ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1911-08-25)୨୫ ଅଗଷ୍ଟ ୧୯୧୧ କଲଣ୍ଡାପାଳ, ଅନୁଗୋଳ, ଓଡ଼ିଶା |
ମୃତ୍ୟୁ | ୨୧ ଫେବୃଆରୀ ୨୦୦୦(2000-02-21) (ବୟସ ୮୮) [୧] |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସମୟ | ସବୁଜ ଯୁଗ |
ସାହିତ୍ୟ କୃତି | ସୂର୍ଯ୍ୟ ଓ ଅନ୍ଧକାର |
ପୁରସ୍କାର | ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ |
ରାଧାମୋହନ ଗଡ଼ନାୟକ (୨୫ ଅଗଷ୍ଟ ୧୯୧୧ - ୨୧ ଫେବୃଆରୀ, ୨୦୦୦) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କବି ଥିଲେ । ତାଙ୍କର କବିତା ଗୁଡ଼ିକରେ ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି ଲକ୍ଷ୍ୟ କରାଯାଇଥାଏ । ସବୁଜ ଗୋଷ୍ଠୀର ସାହିତ୍ୟ ସାଧନା କାଳରେ ଏକକ କବି ଭାବରେ ସେ ପରିଚିତ ଥିଲେ ।
ରାଧାମୋହନ ୧୯୧୧ ଭାଦ୍ରବ କୃଷ୍ଣପକ୍ଷ ତୃତୀୟାରେ ଅନୁଗୋଳ ଜିଲ୍ଲାର କଲଣ୍ଡାପାଳରେ ବାଘସିଂହ ବଂଶରେ ଜନ୍ମ ନେଇଥିଲେ । ଅନୁଗୋଳର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସେ ପଢୁଥିବା ବେଳରେ 'ସହକାର' ପତ୍ରିକାର ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁଙ୍କ ଦେଇ କବିତା ଆଡ଼କୁ ମନ ବଳାଇଥିଲେ ଓ କବିତା ଲେଖାଲେଖି ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ରଚିତ କବିତା "ମୁଁ କି କେବେ ଦୀନହୀନ" ଗଡ଼ଜାତ ବାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଉଚ୍ଚଶିକ୍ଷାରୁ ବଞ୍ଚିତ ରାଧାମୋହନ ୧୯୨୭-୧୯୨୮ ମସିହାରେ ଦେଶସେବକ ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ମିଶ୍ରଙ୍କ ଦେଇ ପ୍ରଭାବିତ ହୋଇଥିଲେ ଓ ଜାତି ଓ ଦେଶପ୍ରେମ ମୂଳକ ଅନେକ କବିତାବଳୀ ରଚନା କରିଥିଲେ । ୧୯୨୭ ବେଳକୁ ତାଙ୍କର ରଚିତ ଅନେକ କବିତା 'ସହକାର, 'ନବଯୁଗ, 'ପଞ୍ଚାମୃତ', 'ଉତ୍କଳ ସାହିତ୍ୟ', 'ଗଡ଼ଜାତ ବାସିନୀ' ଆଦି ପତ୍ରିକାରେ ପ୍ରକାଶିତ ହୋଇ ଅନେକ ଖ୍ୟାତି ଅର୍ଜନ କରିଥିଲା । ଏହାପରେ ସେ ନିଜର ଧାରାବାହିକ ପଢ଼ା ବନ୍ଦ କରି ଦେଶସେବାରେ ପୁରା ସମୟ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ କମୁନିଷ୍ଟ ଆନ୍ଦୋଳନ ବେଳରେ ସେ ମଧ୍ୟ ତାଙ୍କ ଲେଖନୀ ଚଳାଇଥିଲେ ।[୨] 'ଉତ୍କଳ ସାହିତ୍ୟ ସମ୍ମିଳନୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନେକ ଅନୁଷ୍ଠାନରେ ସେ ସଭାପତି ଓ ଉପସଭାପତି ଭାବରେ କାମ ତୁଲାଇଥିଲେ । ସେ ଖ୍ରୀଷ୍ଟ କଲେଜରେ ଆଇଏ ପଢୁଥିବାବେଳେ ତାଙ୍କ ରଚିତ କାବ୍ୟନାୟିକା ଉକ୍ତ ଶ୍ରେଣୀର ପାଠ୍ୟ ଅନ୍ତର୍ଭୁକ୍ତ ଥିଲା ।[୩]