ମହମ୍ମଦ ହନିଫ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ

ମହମ୍ମଦ ହନିଫ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ମହମ୍ମଦ ହନିଫ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀନିତ୍ୟାନନ୍ଦ ମହାପାତ୍ର
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୬ ଅକ୍ଟୋବର ୧୯୬୭(୧୯୬୭-୧୦-୦୬)
ନାଗରିକତାବ୍ରିଟିଶ ଭାରତ, ଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

ହନିଫ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୩] ସେ ଅବକାରୀ ବିଭାଗରୁ ଚାକିରି ଛାଡ଼ି ଦେଶ ସେବାରେ ନିୟୋଜିତ ହୋଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।[୩] ୨୦୧୮ ମସିହାରେ ୧୮ଶ ଭଦ୍ରକ ପୁସ୍ତକ ମେଳାରେ ମହମ୍ମଦ ହନିଫଙ୍କର ୫୧ତମ ଶ୍ରାଦ୍ଧ ବାର୍ଷିକ ପାଳନ ହେବା ସହ ତାଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ସଂଗ୍ରାମୀ ହନିଫ ଉନ୍ମୋଚିତ ହୋଇଥିଲା, ଯାହାର ରଚନା କରିଥିଲେ ଅଟକ ବିହାରୀ ନାୟକ ।[୪]

ରାଜନୈତିକ ଜୀବନ

ମହମ୍ମଦ ହନିଫ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।

୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫][୬] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୭]

୧ମ ଓଡ଼ିଶା ବିଧାନ ସଭାରେ ହନିଫ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୪] ଏଥି ସହ ସେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ ।[୪]

ମୃତ୍ୟୁ

ମହମ୍ମଦ ହନିଫ ୧୯୬୭ ମସିହାର ସେପ୍ଟେମ୍ବର ମାସ ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ୪ ଡିସେମ୍ବର ୧୯୬୭ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୧]

ଆଧାର