ମୌସୁମୀ ପ୍ରଭାବିତ ରୋଗ

ମୌସୁମୀ ପ୍ରଭାବିତ ରୋଗ ଏକ ମାନସିକ ରୋଗ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସମୟରେ ଅବସାଦ ମନୋଦଶା ସୃଷ୍ଟି ହୁଏ |

 

Seasonal affective disorder
Depressive disorder with seasonal pattern, winter depression, winter blues, summer depression, seasonal depression[୧]
Bright light therapy is a common treatment for seasonal affective disorder and for circadian rhythm sleep disorders.
ବିଭାଗPsychiatry
ଲକ୍ଷଣDepressive during a specific time of the year[୨]
ଅବଧିRecurrent[୨]
କାରଣUnclear[୨]
ବିପଦ କାରକFamily history[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୨]
ସଠିକ ରୋଗ ନିର୍ଣ୍ଣୟCyclothymia, major depression, bipolar, premenstrual dysphoric disorder, chronic fatigue syndrome, low thyroid[୪]
ଚିକିତ୍ସାLight therapy, counselling, antidepressants, vitamin D[୨]
ପୁନଃପୌନିକ~5% (US)[୪]

ମୌସୁମୀ ପ୍ରଭାବିତ ରୋଗ (ଇଂରାଜୀ ଭାଷାରେ seasonal affective disorder/ SAD ) ଏକ ମାନସିକ ରୋଗ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସମୟରେ ଅବସାଦ ମନୋଦଶା ସୃଷ୍ଟି ହୁଏ | [୨] ଏହା ବାରମ୍ବାର ଘଟେ ଏବଂ ସାଧାରଣତଃ ଶୀତ ଋତୁରେ ଏହା ହୁଏ | [୨] ଏହାର ଲକ୍ଷଣ ମଧ୍ୟରେ ନିମ୍ନ ଅନୁଭବ, କାର୍ଯ୍ୟକଳାପରେ ଅନାଗ୍ରହ, ନିଦ୍ରାହୀନତା, ଖାଦ୍ୟ ରୁଚିରେ ପରିବର୍ତ୍ତନ, ଏକାଗ୍ରତାରେ ଅସୁବିଧା ଏବଂ ଅଳ୍ପ ଶକ୍ତିସମ୍ପନ୍ନ ରହିପାରେ | [୨]

ଏହାର କାରଣ ଅସ୍ପଷ୍ଟ ରହିଛି। [୨] ପାରିବାରିକ ଇତିହାସ ଥିଲେ ଏହି ରୋଗ ସୃଷ୍ଟି ହୋଇପାରେ | [୫] ଡାଏଗନୋଷ୍ଟିକ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ର (DSM-5) ଅନୁସାରେ ଏହା ଏକ ଅନନ୍ୟ ରୋଗ ନୁହେଁ କିନ୍ତୁ ପ୍ରମୁଖ ଡିପ୍ରେସାଇଭ୍ ଡିସଅର୍ଡର୍ ବା ବାଇପୋଲାର ଡିଜଡର ସ‌ହିତ ଋତୁଗତ ସମ୍ପର୍କ ଅଛି | [୬] [୫] ଲକ୍ଷଣ ଅନୁସାରେ ଏହି ରୋଗ ନିର୍ଣ୍ଣୟ କରାଯାଏ। [୨]

ଆଲୋକ ଥେରାପି, ପରାମର୍ଶ, ଅବସାଦରୋଧୀ ଔଷଧ ବା ଜୀବସାର ଘ ଦେଇ ଏହାର ଚିକିତ୍ସା କରାଯାଏ । [୨]ଅଧିକ ବ୍ୟାୟାମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଏ । [୫] ଯେହେତୁ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଲକ୍ଷଣଗୁଡିକ ଆରମ୍ଭ ହୁଏ ତେଣୁ ପୂର୍ବାନୁମାନ କରି ଲକ୍ଷଣ ଆରମ୍ଭ ହେବା ପୂର୍ବରୁ ଚିକିତ୍ସା ଆରମ୍ଭ କରାଯାଇପାରେ | [୨] ଚିକିତ୍ସା ଆରମ୍ଭ ପରେ ୧ରୁ ୨ ସପ୍ତାହ ମଧ୍ୟରେ ଲକ୍ଷଣ ଉନ୍ନତ ହୁଏ । [୪]

ଯୁକ୍ତରାଷ୍ଟ୍ରରେ ପ୍ରାୟ ୫% ଲୋକଙ୍କୁ ଏହି ରୋଗ ପ୍ରଭାବିତ କରୁଥିବା ଆକଳନ କରାଯାଇଛି | [୪] ଏହା ଫ୍ଲୋରିଡାରେ ୧.୪% ହେଲାବେଳେ ଆଲାସ୍କାରେ ୧୦% ହୁଏ ଓ ଅକ୍ଷାଂଶ ସହିତ ରୋଗ ହାର ଭିନ୍ନ ହୋଇଥାଏ | [୭] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି | [୨] [୪] ଯୁବାବସ୍ଥା ଆରମ୍ଭରେ ପ୍ରାୟ ଏହି ରୋଗ ଆରମ୍ଭ ହୁଏ । [୨] ଏହି ଅବସ୍ଥାକୁ ନର୍ମାନ ଇ ରୋସେନ୍ଥାଲ (Norman E. Rosenthal) ୧୯୮୪ ମସିହାରେ ଆନୁଷ୍ଠାନିକ ଭାବରେ ବର୍ଣ୍ଣନା କରିଥିଲେ । [୮] [୯] [୧]

ଆଧାର