ଯଶୋଧାରା ମିଶ୍ର
ଯଶୋଧାରା ମିଶ୍ର (ଜନ୍ମ ୬ ଜାନୁଆରୀ ୧୯୫୧)[୧] ଓଡ଼ିଶାରେ ଜନ୍ମିତ ଜଣେ ଇଂରାଜୀ ପ୍ରଫେସର, ଔପନ୍ୟାସିକ, କ୍ଷୁଦ୍ରଗଳ୍ପ ଲେଖକ, କବି, ଗାଳ୍ପିକ ଏବଂ ଅନୁବାଦକ । ସେ ଓଡ଼ିଆ ବ୍ୟତୀତ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ମଧ୍ୟ ଲେଖିଥାନ୍ତି । ତାଙ୍କ ଗଳ୍ପ ଗୁଡ଼ିକ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପତ୍ରିକା ଗୁଡ଼ିକରେ ପ୍ରକାଶିତ ହୋଇଛି । ତାଙ୍କର ଲେଖାଗୁଡ଼ିକ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ଦେଖିବାକୁ ମିଳେ । ୨୦୦୭ରେ ତାଙ୍କର ଗଳ୍ପ 'ବର' ଦୂରଦର୍ଶନଦ୍ୱାରା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବଛା ହୋଇଥିଲା ।[୨] କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଖପାତ୍ର "ଦି ଇଣ୍ଡିଆନ ଲିଟରେଚର"ର ସମ୍ପାଦକ ଭାବରେ ସେ କାର୍ଯ୍ୟ କରିଥିଲେ ।
ଯଶୋଧାରା ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପଟ୍ଟନାୟକପଡ଼ା, ସମ୍ବଲପୁର | ୬ ଜାନୁଆରୀ ୧୯୫୧
ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ବର, ଜନହାରତି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନୀ
ଯଶୋଧାରା, ୧୯୫୧ମସିହାରେ ସମ୍ବଲପୁରର ପଟ୍ଟନାୟକପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟିକ ଭୁବନେଶ୍ୱର ବେହେରା ତାଙ୍କ ପିତା । ରେଭେନ୍ସା ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତକରି, ଯଶୋଧାରା ମଧ୍ୟ ପ୍ରଦେଶରେ ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି ।
ରଚନାବଳୀ
ପୁରସ୍କାର ଓ ସମ୍ମାନ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୨୦ (ସମୁଦ୍ରକୂଳ ଘର ନିମନ୍ତେ)[୫]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ (ଜହ୍ନରାତି ନିମନ୍ତେ)[୬]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୯୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୭]
- ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୧୯୯୦ ('ଜହ୍ନରାତି' ନିମନ୍ତେ)
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୭ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର, ୨୦୧୬ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
- କଥା ପୁରସ୍କାର (ରଚନାତ୍ମକ ଲେଖନ ନିମନ୍ତେ)
- ଓଡ଼ିଶା ପୁସ୍ତକ ମେଳା ପୁରସ୍କାର