ଯତୀନ୍ଦ୍ର ମୋହନ ମହାନ୍ତି

ଓଡ଼ିଆ ସାହିତ୍ୟିକ

ଯତୀନ୍ଦ୍ର ମୋହନ ମହାନ୍ତି, (୩ ଅଗଷ୍ଟ ୧୯୩୨ - ୧୪ ଅଗଷ୍ଟ, ୨୦୧୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସମୀକ୍ଷକ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ ।

ଯତୀନ୍ଦ୍ର ମୋହନ ମହାନ୍ତି
ଜନ୍ମ(1932-08-03)୩ ଅଗଷ୍ଟ ୧୯୩୨
ମୃତ୍ୟୁ୧୪ ଅଗଷ୍ଟ ୨୦୧୨(2012-08-14) (ବୟସ ୮୦)
ଜାତୀୟତାଭାରତୀୟ
ଅନ୍ୟ ନାମଯତୀନ୍ଦ୍ର ମହାନ୍ତି
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନପ୍ୟାରୀମୋହନ ଏକାଡେମୀ,
ରେଭେନ୍ସା ବିଶ୍ୱବିଦ୍ୟାଳୟ,
ପ୍ରସିଦ୍ଧିଓଡ଼ିଆ ସାହିତ୍ୟିକ ଓ ସମୀକ୍ଷକ
ବୈବାହିକ-ସାଥୀବିଜୟଲକ୍ଷ୍ମୀ ମହାନ୍ତି
ସନ୍ତାନସମ୍ବୀତ, ସମ୍ବୁଧ, ସୀମିତା, ନମିତା
ପିତାମାତା(s)ଜଗମୋହନ ମହାନ୍ତି
ଶ୍ରଦ୍ଧାରାଣୀ ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ପ୍ରାରମ୍ଭିକ ଜୀବନ

ଯତୀନ୍ଦ୍ର ମୋହନ ମହାନ୍ତି ୧୯୩୨ ମସିହାରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ୟାମସୁନ୍ଦରପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜଗମୋହନ ମହାନ୍ତି ଓ ମାତାଙ୍କ ନାମ ଶ୍ରଦ୍ଧାରାଣୀ ଦେବୀ ଥିଲା । କଟକର ପ୍ୟାରୀମୋହନ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡର ଲିଡ଼ସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ସେ ନିଜ କର୍ମଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେବି କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଓ ପୂର୍ବାଞ୍ଚଳ ଭାଷା ସଂସ୍ଥାନ, ଭୁବନେଶ୍ୱରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୨ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ତାଙ୍କୁ ବ୍ରିଟିଶ କାଉନସିଲ ତରଫରୁ ସ୍କଲାରସିପ ଓ ପୂର୍ବାଞ୍ଚଳ ଭାଷା ସଂସ୍ଥାନ ତରଫରୁ ଫେଲୋସିପ ମଧ୍ୟ ପ୍ରଦାନ କରାଯାଇଥିଲା ।

ଯତୀନ୍ଦ୍ର ମୋହନ ମହାନ୍ତି,ଉଭୟ ଓଡ଼ିଆଇଂରାଜୀ ଭାଷାରେ ପ୍ରାୟ ୨୦ ଖଣ୍ଡ ପୁସ୍ତକ ଓ ୨୫୦ଟି ନିର୍ବନ୍ଧ ରଚନା କରିଯାଇଛନ୍ତି । ଏହା ବ୍ୟତିତ ପ୍ରଜ୍ଞା ଓ ଭୁବନେଶ୍ୱର ରିଭ୍ୟୁ ନାମକ ଦୁଇଟି ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ (୧୯୮୩-୯୩) ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ସେ ବହୁ ସମୟ ଧରି ଜଡ଼ିତ ରହିଥିଲେ ।

୨୦୧୨ ମସିହା ଅଗଷ୍ଟ ମାସ ୧୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

ରଚନାବଳୀ

  • ଓଡ଼ିଆ ଗଦ୍ୟ ସମ୍ଭାର, ୨୦୦୪
  • ପ୍ରେମସ୍ପଦା, ୨୦୦୨
  • ଆଧୁନିକ ଓଡ଼ିଆ ନାଟକ, ୨୦୦୦
  • ସୂର୍ଯ୍ୟସ୍ନାତା, [୧] ୧୯୯୯
  • ଆଧୁନିକ ଓଡ଼ିଆ କବିତା ସମ୍ଭାର, ୧୯୯୮
  • ପ୍ରାଚୀନ ଓଡ଼ିଆ କବିତା ସମ୍ଭାର, ୧୯୯୭
  • ନୂତନ ସମାଲୋଚନା, ୧୯୮୧
  • କାବ୍ୟତତ୍ତ୍, ୧୯୭୬
  • ଆଧୁନିକ ଓଡ଼ିଆ କବିତା, ୧୯୬୮
  • ପ୍ରାଚୀନ ଓଡ଼ିଆ କବିତା (୧୯୪୮)[୨]
  • Tradition and Creativity : Essays on Oriya literature, ୨୦୦୩[୩]
  • Madhusudan Rao, ୧୯୯୬[୪]
  • Into Another Intensity, Essays on Oriya literatrue, ୧୯୮୯[୫]
  • Along The Stream on Contemporary Oriya Literature, ୧୯୯୯
  • There Where Trees Flower, Essays on Modern Oriya Literature, ୧୯୮୭[୬]
  • Biblography of India Literature in English Translation, ୧୯୮୪
  • Literary Crticism : A READING, ୧୯୮୫, (ଯୁଗ୍ମ ଲେଖକ)
  • Nobel Laureates AK (1900-1990), ୧୯୯୧, (ଯୁଗ୍ମ ଲେଖକ)
  • Land Beautiful An Orissan Culture, ୨୦୦୧, (ଯୁଗ୍ମ ଲେଖକ)[୭]

ପୁରସ୍କାର ସମ୍ମାନ

ଆଧାର

ଅଧିକ ତଥ୍ୟ