ମୀନ (ମାସ)

ସୌର ବର୍ଷର ଶେଷ ମାସ ହେଉଛି ମୀନ ମାସ । ଏହା ମୀନସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।

ଜ୍ୟୋତିଷୀୟ ପୃଷ୍ଠଭୂମି

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୧] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ମୀନ ରାଶିରେ ଅବସ୍ଥାନ କରେ ସେହି ସମୟ ମୀନ ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ମାର୍ଚ୍ଚର ମଧ୍ୟ ଭାଗରୁ ଆରମ୍ଭ ହୋଇ ଏପ୍ରିଲ ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ଫଗୁଣଚୈତ୍ର ସହ ଏହା ସମ୍ବନ୍ଧିତ ।[୨] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ମୂଖ୍ୟତଃ ଭାରତୀୟ ବସନ୍ତ ଋତୁରେ ପଡୁଥିବା ଏହି ସୌର ମାସରେ ଚୈତ୍ରପର୍ବ ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[୪]

  • ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ଦ୍ୱାଦଶ ସୌର ମାସ (ଚୈତ୍ର) ୧୫ ମାର୍ଚ୍ଚ- ୧୩ ଏପ୍ରିଲ ।[୫]

ଅଧିକ ତଥ୍ୟ

ଆଧାର