ରବି ଶଙ୍କର ପଟ୍ଟନାୟକ
ଓଡ଼ିଆ କଥାଚିତ୍ର ସମ୍ପାଦକ
ରବି ଶଙ୍କର ପଟ୍ଟନାୟକ, ( ୨୬ ଡିସେମ୍ବର ୧୯୪୮ - ୨୨ ଅପ୍ରେଲ ୨୦୨୧ ) ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ ।[୧] ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୨] ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ ।
ରବି ପଟ୍ଟନାୟକ | |
---|---|
ଜନ୍ମ | ଦତ୍ତପଡ଼ା, ପୁରୀ | ୨୬ ଡିସେମ୍ବର ୧୯୪୮
ମୃତ୍ୟୁ | ୨୨ ଅପ୍ରେଲ ୨୦୨୧ | (ବୟସ ୭୨)
ମୃତ୍ୟୁର କାରଣ | କରୋନା |
ଶିକ୍ଷାନୁଷ୍ଠାନ | ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ , ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା |
ବୃତ୍ତି | ଚଳଚ୍ଚିତ୍ର ସମ୍ପାଦକ |
ବୈବାହିକ-ସାଥୀ | ନନ୍ଦିତା ପଟ୍ଟନାୟକ |
ସନ୍ତାନ | ଅଂଶୁମାନ ପଟ୍ଟନାୟକ |
ପୁରସ୍କାର | ଜୟଦେବ ପୁରସ୍କାର ୨୦୧୭ |
ରବି ଶଙ୍କର ୧୯୪୮ ମସିହାରେ ପୁରୀ ଜିଲ୍ଲାର ଦତ୍ତପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ, ପୁନେର ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଚଳଚ୍ଚିତ୍ର ସମ୍ପାଦନା ବିଷୟରେ ଶିକ୍ଷା ଲାଭ କରିଥିଲେ । ୨୩ ବର୍ଷ ବୟସରେ ସେ ୨୭ ଡାଉନ୍ ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୩] ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।
କଥାଚିତ୍ରରେ ସମ୍ପାଦନା
ଓଡ଼ିଆ
- ଆରତୀ
- ମହାସତୀ ସାବିତ୍ରୀ
- ଶଙ୍ଖା ସିନ୍ଦୂର
- ଦଣ୍ଡାବାଳୁଙ୍ଗା
- ବଧୂ ନିରୁପମା
- ସ୍କୁଲ ମାଷ୍ଟର
- କନ୍ୟାଦାନ
- ମଝି ପାହାଚ
- ଯାହାକୁ ରଖିବେ ଅନନ୍ତ
- ଟୋପାଏ ସିନ୍ଦୂର
- ଅନ୍ଧ ଦିଗନ୍ତ
- ଘର ମୋର ସ୍ୱର୍ଗ
- ହିସାବ କରିବ କାଳିଆ
- ସହର ଜଳୁଚି
- ପୁଅ ମୋର ଜଗତ ଜିତା
- ହେଲୋ ଆରସୀ
ହିନ୍ଦୀ
- ଚଲ୍ତେ ଚଲ୍ତେ
- ସ୍ବୀକାର କିୟା ମୈନେ
- କିସ୍ମତ
- ସୁଚିତ୍ରା
- ଜିନା ଇସିକା ନାମ୍ ହୈ
- ଉଲ୍ଟା ସିଧା
- ଭୁଲା ନା ଦେନା
- ସାୟଦ
- ଦିଲ୍ସେ ମିଲେ ଦିଲ୍
- ଆପ୍ କି ଖାତିର୍
- ୨୭ ଡାଉନ୍
ସମ୍ମାନ ଓ ପୁରସ୍କାର
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ରବି ଶଙ୍କର ପଟ୍ଟନାୟକ
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ