ମୁଢ଼ି

(ମୁଢ଼ି)ଏକ ପ୍ରକାରର ଖାଦ୍ୟ ଯାହାକୁ ଚାଉଳରୁ ପ୍ରସ୍ତୁତ କରାଯାଏ।
(ମୁଢିରୁ ଲେଉଟି ଆସିଛି)

ମୁଢ଼ି ଚାଉଳରୁ ତିଆରି କରାଯାଉଥିବା ଏକ ଖାଦ୍ୟ । ଏହା 'ଭୁଜା' ନାମରେ ମଧ୍ୟ ପରିଚିତ । ମୁଢ଼ି ଚାଉଳକୁ ଭଜାଯାଇ ଏହା ତିଆରି କରାଯାଇଥାଏ । ମୁଢ଼ି ଓଡ଼ିଶାର ଏକ ପ୍ରଧାନ ଖାଦ୍ୟ ।[୧]

ମୁଢ଼ି

ପ୍ରସ୍ତୁତି ପ୍ରଣାଳୀ

ମୁଢ଼ି

ପ୍ରଥମେ ଧାନରୁ ଚାଉଳ ତିଆରି କରାଯାଏ । ତାହାପରେ ସେହି ଚାଉଳକୁ ଲୁଣ ପାଣିରେ କିଛି ଘଣ୍ଟା ରଖାଯାଇ ହାଣ୍ଡିକୁ ଚୁଲିରେ ବସାଇ ସେହି ଗରମ ହାଣ୍ଡିରେ ପକାଇ ଭାଜି କରି ମୁଢ଼ି ତିଆରି କରାଯାଏ ।

ବ୍ୟବହାର

ବାରିପଦାର ଝାଲ୍ ମୁଢ଼ି

ମୁଢ଼ି ମୟୁରଭଞ୍ଜ ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ଖାଦ୍ୟ ହେଲେ ସୁଦ୍ଧା[୨]ଏହା ଓଡ଼ିଶା ସାରା ଜଳଖିଆ ଭାବେ ଖିଆ ଯାଏ । [୩].

ଆଧାର