ରକତ ଚିହ୍ନିଛି ନିଜର କିଏ

୧୯୯୯ର ଓଡ଼ିଆ କଥାଚିତ୍ର

ରକତ ଚିହ୍ନିଛି ନିଜର କିଏ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଜୟ କନ୍ଦୋଇ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ଏହାର କାହାଣୀ ରଚନା କରିଥିଲେ ।[୨] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନ କରିଥିଲେ ।

ରକତ ଚିହ୍ନିଛି ନିଜର କିଏ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକବିଜୟ କନ୍ଦୋଇ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀବିଜୟ କାଣ୍ଡୋଇ
କଳାକାରସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଦିଲ୍ଲିପ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୭ ଅକ୍ଟୋବର ୧୯୯୯ [୧]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹୭୯ଲକ୍ଷ ୨୫ହଜାର

ଅଭିନୟ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଗୀତିକାର ସ୍ୱରୂପ ନାୟକ ଓ କୁନା ତ୍ରିପାଠୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ସ୍ୱରୂପ ନାୟକ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର

ବାହାର ଆଧାର