ରଙ୍ଗିତ ନଦୀ

ଭାରତରେ ଏକ ନଦୀ

ରଙ୍ଗିତ ନଦୀ (Devanagari रंगीत)  ଭାରତୀୟ ନଦୀ ତିସ୍ତା ନଦୀର ଏକ ଉପନଦୀ । ତିସ୍ତା ଉତ୍ତର ଭାରତୀୟ ରାଜ୍ୟ ସିକ୍କିମ  ର ବୃହତ୍ତମ ନଦୀ ।  [୧] ରଙ୍ଗିତ ନଦୀ ହିମାଳୟ ପର୍ବତରୁ ପଶ୍ଚିମ ସିକ୍କିମ ଜିଲ୍ଲା ଅଞ୍ଚଳରୁ ବାହାରି ଏକ ଚିରସ୍ରୋତା ନଦୀ ଭାବରେ ଜୋରେଥାଙ୍ଗ , ପେଲିଙ୍ଗ ଓ  ଲେଗଶିପ ଅଞ୍ଚଳ ଦେଇ ପ୍ରବାହିତ ହେଇଥାଏ ।ଗ୍ରୀଷ୍ମ କାଳରେ ବରଫ ତରଳିବା ଜଳ ଓ ବର୍ଷା କାଳରେ ବର୍ଷା ଜଳ ଗ୍ରହଣ କରି ଏହା ଏକ ତୀବ୍ରଗତି ନଦୀ ଭାବରେ ବହି ଥାଏ । ଏଥିରେ ରଫଟିଙ୍ଗ ପାଇଁ ଦୁରାଗଅତ ପର୍ଯ୍ୟଟକ ଆସିଥାନ୍ତି । ଏହି ନଦୀ ତିସ୍ତା ନଦୀ ସହ ତ୍ରିବେଣୀ ନାମକ ସ୍ଥାନରେ ସଙ୍ଗମ ଲାଭ କରେ ।  [୨][୩] ଏହି ସ୍ଥାନ ଏକ ସୁନ୍ଦର ପିକନିକ ସ୍ଥଳ ହିସାବରେ ଖ୍ୟାତ । ଏହି ନଦୀରେ ଥିବା NHPCର ଜଳବିଦ୍ୟୁତ ପ୍ରକଳ୍ପରୁ ସିକ୍କିମ ପାଇଁ 60 ମେଗାବାଟ୍ଟ ଶକ୍ତି ମିଳିଥାଏ । [୪]

Rangeet River
ଦେଶIndia
ରାଜ୍ୟSikkim
SourceHimalayas
MouthTeesta River
Rangeet river near Tashiding, South Sikkim

ଆଧାର