ମିଠା ମିଠା
ମିଠା ମିଠା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ସଞ୍ଜୟ କୁମାର ରାଉତ ଏବଂ ତ୍ରିଲୋଚନ ଦାସ । ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଶ୍ରୀକାନ୍ତ ଗୌତମ ଏହି ଚଳଚ୍ଚିତ୍ରର ଗୀତ, କାହାଣୀ, ସଂଳାପ ଲେଖିଥିବା ବେଳେ ନିଜେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।
ମିଠା ମିଠା | |
---|---|
ନିର୍ଦ୍ଦେଶକ | ଶ୍ରୀକାନ୍ତ ଗୌତମ |
ପ୍ରଯୋଜକ | ସଞ୍ଜୟ କୁମାର ରାଉତ ଏବଂ ତ୍ରିଲୋଚନା ଦାସ |
ସଂଳାପ | ଶ୍ରୀକାନ୍ତ ଗୌତମ |
ଚିତ୍ରନାଟ୍ୟ | ଶ୍ରୀକାନ୍ତ ଗୌତମ |
କାହାଣୀ | ଶ୍ରୀକାନ୍ତ ଗୌତମ |
କଳାକାର | ଜ୍ୟୋତି ରଞ୍ଜନ ନାୟକ, ଅମ୍ରିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର, ଶ୍ରୀକାନ୍ତ ଗୌତମ, ହରିହର ମହାପାତ୍ର |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଚନ୍ଦନ ମଜୁମଦାର |
ମୁକ୍ତିଲାଭ ତାରିଖ | ୨୬ ମଇ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ର ପାଇଁ ଶ୍ରୀକାନ୍ତ ଗୌତମ ୨୦୧୫ରେ ଇ ଟିଭି ଓଡ଼ିଆରେ 'ମିଠା ମିଠା ଯୋଡ଼ି' ନାମକ ଏକ କାର୍ଯ୍ୟକ୍ରମ କରିଥିଲେ ।[୬] ଏହି କାର୍ଯ୍ୟକ୍ରମ ଜରିଆରେ ସେ ଏହି ଚଳଚ୍ଚିତ୍ରର ନାୟିକା ଏବଂ ନାୟିକା ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ଏବଂ ଅଙ୍କିତା ବିଜେତା ହୋଇଥିଲେ ।[୭] ଏହାପରେ ଚଳଚ୍ଚିତ୍ରଟିର ସୁଟିଂ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରୁ ରାଜେଶ, ଶ୍ରଦ୍ଧା ଏବଂ ସମ୍ଭବଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା । ଏହି ୫ ଜଣ ନୂଆ ମୁହଁ ସହ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ନାୟିକା ଭାବରେ ନିଆଯାଇଥିଲା । ଶ୍ରୀକାନ୍ତଙ୍କ ସହ ସ୍ମିତା ମହାନ୍ତି, ହରିହର ମହାପାତ୍ର, ଅଶ୍ରୁମୋଚନ, ହର ରଥ ପ୍ରମୁଖ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଥିଲେ ।[୮] ନାୟକ ଜ୍ୟୋତିଙ୍କର ଏହି ଚଳଚ୍ଚିତ୍ରଟି ପ୍ରଥମ ଚଳଚ୍ଚିତ୍ର ଥିଲା, ମାତ୍ର ମୁକ୍ତିଲାଭରେ ବିଳମ୍ବ ହେତୁ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ବେଳକୁ ତାଙ୍କର ଅନ୍ୟ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଥିଲା ।
ଅଭିନୟ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ ଗୀତଗୁଡ଼ିକ ରଚନା କରିଥିଲେ ଶ୍ରୀକାନ୍ତ ଗୌତମ । ଇରା ମହାନ୍ତି, ସଂଗ୍ରାମ, ବିଷ୍ଣୁମୋହନ କବି, ହ୍ୟୁମାନ ସାଗର, ସତ୍ୟଜିତ୍ ଏବଂ ଅସୀମା ପଣ୍ଡା ପ୍ରମୁଖ ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]
ଗୀତ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଢିଚ୍କିୟାଁ" | ଇରା ମହାନ୍ତି, ସଂଗ୍ରାମ | ୦୩:୪୮ |
2. | "ମିଠା ମିଠା" | ଇରା ମହାନ୍ତି, ବିଷ୍ଣୁମୋହନ କବି | ୦୪:୦୮ |
3. | "ଲାଇସେନ୍ସ ଦେ" | ଇରା ମହାନ୍ତି, ହ୍ୟୁମାନ ସାଗର | ୦୪:୦୦ |
4. | "କ ଖ ଗ ଘ" | ଅସୀମା ପଣ୍ଡା | ୦୪:୦୦ |
5. | "ପ୍ରଥମ ପ୍ରେମର" | ଇରା ମହାନ୍ତି, ହ୍ୟୁମାନ ସାଗର | ୦୪:୪୭ |
6. | "ସୁନ୍ ସୁନ୍" | ଇରା ମହାନ୍ତି, ସତ୍ୟ | ୦୪:୦୭ |
ପୁରସ୍କାର
- ଶ୍ରେଷ୍ଠ ପାଶ୍ୱ ଅଭିନେତ୍ରୀ (ସ୍ମିତା ମହାନ୍ତି) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍-୨୦୧୮[୧୨]
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ମିଠା ମିଠା