାଡ଼ ହୋଇଯିବ ।
- ନିବେଶକାରୀଙ୍କର କର୍ମ ନିୟୋକ୍ତାଙ୍କର ତରଫରୁ ଆସୁଥିବା ବେସିକ ଏବଂ ମହଙ୍ଗା ଭତ୍ତାର ୧୦% ସେକ୍ସନ ୮୦ସିସିଡି(୨) ଅଧୀନରେ ଆୟକର ଛାଡ଼ ହୋଇଯିବ ।[୨୧]
ଆହୁରି ଦେଖନ୍ତୁ
ଆଧାର
ବାହ୍ୟ ଆଧାର
- How to open an NPS account Archived 2017-12-13 at the Wayback Machine.
- http://www.pfrda.org.in/index1.cshtml?lsid=66
- PFRDA
- CRA
- FAQ for Pensioners
- India's pension reforms: A case study in complex institutional change Archived 2016-04-17 at the Wayback Machine. by Surendra Dave, page 149–170 in `Documenting reforms: Case studies from India', edited by S. Narayan, Macmillan India, 2006.
- Indian pension reform: A sustainable and scalable approach by Ajay Shah, Chapter 7 in 'Managing globalisation: Lessons from China and India', edited by David A. Kelly, Ramkishen S. Rajan and Gillian H. L. Goh, World Scientific, 2006.
- NPS vs MFs Archived 2017-11-13 at the Wayback Machine.
- The Gazette of India
- National Pension System Trust Registration and contribution Archived 2015-10-26 at the Wayback Machine.
- National Pension System Trust
- National Pension System (NPS) leaflet Archived 2015-12-22 at the Wayback Machine.